ଢେଙ୍କାନାଳ ଦଳିତ ମହାସଂଘ ଓ କାମାକ୍ଷାନଗର ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ୬୯ତମ ମହାପରି ନିର୍ମାଣ ଦିବସ ପାଳିତ ।

0

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁନର୍ବାର ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସ୍ଥାନ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ୫ ଦଫା ଦାବୀ ପତ୍ର ପ୍ରଦାନ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିଲ୍ଲା ଦଳିତ ମହାସଂଘ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ଓ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଭୀମରାଓ ଆମ୍ବେଦକର ୬୯ତମ ମହାପରି ନିର୍ମାଣ ଦିବସ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଲୋହିଆ ବିଚାର ମଞ୍ଚର ଉପଦେଷ୍ଟା ଜୟନ୍ତୀ ନାୟକ,ଜିଲ୍ଲା ଦଳିତ ମହାସଂଘର ସଭାପତି ଅନ୍ତର୍ଯ୍ୟାମୀ ନାୟକ,ଆମ୍ବେଦକର ବିଚାର ମଞ୍ଚ ତଥା ମୁଖ୍ୟ ପରିଚାଳକ ଅକ୍ଷୟ କୁମାର ନନ୍ଦ,ଉପଖଣ୍ଡର ସଭାନେତ୍ରୀ ରଞ୍ଜୁବାଳା ନାୟକ,ସଂମ୍ପାଦକ ଅଶୋକ କୁମାର ନାୟକ ପ୍ରମୁଖ କର୍ମକର୍ତ୍ତାମାନେ ଆମ୍ବେଦକରଙ୍କ ମହାପରି ନିର୍ମାଣ ଦିବସରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜଣେଇବା ସହ ସମାନତା,ମାନବିକ ମର୍ଯ୍ୟାଦା ପାଇଁ ତାଙ୍କର ଲଢେଇ ଆମରାଷ୍ଟ୍ର ଗଠନ କରିବାରେ ସହାୟକ ହୋଇଥିବା ଓ ସମଭାବା ପୂର୍ଣ୍ଣ ସମାଜ ଗଠନ ଉଦ୍ଦେଶ୍ୟରେ ତାଙ୍କର ଦୃଷ୍ଟିକୋଣ ସମସ୍ତଙ୍କ ପାଇଁ ସମାନ ଅଧିକାର ଓ ସୁଯୋଗ ଦିଗରେ ମାର୍ଗ ଦର୍ଶନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଓ ତତ୍‌ପରେ ସଂଗଠନର କର୍ମକର୍ତ୍ତା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଆମ୍ବେଦକରଙ୍କ ସ୍ତ୍ମତିପୀଠର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କୁ ୫ଦଫା ଦାବୀ ସମ୍ବଳିତ ପତ୍ର ପ୍ରଦାନ କରାଯାଇଥିଲା। କାମାକ୍ଷାନଗର ଏହି ଅନୁଷ୍ଠାନ ୧୯୯୮ ମସିହାଠାରୁ ସମାଜ ପ୍ରତି ସେବା ଓ ଜିଲ୍ଲାର ସମସ୍ତ ଅଞ୍ଚଳକୁ ଯାଇ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଜିଲ୍ଲା ଓ ଉପଖଣ୍ଡ ପୋଲିସ୍ ପ୍ରଶାସନର ଦୃଷ୍ଟି ଗୋଚର କରି ସେବା ଯୋଗାଇ ଆସୁଛି। ଗତ ୨୦୧୧ ମସିହାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବେଦକରଙ୍କର ସ୍ତୁତିପୀଠ ନିର୍ମାଣ କରାଯାଇଥିଲା। ଯାହାକି ତତ୍କାଳୀନ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ମହାନ୍ତି ଓ ତହସିଲ୍ ଦାର କଳ୍ପତରୁ ବେହେରା ଅନୁମତି ପ୍ରଦାନ କରିଥିଲେ। ସେହି ସ୍ଥାନରେ ସଂଗଠନ,କାମାକ୍ଷାନଗର ଜନସାଧାରଣ ଓ ପ୍ରଶାସନର ମିଳିତ ସହଯୋଗରେ ଜନ୍ମ ଦିବସ,ମହାପରି ନିର୍ମାଣ ଦିବସ ଓ ସମ୍ବିଧାନ ଦିବସ ଆଦି ପାଳନ କରାଯାଉଥିଲା Iକିନ୍ତୁ ଦୁଃଖ ଓ ପରିତାପର ବିଷୟ ଦୀର୍ଘ ୧୨ ବର୍ଷ ଧରି ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ୨୦୨୩ ମସିହାରେ ବିଜେଡି ସରକାର ଶାସନ ସମୟରେ କିଛି ସଂଗଠନ ବିରୋଧି ବ୍ୟକ୍ତି ଓ ରାଜନେତାଙ୍କ ପ୍ରରୋଚନାରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ନିର୍ମିତ ସ୍ମୃତି ପୀଠକୁ ରାତାରାତି ଭାଙ୍ଗି ଅଳିଆ ଗଦାକୁ ଫିଙ୍ଗି ଦେଇ ଓ ସେହି ସ୍ଥାନରେ ମିଲେଟ୍ କାଫେ ନିର୍ମାଣ କରିଥିଲେ। ଏ ସଂପର୍କରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏବେ କାଫେଟି ବନ୍ଦ ହୋଇଯିବାରୁ ତାଲାପଡି ରହିଛିା ଏବଂ (୧)ସେହି ଯାଗାକୁ ପୁନର୍ବାର ସଂଘକୁ ପ୍ରଦାନ କରିବା (୨) କଳ୍ପନା କ୍ଲବ୍ ଛକ ଠାରୁ ମହାବିଦ୍ୟାଳୟ ରାସ୍ତାକୁ ଆମ୍ବେଦକର ରାସ୍ତା ନାମରେ ଘୋଷଣା (୩) ଆମ୍ବେଦକର ଭବନପାଇଁ ସ୍ଥାନ ନିରୁପଣ (୪) ବିଚାରାଳୟ ଅଧିବକ୍ତା ନିଯୁକ୍ତି (୫) ଅନୁସୂଚିତ ଜାତି ଜନଜାତିମାନଙ୍କୁ ସଂରକ୍ଷଣ ଜରିଆରେ ନିଯୁକ୍ତି,ଅଦାଲତରେ ବିଚାର ହେଉଥିବା ଜାତି- ଜନଜାତି ମାମଲା ଅଧିବକ୍ତା ମାନଙ୍କୁ ନିଯୁକ୍ତି ପ୍ରମୁଖ ଦାବୀ ପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ଏହାକୁ ବିଚାର କରି ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି ।ନଚେତ୍ ଆଗାମୀ ଦିନରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ସଂଘ ଚେତାବନୀ ଦେଇଛି।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ