ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇଙ୍କ ପାଇଁ ଗୀତା ମାଝୀ ଙ୍କ ଆତ୍ମା ହତ୍ୟା।

0

ଗୋଲାମୁଣ୍ଡା/୪/୯/୨୫/ ଅନେକ ଥର ଶିକ୍ଷକ ମାନଙ୍କ ହିନ କର୍ମ ଗଣ ମାଧ୍ୟମ ରେ ପ୍ରକାଶ ପାଇ ଥିବା ବେଳେ ଆଉ ଜଣେ ଶିକ୍ଷକ ଙ୍କ ପ୍ରେମରେ ପ୍ରେମିକା ଆତ୍ମା ହତ୍ୟା କରିଛି ବୋଲି ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା ବେଳେ ଶିକ୍ଷକ ଙ୍କ ହୀନପ୍ରକୃତିକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧିକାରୀ ଙ୍କ ଅଧିନରେ ଥିବା ବନ୍ଦା ଗାଁରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, ବନ୍ଦା ଗାଁର ଚମାର ମାଝୀ, ଏକ ଗରୀବ ଶ୍ରେଣୀୟ ଅଟେ, ଦୈନିକ କୁଲି ମଞ୍ଜୁରୀ କଲେ ଚୁଲି ଜଳେ, ଏ ଭଳି ପରିସ୍ଥିତିରେ ଏକ ବୋଲି ଝିଅ ଗୀତା ମାଝୀ, (୨୦) ଙ୍କୁ କଲେଜ୍ ପ୍ରଯ୍ୟନ୍ତ ପାଠ ପଢ଼ାଇ ଥିଲେ ,ହେଲେ ଦୁର୍ଭାଗ୍ୟ ଜନକ ଯେ ଗ୍ରାମର ସର କାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇ ଙ୍କ ସହ ବହୁ ଦିନରୁ ମୋର ଝିଅ ଗୀତା ମାଝୀ ପ୍ରେମ ସମ୍ପର୍କ ଥିଲା ବୋଲି ଗୀତା ମାଝୀ ଙ୍କ ବାପା ଚମାର ମାଝୀ ଓ ତାଙ୍କ ମାଆ ଦେବନ୍ତି ମାଝି ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି , ଗ୍ରାମରେ ଥିବା ବିଦ୍ୟାଳୟରେ ସୁନୀଲ ଚନ୍ଦ୍ର ଭୋଇ ବହୁଦିନ ଧରି କାର୍ଯ୍ୟରତ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି , ବିଦ୍ୟାଳୟର ପୂର୍ବ ଦିଗର ଝରକା କୁ ଲାଗି ମୋର ଘର, ଝିଅର ପରୀକ୍ଷା ସମୟରେ ଭବାନୀ ପାଟଣାକୁ ମଧ୍ୟ ଯାଇ ଲଜରେ ପ୍ରେମ ସମ୍ପର୍କ କରି ଥିଲେ, ଯାହାକି ଆତ୍ମା ହତ୍ୟା ପରେ ଝିଅର ଏକ ଡାଇରୀରେ ଲେଖା ହୋଇ ଥିବାରୁ ଆମେ ଜାଣି ପାଇଲୁ,ଡାଇରୀ , ଓ ନୋଟ ଖାତା ଏବଂ ମୋବାଇଲ୍ ମଧ୍ୟ ଦଶପୁର ପୋଲିସ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ଜବତ କରିଛନ୍ତି , ଶିକ୍ଷକ ଙ୍କ ଠାରୁ ଯେଉଁ ପ୍ରେମ ସମ୍ପର୍କ ନିବିଡ଼ ଥିଲା ତାହା ଶିକ୍ଷକ ଧୀରେ ଧୀରେ ଦୂରେଇ ରଖିବା ପରେ କୌଣସି ଉପାୟ ନ ପାଇ ଗତ ତା ୩୧/୮/୨୫/ରବିବାର ସକାଳ ନଅ ଘଣ୍ଟା ସମୟରେ ଗୀତ ମାଝୀ ବିଷ ପିଇ ଆତ୍ମହତ୍ୟା କରି ଥିଲେ ବୋଲି ବାପା ମାଆ ପ୍ରକାଶ କରି ଥିଲେ,, ପ୍ରଥମେ ଫରଙ୍ଗସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ଭବାନୀ ପାଟଣା ବଡ ମେଡିକାଲ କୁ ନେଇ ଚିକିତ୍ସା କରିବା ପରେ ଡ଼ାକ୍ତର ମୋର ଝିଅ ଗୀତା ମାଝୀ ଙ୍କୁ ମୃତ୍ୟୁ ଘୋଷଣା କରି ଥିଲେ, ଏହି ପରିପ୍ରେକ୍ଷୀରେ ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ପୁହୁଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ଆମକୁ ଶବ ହସ୍ତାନ୍ତର କରି ଥିଲେ ବୋଲି ଜନ କଲ୍ୟାଣ ସାମ୍ବାଦିକ ସଂଘର କର୍ମ କର୍ତ୍ତା ଙ୍କ ଠାରେ ଝିଅର ବାପା ମାଆ ପ୍ରତିକ୍ରିୟା ପ୍ରକାଶ କରି ଥିବା ବେଳେ ଗ୍ରାମର ରୁଷିମଣି ଦଣ୍ଡସେନା , ରାଧାକାନ୍ତ ଗୁରୁ ଙ୍କ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ ତୁରନ୍ତ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଉ ନଚେତ ଆଗାମୀ ଦିନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବ ବୋଲି ଚେତାବନୀ ଦେଇଛନ୍ତି, ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳେନ୍ଦ୍ର ମେହେର ମଧ୍ୟ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ,ଏହି ଘଟଣା କୁ ନେଇ ଦଶପୁର ଫାଣ୍ଡି ଅଧିକାରୀ ଙ୍କ ପ୍ରତିକ୍ରିୟା ମାଗିବାରୁ ସେ କହିଲେ ନିଶ୍ଚିତ ଭାବେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ସହ ଏଫଆଇଆର 05/31ନେଇ ପ୍ରତିଶ୍ରୁତି ଦେଇ ଥିଲେ,, ହେଲେ ଦେଖିବାକୁ ବାକି ରହିଲା କେବେ ପୋଲିସ ପକ୍ଷରୁ କି ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି,

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ