୧୪ ବର୍ଷ ବୟସରେ ଛାଡିଥିଲେ ପାଠ; ଦିନକୁ ରୋଜଗାର ଥିଲା ମାତ୍ର ୩୦ ଟଙ୍କା, ଏବେ ଲୁଧିଆନାର ସବୁଠାରୁ ଧନୀ ବ୍ୟକ୍ତି

0

୧୧ ହଜାର କୋଟିରୁ ଅଧିକ ସମ୍ପତ୍ତିର ମାଲିକ  । ଦିନେ ଦାରିଦ୍ର୍ୟ ସାଜିଥିଲା କାଳ । ପେଟର ଭୋକ ପାଠପଢା ଛାଡିବାକୁ କରିଥିଲା ବାଧ୍ୟ । ମାତ୍ର ନବମ ଶ୍ରେଣୀରେ ଛାଡିଦେଇଥିଲେ ସ୍କୁଲ ଯିବା । ଆଉ ଲାଗିଥିଲେ କାମ କରିବାକୁ । ସେ ଏକ କମ୍ପାନୀରେ କାମ କରୁଥିଲେ । ଯେଉଁଠି ଦିନକୁ ତାଙ୍କୁ ଦରମା ଭାବେ ମିଳୁଥିଲା ମାତ୍ର ୩୦ଟଙ୍କା । କିନ୍ତୁ ସେ ଏତିକିରେ ନଥିଲେ ଶାନ୍ତି । ସେ କିଛି ବଡ କରିବାକୁ ଚାହୁଁଥିଲେ । 

ଆଉ ସେ କରିଥିଲେ କଠିନ ପରିଶ୍ରମ । ଆଉ ଏବେ ପାଲଟିଛନ୍ତି ଲୁଧିଆନାର ସବୁଠାରୁ ଧନୀ ବ୍ୟକ୍ତି । ଏହି ବ୍ୟକ୍ତି ହେଉଛନ୍ତି ଟ୍ରାଇଡେଣ୍ଟ ଗ୍ରୁପର ପ୍ରତିଷ୍ଠାତା ରାଜିନ୍ଦର ଗୁପ୍ତା । ପଞ୍ଜାବର ଏକ ସାଧାରଣ ପରିବାରରେ ଜନ୍ମ । ପିଲାଦିନରୁ ଅଭାବ ଅନଟନରେ ବଢିଥିଲେ । ମାତ୍ର ୧୪ ବର୍ଷରେ ପାଠ ପଢା ଛାଡି କରିଥିଲେ ଚାକିରି । କିନ୍ତୁ ଏହା ତାଙ୍କୁ ଦେଇପାରିନଥିଲା ଆତ୍ମସନ୍ତୁଷ୍ଟି । ତାଙ୍କର ଲକ୍ଷ୍ୟ ଥିଲା ଜୀବନରେ କିଛି ବଡ଼ କରିବା ।  

Related Posts
1 of 35

କିଛି ବର୍ଷ ଚାକିରି କରିବା ପରେ ୧୯୮୫ରେ ରାଜିନ୍ଦର ୬ କୋଟି ଟଙ୍କାର କରିଥିଲେ ନିବେଶ । ଏଥିରେ ସେ ‘ଅଭିଷେକ ଇଣ୍ଡଷ୍ଟ୍ରିଜ୍’ ନାମକ ଏକ ସାର ବ୍ୟବସାୟ ଆରମ୍ଭ କରିଥିଲେ । ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ବିଜିନେସ୍‌ର ଯାତ୍ରା ।  ଯାହା ପରେ ଟ୍ରାଇଡେଣ୍ଟ ଗ୍ରୁପରେ ପରିଣତ ହୋଇଥିଲା । ୧୯୯୧ରେ ରାଜିନ୍ଦର ଏକ ସୂତାକଳ ଆରମ୍ଭ କରିଥିଲେ । ଏହି ଯାତ୍ରା ମଧ୍ୟ ସଫଳ ହେଲା । ଆଗକୁ ଯାଇ ତାଙ୍କର ଏହି ବ୍ୟବସାୟ ବୟନଶିଳ୍ପ, କାଗଜ ଏବଂ ରାସାୟନିକ କ୍ଷେତ୍ରକୁ ବିସ୍ତାର କଲା । 

ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ଏହାର ଉତ୍ପାଦନ କେନ୍ଦ୍ର ସ୍ଥାପନ କଲା । ଏହାପରେ ଟ୍ରାଇଟେଣ୍ଡ ଉତ୍ତର ଭାରତ ଶିଳ୍ପ ବିକାଶର ପ୍ରତୀକ ପାଲଟିଲା । ଆଜି ଟ୍ରାଇଡେଣ୍ଟ ବିଶ୍ୱବ୍ୟାପୀ ଘରୋଇ ବୟନଶିଳ୍ପ ଏବଂ କାଗଜ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନି । ଟ୍ରାଇଡେଣ୍ଟର ତଉଲିଆ ଏବଂ ବେଡସିଟ୍ ସର୍ବାଧିକ ବିକ୍ରି ହେଉଥିବା ଉତ୍ପାଦ । ବର୍ତ୍ତମାନ ଟ୍ରାଇଡେଣ୍ଟ ଗ୍ରୁପ୍‌ର ଗ୍ରାହକମାନଙ୍କ ମଧ୍ୟରେ JCPenney, Walmart ଏବଂ Luxury & Linen ଭଳି ବଡ଼ ବଡ଼ ନାଁ ସାମିଲ ରହିଛି । 

ଫୋବର୍ସ ଅନୁଯାୟୀ ରାଜିନ୍ଦର ଗୁପ୍ତା ବର୍ତ୍ତମାନ ୧୧ ହଜାର କୋଟି ଟଙ୍କାର ମାଲିକ । ତାଙ୍କ କମ୍ପାନି ଟ୍ରାଇଡେଣ୍ଟ୍‌ ଗ୍ରୁପର ପ୍ରଡକ୍ଟ ୧୫୦ଟି ଦେଶରେ ରପ୍ତାନି ହେଉଛି । ୨୦୦୭ ମସିହାରେ ଗୁପ୍ତାଙ୍କୁ ବ୍ୟବସାୟ ଏବଂ ଶିଳ୍ପରେ ତାଙ୍କ ଅବଦାନ ପାଇଁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ଯଦିଓ ସେ ବ୍ୟକ୍ତିଗତ କାରଣରୁ ୨୦୨୨ ମସିହାରେ ଟ୍ରାଇଡେଣ୍ଟର ବୋର୍ଡରୁ ଇସ୍ତଫା ଦେଇଥିଲେ, ତଥାପି ସେ ଟ୍ରାଇଡେଣ୍ଟ ଲିମିଟେଡର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ