ଖୁବ୍‌ ଶୀଘ୍ର ରଶ୍ମିକାଙ୍କ ହାତ ଧରିବେ ବିଜୟ

0

ସିନେ ଜଗତରେ ଷ୍ଟାରଙ୍କ ଆଫେୟାର ଖବର ଖୁବ୍‌ ଭାଇରାଲ ହୁଏ। ସାଉଥ୍‌ ଷ୍ଟାର ବିଜୟ ଦେବାକୋଣ୍ଡା ଓ ରଶ୍ମିକା ମନ୍ଦାନା ଏବେ ଏହି କାରଣରୁ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ କିଛି ଚାଲିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି।  କିଛିଦିନ ତଳେ ଦୁହିଁଙ୍କର ବ୍ରେକଅପ୍‌ ହୋଇଛି ବୋଲି ଖବର ଆସିଥିଲା। ହେଲେ ସେମିତି କିଛି ହୋଇନାହିଁ ବୋଲି କହିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା । ବିଜୟ ଦେବରାକୋଣ୍ଡାଙ୍କ ସହ ତାଙ୍କ ସଂପର୍କ ସେମିତି ଅଛି ଯେମିତି ଆଗରୁ ଥିଲା । 

ବିଜୟ କୁହିଛନ୍ତି  ରଶ୍କିକାଙ୍କ ଉପରେ ଅଭିମାନ କରି ବେଶି ଦିନ ରହିବା ସମ୍ଭବ ନୁହେଁ । ଗତ ସପ୍ତାହରେ ଦୁହିଁଙ୍କ ସଂପର୍କ ନେଇ ରଶ୍ମିକା ପ୍ରକାଶ୍ୟରେ କହିଛନ୍ତି ବିଜୟ ତାଙ୍କର ସର୍ବସ୍ୱ। ଏକ ଅନୁଷ୍ଠାନ ଅବସରରେ ରଶ୍ମିକାଙ୍କୁ  କିଛି ସାମ୍ବାଦିକ ପ୍ରଶ୍ନ କରିଥିଲେ ବିଜୟଙ୍କ ସହିତ ତାଙ୍କ ସଂପର୍କ କିପରି । ବିଜୟ ଦେବରାକୋଣ୍ଡା ରଶ୍ମିକାଙ୍କ ପାଇଁ କ’ଣ? ଏଭଳି ପ୍ରଶ୍ନରେ ରଶ୍ମିକା ଟିକେ ଅପ୍ରସ୍ତୁତ ହୋଇପଡ଼ିଥିଲେ । ତେବେ ଡେରି ନ  କରି ଉତ୍ତର ଦେଇଥିଲେ ବିଜୟ ତାଙ୍କର ସର୍ବସ୍ୱ । ମୋର ସମସ୍ତ କିଛି ତାଙ୍କର । ଏକଥା କହିଲା ବେଳେ   ରଶ୍ମିକା ଲାଜେଇ ଯାଇଥିଲେ । ମୁହଁରେ ହସକୁ ଚାପି ରଖିଥିଲେ ଲାଜକୁ ଢାଙ୍କିବାକୁ ଚେଷ୍ଟା କରୁଥିଲେ । 

Related Posts
1 of 31

ହେଲେ ସେଠାରେ ଉପସ୍ଥିତ ଲୋକମାନଙ୍କ ଦୃଷ୍ଟିରୁ ତାହା ବାଦ୍‌ ପଡିନଥିଲା । ବେଶ୍‌ କିଛିଦିନ ଧରି ଦକ୍ଷିଣୀ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଲାଗି ରହିଛି ଯେ ବିଜୟ ଓ ରଶ୍ମିକା ପରସ୍ପରକୁ ଡେଟ୍‌ କରୁଛନ୍ତି । ଖୁବଶୀଘ୍ର ବିଜୟଙ୍କ ହାତ ଧରିବାକୁ ଯାଉଛନ୍ତି ରଶ୍ମିକା । ବେଳେବେଳେ  ସୋସିଆଲ୍‌ ମିଡିଆରେ ବି ନିଜ ସଂପର୍କ ବିଷୟରେ ଆଭାସ ଦେଉଛନ୍ତି ଉଭୟ ବିଜୟ ଓ ରଶ୍ମିକା 

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ