କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପାଳନ ହୋଇଛି l
ପୁରାତନ ପ୍ରଥା ଅନୁଯାୟୀ ଏହି ପର୍ବ ପାଳନ ପରେ ଲୋକମାନେ ନିଜର ପୁଅ ଝିଅ ମାନଙ୍କର ବିବାହ କରିଥାନ୍ତି l ଏହି ସବୁ ପ୍ରଥାକୁ ନେଇ ଏକତ୍ରିତ ହୋଇଛନ୍ତି ଶହ ଶହ ଆଦିବାସୀ ଲୋକ l ବେଶ ଧୁମ ଧାମରେ ଏହି ପର୍ବ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଉଦଳା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଶ୍ରୀଯୁକ୍ତ ଭାସ୍କର ମଢେଇ ଉପସ୍ଥିତ ଥିଲେ l ସମ୍ମାନୀତ ଅତିଥି ଭାବେ ଉଦଳା NAC ର ପୂର୍ବତନ ଚେୟାର ମେନ୍ ଦୁଲାଲ ସୋରେନ, କମଳ ନନା ଉପସ୍ଥିତ ଥିଲେ l ମାଝୀ ହାଡ଼l ମ ଲାଲ୍ ମୋହନ ମାର୍ଣ୍ଡି ମଞ୍ଚ ପରିଚାଳନା କରିଥିଲେ l ସମଗ୍ର ବିଶ୍ବରେ ଆଦିବାସୀ ସମାଜର ସୁଖ ଶାନ୍ତି ବଜାୟ ରହୁବୋଲି ସମସ୍ତେ ଏକାଠି ହୋଇ ଜାହିରରେ ପୂଜା ପାଠ କରିଥିଲେ l