କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା

0

କପ୍ତିପଦା ୨୨-୧୨(ସମିସ) କପ୍ତିପଦା ବ୍ଲକ ରେ ଉଜୁଡ଼ି ଯାଇଛି ଶିକ୍ଷା ବ୍ୟବସ୍ଥା, କେଉଁଠି ଶିକ୍ଷକ ବିଳମ୍ବ ରେ ଆସୁଛନ୍ତି ତ ଆଉ କେଉଁଠାରେ ମଧ୍ୟାହ୍ନ ଭୋଜନ ପରେ ଗେଟରେ ତାଲା ପକାଇ ପଳାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଡିଦା ପଞ୍ଚାୟତ ଘୁଣ୍ଟିବିଲ ପ୍ରାଥମିକ ବିଦ୍ୟାଳୟରେ । ୨୨ତାରିଖ ଦିନ ମଧ୍ୟାହ୍ନ ଭୋଜନ ପରେ ପ୍ରାୟ ୨-୪୫ସମୟରେ ଗେଟରେ ତାଲା ପଡିଥିବାରୁ ଚିତ୍ର ମୋବାଇଲ ରେ ଭଆଇରଆଲ ହେଉଛି । ଏ ସମ୍ପର୍କରେ ଆମେ ପ୍ରଧାନ ଶିକ୍ଷକ ପଞ୍ଚାନନ ବେହେରା ଙ୍କୁ ଯୋଗାଯୋଗ କରିବାରୁ ଘଟଣା ସତ୍ୟ ବୋଲି ସ୍ବୀକାର କରିଛନ୍ତି,ମୋ ଦେହ ଖରାପ ଥିବାରୁ ଏବଂ ଦିଦିଙ୍କ ର ଘୋରେଇ ଅସୁବିଧା ଥିବା ଯୋଗୁଁ ଆମେ ୨-୪୫ରେ ସ୍କୁଲ ବନ୍ଦ କରିଦେଇଛୁ । ପୂର୍ବରୁ ଏମିତି କେବେ ହୋଇନଥିଲା,ଖାଲି ଏହି ବିଦ୍ୟାଳୟ ନୁହେଁ, ପ୍ରାୟତଃ ବ୍ଲକ ଅଧିନରେ ଥିବା ଶତପ୍ରତିଶତ ବିଦ୍ୟାଳୟ ରେ ଏମିତି ଘଟଣା ନିତିଦିନିଆ । ଦୀର୍ଘଦିନ ହେବ ବିଇଓ ପଦବୀ ଫାଙ୍କା ପଡିଥିବା ବେଳେ ଏବିଓ କାମ ଚଳାଉଛନ୍ତି,ମାତ୍ର ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ କୈଣସି ବିଦ୍ୟାଳୟ ପରିଦର୍ଶନ କରୁନାହାନ୍ତି,ଫଳରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଖାମଖିଆଲି ମନୋଭାବ ନେଇ ବିଦ୍ୟାଳୟ କୁ ଆସୁଛନ୍ତି,ଅନେକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପଢୁଥିବା ଛାତ୍ରଛାତ୍ରୀ ବର୍ଣ୍ଣ ମାଳା ଲେଖି ପାରୁନାହାନ୍ତି। ଶିକ୍ଷା ବ୍ୟବସ୍ଥା ପୁରାପୁରି ଉପଜୁଡ଼ି ଯାଇଥିବା ବେଳେ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ନେଇ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ