ପାୟୋନୀୟର ର ନୂଆ ମକ୍କା P34407

0

ଉମରକୋଟ ବ୍ଲକ ରେ ସ୍ଥିତ କୁସୁମଗୁଡା ଗ୍ରାମ ପାୟୋନିୟର କମ୍ପାନୀ ତରଫରୁ ଏକ ଫସଲ ଅମଳ ଦୀବସ ପାଳନ କରାଗଲା। ଏହି କମ୍ପାନୀ ବହୁ ବର୍ଷ ଧରି ଚାଷୀ ମାନଙ୍କୁ ଉତ୍ତମ ଶଙ୍କର ମକ୍କା,ଧାନ,ସୋରିଷ ଓ ବଜରା ମଞ୍ଜି ଯୋଗେଇ ଦେଇ ଆସୁଛି। ଏହି ଫସଲ ଅମଳ ଦୀବସ ରେ ପୟୋନୀୟର କମ୍ପାନୀ ର ନୂତନ ମକ୍କା P34407 ର ଗୁଣ ବିଷୟରେ ବିସ୍ତୃତ ଭାବରେ ଚର୍ଚ୍ଚା କରାଗଲା। ଅନ୍ୟ ଶଙ୍କର ମକ୍କା ସହ ତୁଳନା କରିବାରୁ ଏହି ମକ୍କାରେ ଅଧିକ ଲମ୍ବା ମକ୍କା ସହ ମକ୍କା ରେ ଉପର ପର୍ଯ୍ୟନ୍ତ ଭରି ରହିଥିବା ଦାନା ଦେଖାଗଲା। ଅନ୍ୟ ମକ୍କା ସହ ଓଜନ ରେ ତୁଳନା କରିବାରୁ ଓଜନ ମଧ୍ୟ ଅଧିକ ଆସିଲା, ଦାନା ମାତ୍ରା ଓ ଦାନା ନିକାସି ଅଧିକ ଆସୁଥିବାର ଚାଷୀ ଭାଇ ମାନେ ଜାଣିଲେ। ଏହି ମକ୍କା ମଧ୍ୟମ ସମୟର ଓ ସବୁ ପରିସ୍ଥିତି ରେ ଅଧିକ ଅମଳ ଦଉଚି ବୋଲି ଚାଷୀ ଭାଇ ଓ ଭଉଣୀ ମାନେ ପ୍ରତ୍ୟକ୍ଷ ରୂପରେ ଦେଖିଲେ ଓ ଆଗାମୀ ବର୍ଷ ରେ ଏହି ମକ୍କା ଲଗାଇବାକୁ ନିଶ୍ଚୟ କଲେ।

ଏହି ଫସଲ ଅମଳ ର ପ୍ରତୀନିଧିତ୍ଵ କ୍ଷେତ୍ରୀୟ MDR ଧୀରଜ୍ ହରିଜନ, ରାଜେଶ କାଚିମ୍ ଙ୍କ ସହ କ୍ଷେତ୍ରୀୟ ପ୍ରତିନିଧି ଅର୍ପିତା ଭଞ୍ଜ କରିଥିଲେ।
ଏହି ଫସଲ ଅମଳ ଦୀବସ ରେ ଆଖପାଖ ଗ୍ରାମ ର ୨୫୦ ରୁ ଅଧିକ ଚାଷୀ ଭାଇ ମାନେ ଯୋଗ ଦେଇଥିଲେ। ଚାଷୀ ଙ୍କ ସହ ଉମରକୋଟ ବ୍ଲକ ର ବିକ୍ରେତା ବନ୍ଧୁ ମଧ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଶୋଭା ବଢାଇ ଥିଲେ ଓ ଚାଷୀ ମାନଙ୍କୁ ମଞ୍ଜି ର ଉପଲବ୍ଧତା ବିଷୟରେ କହିଥିଲେ।

Related Posts
1 of 30

ଚାଷୀ ଭାଇ ମାନେ ନିଜେ ପ୍ରତ୍ୟକ୍ଷ ରୂପରେ ଦେଖି ଜାଣିଲେ ଯେ ପିଅନୀୟର ର ନୂତନ ମକ୍କା ଅଧିକ ଅମଳ ସହ ଚାଷୀ ଙ୍କୁ ଲାଭବାନ ମଧ୍ୟ କରୁଛି।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ