ସେବା ପର୍ବ ପାଳନ ଉପଲକ୍ଷେ ଆର୍ଥିକ ସାକ୍ଷରତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0

କଳାହାଣ୍ଡି -(ଜୟପାଟଣା)
ଦିବ୍ୟନାଗଙ୍କ ରିପୋର୍ଟ କୋଣାର୍କ ନିୟୁଜ ଭବାନୀପାଟଣା:ତା ୨୨-୯-୨୫ ରିଖ ଅର୍ଥ ବିଭାଗ ସ୍ୱଳ୍ପ ସଞ୍ଚୟ ନିର୍ଦ୍ଦେଶାଳୟ ତରଫରୁ ସେବା ପର୍ବ ଉପଲକ୍ଷେ ସଞ୍ଚୟ ବୃକ୍ଷରୋପଣ କରାଯାଇ ସ୍ୱଳ୍ପ ସଞ୍ଚୟ ତଥା ଆର୍ଥିକ ସ୍ଵାକ୍ଷରତା ଅଭିଯାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ପରିପ୍ରେକ୍ଷିରେ ଜିଲ୍ଲା ଆର୍ଥିକ ସ୍ଵଳ୍ପ ସଞ୍ଚୟ ବିଭାଗ ତରଫରୁ ମେଦିନୀପୁର ପଞ୍ଚାୟତରେ ଏକ ସଞ୍ଚୟ ବୃକ୍ଷରୋପଣ ପରେ ଆଞ୍ଚଳିକ ସେବା ଓ ସ୍ଵାକ୍ଷରତା ଶିବିର ଅନୁଷ୍ଠିତ ହୋଇଥିଲା ସହ ନିର୍ଦ୍ଦେଶକ ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ସେବା କଳାହାଣ୍ଡି ବିବେକାନନ୍ଦ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଯୋଗଦେଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ବୃକ୍ଷରୋପଣ କରିଥିଲେ । ଏହି ଶିବିରରେ ସୁକନ୍ୟା ସମୃଦ୍ଧି ଯୋଜନାରେ କିପରି ବହୁ ଲୋକ ସାମିଲ ହୋଇ ଏହାର ଲାଭ ଉଠାଇପାରିବେ ସେ ସମ୍ପର୍କରେ ଗୁରୁତ୍ବ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପଂଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ପୋଷ୍ଟାଲ ସୁପରିଟେନଡେଣ୍ଟ ସୁଶାନ୍ତ କୁମାର ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ସହ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ଶ୍ରୀ ମହାନନ୍ଦ ପରିଚାଳନା କରିଥିଲେ ।

Related Posts
1 of 6
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ