ନିଟ୍ ପରୀକ୍ଷାରେ ଝିଅ ଖରାପ ପ୍ରଦର୍ଶନ କରିବାରୁ ବାଡ଼େଇ ବାଡ଼େଇ ଜୀବନ ନେଲେ ବାପା
ସାଙ୍ଗଲି ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପରୀକ୍ଷାରେ ଖରାପ କରିବାରୁ ନିଜ ଜନ୍ମ କଲା ଝିଅକୁ ହତ୍ୟା କରିଛନ୍ତି ନିଷ୍ଠୁର ବାପା। ଜାଣିବାକୁ ମିଳିଛି ଯେ ଜଣେ ୧୭ ବର୍ଷୀୟା ଝିଅ ଡାକ୍ତରୀ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିବାରୁ ତାଙ୍କ ବାପାଙ୍କ ଦ୍ୱାରା ନିର୍ମମ ଭାବରେ ମାଡ଼ ଖାଇବା ପରେ ମୃତ୍ୟୁବରଣ କରିଛି। ଏହି ମାମଲାରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ ବର୍ଷୀୟ ପ୍ରିନ୍ସିପାଲ ଥିବା ଅଭିଯୁକ୍ତ ଧୋଣ୍ଡିରାମ ଭଗବାନ ଭୋସଲେଙ୍କୁ ଗିରଫ କରାଯାଇ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି।