ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ
କପ୍ତିପଦା):
ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ, ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ତାହାର ଗୌରବମୟ ୫୦ ବର୍ଷ ପୂର୍ଣ୍ଣ କରିବା ଅବସରରେ ଆସନ୍ତା ଡିସେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଛି। ଏହି ମହାନ୍ ଉତ୍ସବକୁ ନେଇ ବିଦ୍ୟାଳୟର ସମସ୍ତ ପରିବାର, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
୧୯୭୫ ମସିହାରେ ସ୍ଥାପିତ ଏହି ଅନୁଷ୍ଠାନ ଗତ ପାଞ୍ଚ ଦଶକ ଧରି ଶିକ୍ଷା, ଶୃଙ୍ଖଳା, ନୈତିକତା ଏବଂ ସାମାଜିକ ସେବାରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଆସିଛି। ଏହି ବିଦ୍ୟାଳୟର ବହୁ ପୂର୍ବତନ ଛାତ୍ରଛାତ୍ରୀ ଦେଶ ତଥା ବିଦେଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରି ସମାଜର ଉନ୍ନତି ଦିଗରେ କାର୍ଯ୍ୟ କରୁଛନ୍ତି।
ଉଦ୍ଘାଟନ କାର୍ଯ୍ୟକ୍ରମର ରୂପରେଖ
ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦ୍ଘାଟନୀ ସମାରୋହରେ ନିମ୍ନଲିଖିତ କାର୍ଯ୍ୟକ୍ରମଗୁଡ଼ିକ ଅନୁଷ୍ଠିତ ହେବ:
- ମୁଖ୍ୟ ଅତିଥିଙ୍କ ଦ୍ୱାରା ଉତ୍ସବର ଶୁଭାରମ୍ଭ ଓ ଦ୍ୱାର ଉନ୍ମୋଚନ।
- ୫୦ ବର୍ଷର ସ୍ମୃତିକୁ ନେଇ ପ୍ରସ୍ତୁତ ସ୍ବର୍ଣ୍ଣ ଜୟନ୍ତୀ ସ୍ମାରିକା ମୋଚନ।
- ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନ ପ୍ରଦାନ।
- ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ।
- ବିଦ୍ୟାଳୟର ଇତିହାସ ଓ ସଫଳତାକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ।
କାର୍ଯ୍ୟକ୍ରମର ଯୋଜନା
ଉଦ୍ଜାପନ ବର୍ଷରେ ଶିକ୍ଷା ସମ୍ମିଳନୀ, ପୂର୍ବତନ ଛାତ୍ରମିଳନ, ସମାଜସେବା କାର୍ଯ୍ୟକ୍ରମ, କ୍ରୀଡା ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ବିଶେଷ ସ୍ମାରକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି।
ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ସ୍ବର୍ଣ୍ଣ ଜୟନ୍ତୀ କେବଳ ଅତୀତକୁ ସ୍ମରଣ କରିବାର ଏକ ମାଧ୍ୟମ ନୁହେଁ, ବରଂ ଆଗାମୀ ପିଢ଼ୀଙ୍କ ପାଇଁ ଉତ୍ତମ ଶିକ୍ଷା ଓ ନୈତିକତାର ଏକ ନୂତନ ସଂକଳ୍ପ ନେବାର ପ୍ରତିବଦ୍ଧତା। ଏହି ଉତ୍ସବ କୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।