ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳି ଦାବିରେ ସ୍କୁଲରେ ତାଲା

0

ଜଡିଦା ପଞ୍ଚାୟତ ବଡ଼ ରାଇକାଳିଆ ପ୍ରାଥମିକ ବିଦ୍ୟାଳୟର ଗେଟରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ । ଘଟଣାରୁ ଜଣା ଯାଇଛି ଯେ ଏହି ଗାଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା ଦୀର୍ଘ ବର୍ଷ ଧରି ଏହି ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ ରହି ଆସୁଛନ୍ତି, ତାଙ୍କର ବ୍ୟବହାର ଅତ୍ୟନ୍ତ କ୍ରୂର,ପିଲା ମାନଙ୍କୁ ପାଠ ପଢାଇବା ପରିବର୍ତ୍ତେ ଅନ୍ୟ କାମରେ ଲଗାଉଛନ୍ତି,ଘାସ ଓପାଡିବା,ବାସନ ଧୋଇବା, ପାଇଖାନା କୁ ପାଣି ଯୋଗାଇବା,ଇତ୍ୟାଦି କାମରେ ଲଗାଉ ଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ,ପିଲା ମାନଙ୍କୁ ପାଇଖାନା ବ୍ୟବହାର କରିବାକୁ ନ ଦେବା, ନିମ୍ନମାନର ଖାଦ୍ୟ ଯୋଗାଇବା ଆଦି ସଂଗୀନ ଅଭିଯୋଗ ଆଣିଛନ୍ତି ଅଭିଭାବକ,ନିଜେ ସମୟଆନୁବର୍ତ୍ତୀ ନ ହୋଇ ୧୧ଟା ବେଳେ ବିଦ୍ୟାଳୟ କୁ ଆସିବା,ଅଫିସ୍ କାମ ଦେଖାଇ ମଧ୍ଯାହ୍ନ ଭୋଜନ ପରେ ବିଦ୍ୟାଳୟ ରୁ ଚାଲିଥିବା,ନିଜ ମନମାନୀରେ ବିଦ୍ୟାଳୟ ଚଳାଉ ଥିବା ଅଭିଯୋଗ ଆଣି ଗ୍ରାମବାସୀ ବ୍ଲକ ଶିକ୍ଷା ଧିକାରୀ, ଜିଲ୍ଲା ଶିକ୍ଷା ଧିକାରୀ, ଜିଲ୍ଲା ପାଳ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି,ତେବେ କୌଣସି ପ୍ରତିକାର ହୋଇନଥିବା ବେଳେ ସୋମବାର ବିଦ୍ୟାଳୟ ରେ ତାଲା ପକାଇ ଧାରଣାରେ ବସିଛନ୍ତି, ଗ୍ରାମବାସୀ,ଅଭିଭାବକ ଓ ଛାତ୍ରଛାତ୍ରୀ, ଦୀର୍ଘ ୩ଘଣ୍ଟା ବସିବା ପରେ ଅତିରିକ୍ତ ଶିକ୍ଷା ଧିକାରୀ ଘନଶ୍ୟାମ ସିଂ ଘଟଣାସ୍ଥଳରେ ପହଞ୍ଚି, ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଆଗାମୀ ୭ଦିନ ଭିତରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳରେ ଜଣେ ଶିକ୍ଷକ ଙ୍କୁ ନିୟୋଜିତ କରାଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣାରୁ ଓହରିଛନ୍ତି ଗ୍ରାମବାସୀ,ତେବେ ଆଜି ପ୍ରଧାନ ଶିକ୍ଷୟତ୍ରୀ ଅନୁପସ୍ଥିତ ଥିବାରୁ ଗ୍ରାମବାସୀମାନେ ପିଲାମାନଙ୍କୁ
ମଧ୍ଯାହ୍ନ ଭୋଜନ ଦେଇଛନ୍ତି ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ