ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ।

0

ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ : ଏବେ ପାଲଟିଛି ଜୁଆଡିଙ୍କ ଆଡ୍ଡା ସ୍ଥଳୀ,ଢେ଼ଙ୍କାନାଳ ସଦର ଥାନା ଅଧୀନରେ ଭାପୁର ଫାଣ୍ଡି । ଜିଲ୍ଲାର ବିଶେଷ କରି ଛଦେଶ ଭାପୁର ଅଞ୍ଚଳର ଅନ୍ୟାନ୍ୟ ଗାଁ ମାନଙ୍କରେ ହେଉଥିବା ଦୋଳ ପୂର୍ଣ୍ଣିମା ଠାରୁ ବୈଶାଖ ପୂର୍ଣ୍ଣିମା ୨ ମାସ ପର୍ଯ୍ୟନ୍ତ ଏହି ଯାନୀ ଯାତ୍ରାରେ ଜୁଆପାଲି ଖେଳ ଜୋର ସୋରରେ ଚାଲେ। ଏହି ଖେଳ ଯଦିଓ ଛୋଟ ଦେଖା ଯାଏ କିନ୍ତୁ ପ୍ରତି ଖେଳରେ ଲକ୍ଷାଧିକ ଟଙ୍କାର ଖେଳ ହୁଏ। ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ଜୁଆଖେଳ ଚଳାଉଥବା ଟିମ ସହ ହାତ ମିଶାଇ ଖେଳ କରନ୍ତି। ଗାଁ ଗାଁରେ ଖେଳ ହେଲେ ଗ୍ରାମ କମିଟିକୁ ଚାନ୍ଦା ଓ ଯାନୀ ଯାତ୍ରାରେ ଖେଳ ହେଲେ ରାତିରେ ନାଟ କରିବା ସହ କିଛି ଚାନ୍ଦା ଟଙ୍କା ଆକାରରେ ଦିଅନ୍ତି। ଗୋଟିଏ ପ୍ରକାର କହିବାକୁ ଗଲେ ଗ୍ରାମ ପୂଜା ଆଢୁଆଳରେ ଜୁଆଖେଳକୁ ପ୍ରଶୟ ଦିଆଯାଏ। ଏହି ଜୁଆଖେଳ ଯୋଗୁଁ ଯାତ୍ରା ଦେଖୁବାକୁ ଆସୁଥିବା ଲୋକ ସର୍ବସ୍ୱାନ୍ତ ହୋଇଯାନ୍ତି। ଏପରିକି ଆସିଥିବା ବିଭିନ୍ନ ଗାଁ,ବଜାର ଲୋକ ମଧ୍ୟ ଏହି ଜୁଆ ଖେଳରେ ସବୁ ଟଙ୍କା ହାରି ଖାଲି ହାତରେ ଘରକୁ ଫେରିବା ଅନେକ ଉଦାହରଣ ଦେଖ‌ିବାକୁ ମିଳେ। କିଛି ସ୍ଥାନରେ ପୋଲିସ ଯଦି ଅତର୍କିତ ଚଢ଼ାଉ କରୁଛି,ବା କୌଣସି ବ୍ୟକ୍ତି ଏହି ଜୁଆ ଖେଳକୁ ପ୍ରତିବାଦ କରୁଛି,ତେବେ ଜୁଆଖେଳ ଟିମର ଆକ୍ରୋଶର ଶିକାର ହୋଇ ମାଡ଼ ଖାଇବାକୁ ପଡ଼ୁଛି। ଜୁଆଖେଳ ସ୍ଥାନରେ ଏକ ନିୟମ ରହିଛି କୌଣସି ବ୍ୟକ୍ତି ମୋବାଇଲରେ ଫୋଟୋ ଭିଡିଓ କରିବା ମନା ଯଦି କେହି ଏହାର ଫୋଟୋ ଭିଡିଓ କରିବାକୁ ଚେଷ୍ଟା କରେ ତେବେ ଜୁଆଖେଳ ଟିମର ସଦସ୍ୟମାନେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରନ୍ତି,ନଚେତ ଟଙ୍କା ମାଗୁଥିଲା ତେଣୁ ଆମେ ଆକ୍ରମଣ କଲୁ ବୋଲି ବାହାଦୂରି ମାରନ୍ତି। ଢେ଼ଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଛଦେଶ ଭାପୁର ଅଞ୍ଚଳର ଦୋଳ ପୂର୍ଣ୍ଣିମା ଠାରୁ ବୈଶାଖ ପୂର୍ଣ୍ଣିମା ୨ ମାସ ପର୍ଯ୍ୟନ୍ତ ପୂଜା ପାର୍ବଣ ଗୁଡିକରେ ଏହି ଜୁଆ ଖେଳକୁ ପୋଲିସ ନିୟନ୍ତ୍ରଣ ନ କରେ ତେବେ ଆଗାମୀ ଦିନରେ ଆଇନ ଶୃଙ୍ଖଳା ବିଗିଡି ଯିବ ତେଣୁ ଭାପୁର ଫାଣ୍ଡି ଅଧିକାରୀଙ୍କୁ ଛଦେଶ ଭାପୁର ଅଞ୍ଚଳରବାସୀଙ୍କ ଅନୁରୋଧ ଏହି ଜୁଆଖେଳକୁ ବନ୍ଦ କରିବା ପାଇଁ ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ