ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇଙ୍କ ପାଇଁ ଗୀତା ମାଝୀ ଙ୍କ ଆତ୍ମା ହତ୍ୟା।

0

ଗୋଲାମୁଣ୍ଡା/୪/୯/୨୫/ ଅନେକ ଥର ଶିକ୍ଷକ ମାନଙ୍କ ହିନ କର୍ମ ଗଣ ମାଧ୍ୟମ ରେ ପ୍ରକାଶ ପାଇ ଥିବା ବେଳେ ଆଉ ଜଣେ ଶିକ୍ଷକ ଙ୍କ ପ୍ରେମରେ ପ୍ରେମିକା ଆତ୍ମା ହତ୍ୟା କରିଛି ବୋଲି ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା ବେଳେ ଶିକ୍ଷକ ଙ୍କ ହୀନପ୍ରକୃତିକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧିକାରୀ ଙ୍କ ଅଧିନରେ ଥିବା ବନ୍ଦା ଗାଁରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, ବନ୍ଦା ଗାଁର ଚମାର ମାଝୀ, ଏକ ଗରୀବ ଶ୍ରେଣୀୟ ଅଟେ, ଦୈନିକ କୁଲି ମଞ୍ଜୁରୀ କଲେ ଚୁଲି ଜଳେ, ଏ ଭଳି ପରିସ୍ଥିତିରେ ଏକ ବୋଲି ଝିଅ ଗୀତା ମାଝୀ, (୨୦) ଙ୍କୁ କଲେଜ୍ ପ୍ରଯ୍ୟନ୍ତ ପାଠ ପଢ଼ାଇ ଥିଲେ ,ହେଲେ ଦୁର୍ଭାଗ୍ୟ ଜନକ ଯେ ଗ୍ରାମର ସର କାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇ ଙ୍କ ସହ ବହୁ ଦିନରୁ ମୋର ଝିଅ ଗୀତା ମାଝୀ ପ୍ରେମ ସମ୍ପର୍କ ଥିଲା ବୋଲି ଗୀତା ମାଝୀ ଙ୍କ ବାପା ଚମାର ମାଝୀ ଓ ତାଙ୍କ ମାଆ ଦେବନ୍ତି ମାଝି ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି , ଗ୍ରାମରେ ଥିବା ବିଦ୍ୟାଳୟରେ ସୁନୀଲ ଚନ୍ଦ୍ର ଭୋଇ ବହୁଦିନ ଧରି କାର୍ଯ୍ୟରତ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି , ବିଦ୍ୟାଳୟର ପୂର୍ବ ଦିଗର ଝରକା କୁ ଲାଗି ମୋର ଘର, ଝିଅର ପରୀକ୍ଷା ସମୟରେ ଭବାନୀ ପାଟଣାକୁ ମଧ୍ୟ ଯାଇ ଲଜରେ ପ୍ରେମ ସମ୍ପର୍କ କରି ଥିଲେ, ଯାହାକି ଆତ୍ମା ହତ୍ୟା ପରେ ଝିଅର ଏକ ଡାଇରୀରେ ଲେଖା ହୋଇ ଥିବାରୁ ଆମେ ଜାଣି ପାଇଲୁ,ଡାଇରୀ , ଓ ନୋଟ ଖାତା ଏବଂ ମୋବାଇଲ୍ ମଧ୍ୟ ଦଶପୁର ପୋଲିସ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ଜବତ କରିଛନ୍ତି , ଶିକ୍ଷକ ଙ୍କ ଠାରୁ ଯେଉଁ ପ୍ରେମ ସମ୍ପର୍କ ନିବିଡ଼ ଥିଲା ତାହା ଶିକ୍ଷକ ଧୀରେ ଧୀରେ ଦୂରେଇ ରଖିବା ପରେ କୌଣସି ଉପାୟ ନ ପାଇ ଗତ ତା ୩୧/୮/୨୫/ରବିବାର ସକାଳ ନଅ ଘଣ୍ଟା ସମୟରେ ଗୀତ ମାଝୀ ବିଷ ପିଇ ଆତ୍ମହତ୍ୟା କରି ଥିଲେ ବୋଲି ବାପା ମାଆ ପ୍ରକାଶ କରି ଥିଲେ,, ପ୍ରଥମେ ଫରଙ୍ଗସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ଭବାନୀ ପାଟଣା ବଡ ମେଡିକାଲ କୁ ନେଇ ଚିକିତ୍ସା କରିବା ପରେ ଡ଼ାକ୍ତର ମୋର ଝିଅ ଗୀତା ମାଝୀ ଙ୍କୁ ମୃତ୍ୟୁ ଘୋଷଣା କରି ଥିଲେ, ଏହି ପରିପ୍ରେକ୍ଷୀରେ ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ପୁହୁଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ଆମକୁ ଶବ ହସ୍ତାନ୍ତର କରି ଥିଲେ ବୋଲି ଜନ କଲ୍ୟାଣ ସାମ୍ବାଦିକ ସଂଘର କର୍ମ କର୍ତ୍ତା ଙ୍କ ଠାରେ ଝିଅର ବାପା ମାଆ ପ୍ରତିକ୍ରିୟା ପ୍ରକାଶ କରି ଥିବା ବେଳେ ଗ୍ରାମର ରୁଷିମଣି ଦଣ୍ଡସେନା , ରାଧାକାନ୍ତ ଗୁରୁ ଙ୍କ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ ତୁରନ୍ତ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଉ ନଚେତ ଆଗାମୀ ଦିନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବ ବୋଲି ଚେତାବନୀ ଦେଇଛନ୍ତି, ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳେନ୍ଦ୍ର ମେହେର ମଧ୍ୟ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ,ଏହି ଘଟଣା କୁ ନେଇ ଦଶପୁର ଫାଣ୍ଡି ଅଧିକାରୀ ଙ୍କ ପ୍ରତିକ୍ରିୟା ମାଗିବାରୁ ସେ କହିଲେ ନିଶ୍ଚିତ ଭାବେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ସହ ଏଫଆଇଆର 05/31ନେଇ ପ୍ରତିଶ୍ରୁତି ଦେଇ ଥିଲେ,, ହେଲେ ଦେଖିବାକୁ ବାକି ରହିଲା କେବେ ପୋଲିସ ପକ୍ଷରୁ କି ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି,

Leave A Reply

Your email address will not be published.

Latest News
ବିନା ସୂଚନା ଫଳକ ରେ ଚାଲିଛି ଉନ୍ନୟନ କାମ ସରକାରୀ ବିଦ୍ୟାଳୟରେ ସମ୍ବିଧାନ ପଢେଇବା ପାଇଁ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଦାବୀ ଦଶପୁର ମେହେର ପଡ଼ା ଜଗନ୍ନାଥ କ୍ଲବ ଷ୍ଟ୍ରିଟ ଲାଇଟ ସଂସ୍ପର୍ଶରେ ଆସି ଗାଈ ର ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଲକ କୋଟଗରା ପଂଚାୟତ ର ପୂର୍ବତନ ସମିତି ସଭ୍ୟ ତଥା ସମାଜସେବୀ ଅଶ୍ୱିନୀ କୁମାର ପରି... ପାରାଦୀପ ବନ୍ଦର ପ୍ରସିଧ ବିଶ୍ଵକର୍ମା ପୂଜା ରେ ଆଜି ଲୋକମାନଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ପ୍ରୟାସ କର୍ମ ତତ୍ପରତାନାମରେ SHG ମହିଳାଙ୍କୁ ନୂଆ ଭେଟି l ସେବା ପର୍ବ ପାଳନ ଉପଲକ୍ଷେ ଆର୍ଥିକ ସାକ୍ଷରତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ୧୦୪ ଗୋଟି ଜନଶୁଣାଣୀ ଅଭିଯୋଗ ଶୁଣାଣୀ ହେଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଚପୁରିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ* ବରିଷ୍ଠ ଓକିଲଙ୍କ ଅକାଳ ବିୟୋଗ ।