ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳି ଦାବିରେ ସ୍କୁଲରେ ତାଲା

0

ଜଡିଦା ପଞ୍ଚାୟତ ବଡ଼ ରାଇକାଳିଆ ପ୍ରାଥମିକ ବିଦ୍ୟାଳୟର ଗେଟରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ । ଘଟଣାରୁ ଜଣା ଯାଇଛି ଯେ ଏହି ଗାଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା ଦୀର୍ଘ ବର୍ଷ ଧରି ଏହି ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ ରହି ଆସୁଛନ୍ତି, ତାଙ୍କର ବ୍ୟବହାର ଅତ୍ୟନ୍ତ କ୍ରୂର,ପିଲା ମାନଙ୍କୁ ପାଠ ପଢାଇବା ପରିବର୍ତ୍ତେ ଅନ୍ୟ କାମରେ ଲଗାଉଛନ୍ତି,ଘାସ ଓପାଡିବା,ବାସନ ଧୋଇବା, ପାଇଖାନା କୁ ପାଣି ଯୋଗାଇବା,ଇତ୍ୟାଦି କାମରେ ଲଗାଉ ଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ,ପିଲା ମାନଙ୍କୁ ପାଇଖାନା ବ୍ୟବହାର କରିବାକୁ ନ ଦେବା, ନିମ୍ନମାନର ଖାଦ୍ୟ ଯୋଗାଇବା ଆଦି ସଂଗୀନ ଅଭିଯୋଗ ଆଣିଛନ୍ତି ଅଭିଭାବକ,ନିଜେ ସମୟଆନୁବର୍ତ୍ତୀ ନ ହୋଇ ୧୧ଟା ବେଳେ ବିଦ୍ୟାଳୟ କୁ ଆସିବା,ଅଫିସ୍ କାମ ଦେଖାଇ ମଧ୍ଯାହ୍ନ ଭୋଜନ ପରେ ବିଦ୍ୟାଳୟ ରୁ ଚାଲିଥିବା,ନିଜ ମନମାନୀରେ ବିଦ୍ୟାଳୟ ଚଳାଉ ଥିବା ଅଭିଯୋଗ ଆଣି ଗ୍ରାମବାସୀ ବ୍ଲକ ଶିକ୍ଷା ଧିକାରୀ, ଜିଲ୍ଲା ଶିକ୍ଷା ଧିକାରୀ, ଜିଲ୍ଲା ପାଳ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି,ତେବେ କୌଣସି ପ୍ରତିକାର ହୋଇନଥିବା ବେଳେ ସୋମବାର ବିଦ୍ୟାଳୟ ରେ ତାଲା ପକାଇ ଧାରଣାରେ ବସିଛନ୍ତି, ଗ୍ରାମବାସୀ,ଅଭିଭାବକ ଓ ଛାତ୍ରଛାତ୍ରୀ, ଦୀର୍ଘ ୩ଘଣ୍ଟା ବସିବା ପରେ ଅତିରିକ୍ତ ଶିକ୍ଷା ଧିକାରୀ ଘନଶ୍ୟାମ ସିଂ ଘଟଣାସ୍ଥଳରେ ପହଞ୍ଚି, ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଆଗାମୀ ୭ଦିନ ଭିତରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳରେ ଜଣେ ଶିକ୍ଷକ ଙ୍କୁ ନିୟୋଜିତ କରାଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣାରୁ ଓହରିଛନ୍ତି ଗ୍ରାମବାସୀ,ତେବେ ଆଜି ପ୍ରଧାନ ଶିକ୍ଷୟତ୍ରୀ ଅନୁପସ୍ଥିତ ଥିବାରୁ ଗ୍ରାମବାସୀମାନେ ପିଲାମାନଙ୍କୁ
ମଧ୍ଯାହ୍ନ ଭୋଜନ ଦେଇଛନ୍ତି ।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ