lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ

0

କପ୍ତିପଦl୨୨-୨କପ୍ତିପଦା ବ୍ଲକରେ ଦୀର୍ଘଦିନ ଦିନ ଧରି ଶିକ୍ଷାଧିକାରୀ ପଦବୀ ଖାଲି ପଡିଥିବାରୁ ଜଣେ ବିଇଓ ଙ୍କ ଦାୟିତ୍ବରେ ଚାଲିଛି,ମାତ୍ର ସେ ୩ଗୋଟି ବ୍ଲକ ଦାୟିତ୍ବରେ ଥିବା ଯୋଗୁଁ ଏ ବି ଇ ଓ ଘନଶ୍ୟାମ ସିଂ କାମ ଚଳାଉଛନ୍ତି ,ତେବେ ଆଉ ୨ଜଣ ଏବିଇଓ ଅନ୍ଯ ଦାୟିତ୍ବରେ ଥିବା ବେଳେ ଏବିଇଓ ଘନଶ୍ୟାମ ସିଂ ମନମୁଖୀ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି l ଘଟଣା ରୁ ଜଣାପଡିଛି କ କପ୍ତିପଦl ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଚିଠିକୁ ନେଇ କପ୍ତିପଦl ବ୍ଲକ୍ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦ୍ବନ୍ଦରେ ପଡିଥିବାର ସୂଚନା ମିଳିଛି l ନୂତନ ପାଠ୍ୟ କ୍ରମ ତାଲିମ୍ କେନ୍ଦ୍ରରେ ଯୋଗଦାନ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପତ୍ର ସଂଖ୍ୟା ୪୪୮/୪୫୩ ତାରିଖ ୧୩-୨-୨୦୨୬ ଅନୁଯାୟୀ ମୋଟ ୨୦୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଏକ ତାଲିକା ପ୍ରସ୍ତୁତ କରିଥିବା ବେଳେ, ସେହି ତାଲିକାରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ଦିଲ୍ଲୀପ କୁମାର ଦଳେଇ, କରୁଣାକର ମଣ୍ଡଳ, ମହେନ୍ଦ୍ର ସାହୁ , ରାଜକିଶୋର ବେହେରା , ସୁବଳ ଶଙ୍ଖୁଆ ଓ ବିଦ୍ୟାଧର ବେହେରା ଭଳି ଅନେକ ଶିକ୍ଷକ ମାନଙ୍କୁ ଚିଠି ନ ୪୬୯ ତାରିଖ ୧୬-୨-୨୦୨୬ ଅନୁଯାୟୀ ଦଶମ ଶ୍ରେଣୀ ପରୀକ୍ଷା ଦାୟିତ୍ଵ ଦିଆଯାଇଥିବାର ଦେଖିବାକୁ ମିଳିଛି l ତେବେ ଏଠାରେ ପ୍ରଶ୍ନ ଉଠଛି, ଜଣକୁ ୨ଗୋଟି ଦାୟିତ୍ଵ ଦେଇଥିବାରୁ ଚିଠିନଂ ୪୬୯ ଅନୁଯାୟୀ ସେମାନେ ଟ୍ରେନିଂ ଛାଡି ମ୍ୟାଟ୍ରିକ ପରୀକ୍ଷାରେ ଯୋଗ ଦେବାକୁ ବାଧ୍ୟ ହୋଇଛନ୍ତି,ସେ ମାନଙ୍କର ଟ୍ରେନିଂ ଅଧାପନ୍ତରିଆ ହୋଇଥିବା ବେଳେ ଆଗାମୀ ଦିନରେ ସେମାନେ ପୁଣି ଟ୍ରେନିଂ ନେବେ,ତେବେ ଏବିଇଓଙ୍କ ଖାମଖିଆଲି ଓ ମନମାନୀ କାମ ଯୋଗୁଁ ଅଜଥା ଅପବ୍ଯୟ ହେବ,ଏ ସବୁକୁ କିଏ ଭରଣା କରିବ ବୋଲି ଶିକ୍ଷାବିତ ମାନେ ପ୍ରଶ୍ନ ଉଠାଇଛନ୍ତି ତେବେ ଏ ନେଇ ଆମେ ଏ ବିଇଓ ଘନଶ୍ୟାମ ସିଂ ଙ୍କୁ ପଚିରିବାରେ ମନମାନୀ ନୁହଁ କାର୍ଯ୍ୟଭାର ବଢ଼ିଛି,ବିଇଓ ନଥିବା ବେଳେ ଅନ୍ଯ ୨ଜଣ ଏବିଇଓ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି,ତେବେ କାର୍ଯ୍ୟକ୍ରମ ରେ ତୃଟି ପାଇଁ ମୋର ଭୁଲ ହୋଇଯାଇଛି, ଆଗାମୀ ଦିନରେ ପରୀକ୍ଷା ଦାୟିତ୍ଵ ରେ ଥିବା ଶିକ୍ଷକ ମାନଙ୍କର ପୁନଶ୍ଚ ଟ୍ରେନିଂ ହେବ, ଏଥିପାଇଁ ବିଭାଗ ପକ୍ଷରୁ ମୋତେ ଯେ ଦଣ୍ଡ ମିଳିବ ସହିବି ବୋଲି କହିଛନ୍ତି ।

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ