ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।।
ବେଳାଭୂମି ତିରେ ପୁଷ୍ପ ଉଦ୍ୟାନରେ
ତରୁଣ ତରୁଣୀ ମିଶି
ମାନସର ଭାଷା ଅନ୍ତରର ତୃଷା
ଦିଅନ୍ତି ସବୁ ପ୍ରକାଶି ।।
ମଧୁର ମିଳନ ଆଣିଛି ଫାଲ୍ଗୁନ
ସରସେ ବିତଇ ଦିନ
ପୂର୍ଣ୍ଣିମାର ଶେଷେ ଫଗୁଖେଳ ଆସେ
ନାଚିଉଠେ ତନ ମନ।।
ସର୍ବ ନର ନାରୀ ମାତ୍ତେ ହୋଇଘାରି
ଅବିର ଅଙ୍ଗେ ଲେପନ୍ତି
ଭୁଲି ରାଗ ରୁଷା ଭଣି ମଧୁ ଭାଷା
ପରକୁ ନିଜ କରନ୍ତି ।।
ଦ୍ଵାପର ଯୁଗରୁ ଚଳି ଆସୁଅଛି
ଅନନ୍ୟ ଅପୂର୍ବ ରୀତି
ବେନି ରାଧା କୃଷ୍ଣ ଦିନେ ଖେଳୁ ଥିଲେ
ଅନ୍ତରେ ଭରିଣ ପ୍ରୀତି ।।
ରଙ୍ଗପର୍ବ ହୋଲି ଦିଲ୍ଲୀ ଠାରୁ ପଲ୍ଲୀ
ବେରଙ୍ଗେ ରଙ୍ଗ ଭରଇ
ସମାଜ ମଧ୍ୟରେ ମଇତ୍ରୀ ସ୍ଥାପଇ
କଳୁଷ ନିଏ ଦୂରେଇ ।।
ଖମ୍ବେଶ୍ଵରୀ ପାଟଣା
ଆସିକା,ଗଞ୍ଜାମ।