ବରିଷ୍ଠ ଓକିଲଙ୍କ ଅକାଳ ବିୟୋଗ ।
ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣ ଗ୍ରାମପଞ୍ଚାୟତ କୋଲ ସାହି ଗ୍ରାମର ନଗେନ୍ଦ୍ର କୁମାର ପାତ୍ର ଓରଫ୍( ମୁନା)ନାମରେ ଜଣାଶୁଣା ଗତ କାଲି ଅପରାହ୍ନ ରେ ନିଜ ବିଲକୁ ଯାଇଥିଲେ ,ଏହି ସମୟରେ ଘଡ଼ ଘଡି ସହ ବର୍ଷା ହୋଇଥିଲା , ବର୍ଷା ଛାଡ଼ିବା ପରେ ଘରକୁ ଫେରି ନଥିଲେ ଏଣୁ ଘର ଲୋକ ବାଧ୍ୟହୋଇ ଖୋଜା ଖୋଜି କରିବା ପରେ ବିଲ ମଧ୍ୟରେ ପଡିଥିବାର ପାଇବା ପରେ ସଙ୍ଗେ ସଙ୍ଗେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ,ସେ ଜଣେ ମିଷ୍ଠ ଭାଷୀ ଓ ତାଙ୍କ ର ଚଣ୍ଡିଖୋଲ କୋର୍ଟ ପ୍ରତିଷ୍ଠା କରିବାରେ ଜଣେ ପ୍ରମୁଖ ସଦସ୍ୟ ଥିଲେ,ଏଣୁ ତାଙ୍କ ବିୟୋଗରେ ଚଣ୍ଡିଖୋଲ କୋର୍ଟ ଓକିଲ ସଂଘ ଓ ଚଣ୍ଡିଖୋଲ ଅଞ୍ଚଳରେ ଶୋକର୍ ଛାୟା ଖେଳି ଯାଇଛି।