ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ

0

ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କାନ୍ଦରାଶୁଣି ଉଦ୍ୟାନ ବିଭାଗ ଠାରେ ଓଡିଶା ସରକାରଙ୍କ ତରଫରୁ ଚାଷୀଙ୍କୁ ରିହାତି ଦରରେ ବିହନ ଯୋଗାଇ ଦେଇ କିପରି ଚାଷୀ ସ୍ଵାବଲମ୍ବୀ ହୋଇପାରିବ ସେଥ୍‌ପାଇଁ ରାଜ୍ୟ ସରକାର ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ଅନ୍ତର୍ଭୁକ୍ତ ଚାଷୀଙ୍କୁ ଫସଲ କରିବା ପାଇଁ ଆଳୁ ବିହନ ଯୋଗାଇ ଦେବାକୁ ସରକାର ପ୍ରୟାସ ଜାରି ରଖୁଛନ୍ତି। ଏହି ଅବସରରେ ହିନ୍ଦୋଳ ଉଦ୍ୟାନ ଭବନ କାର୍ଯ୍ୟାଳୟରେ ପୂର୍ବ ସୋମବାର ଦିନ ଠାରୁ ଦୁଇ ପର୍ଯ୍ୟାୟରେ ୬୫୦ କୁଇଣ୍ଟାଲ ଆଳୁ ବିହନ ପହଞ୍ଚିଥ‌ିବା ସହ ବଣ୍ଟନ କାର୍ଯ୍ଯ ଆରମ୍ଭ ହୋଇଛି ଓ ଯଉ ଚାଷୀମାନେ ଆଳୁ ବିହନ ପାଇନାହାନ୍ତି ଯଥା ଶୀଘ୍ର ଉଦ୍ୟାନ ଭବନ କାର୍ଯ୍ୟାଳୟରୁ ନେଇପାରିବେ ବୋଲି ସହକାରୀ ଉଦ୍ୟାନ ଅଧିକାରିଣୀ ସସ୍ମିତା ସାହୁ ସୂଚନା ଦେଇଛନ୍ତି ଓ ଚାଷୀ ମାନଙ୍କ ସଚେତନତା ପାଇଁ ଅବଗତ କରିଛନ୍ତି। ୬୫୦ କୁଇଣ୍ଟାଲ ଆଳୁ ଆସିଥିବା ବେଳେ ଚାଷୀଙ୍କୁ ଜଣ ପିଛା ଦେଢ଼ କୁଇଣ୍ଟାଲ ବିହନ ଆଳୁ ଯୋଗାଇ ଦେବାକୁ ଧାର୍ଯ୍ୟ ଥ‌ିବା ବେଳେ ଚାଷୀଙ୍କୁ କେଜି ପ୍ରତି ୨୦ ଟଙ୍କା ହିସାବରେ ତିନି ହଜାର ଟଙ୍କା ପ୍ରଥମେ ଦେବାକୁ ଥ‌ିବା ବେଳେ ଚାଷ କାର୍ଯ୍ୟ ପରେ କିଲୋ ପ୍ରତି ୧୦ ଟଙ୍କା ରିହାତି ଅର୍ଥାତ ୧୫ ଶହ ଟଙ୍କା ଫେରସ୍ତ ମିଳିବ ବୋଲି ଅଧିକାରିଣୀ ସସ୍ମିତା ସାହୁ ସୂଚନା ଦେଇଛନ୍ତି। ହିନ୍ଦୋଳ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରୁ ବିହନ ନେଇ ଚାଷୀ ଚାଷ କାର୍ଯ୍ୟରେ ନିୟୋଜିତ ହେବା ସହ ପ୍ରଚୁର ପରିମାଣ ରେ ବିହନ ମହଜୁତ ଥିବା ଅଧିକାରିଣୀ ସସ୍ମିତା ସାହୁ ଚାଷୀମାନଙ୍କ ଅବଗତି ନିମନ୍ତେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗର କର୍ମଚାରୀ ରାମ ଗଗରାଇ,ବାବୁଲା ପରିଡ଼ା,ତପନ ସାହୁ,ଅନ୍ନପୂର୍ଣ୍ଣା ପ୍ରଧାନ ପ୍ରମୁଖ କର୍ମଚାରୀମାନେ ଆଳୁ ବିହନ ବଣ୍ଟନ ଉଦ୍ୟାନ ସମ୍ପ୍ରସାରଣ ଓ ସଚେତନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ