ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା ।

0

କୋଣାର୍କ ନିୟୁଜ 24 ଦାନଗଦି ବ୍ୟୋରୋ. ଭାରତ ବର୍ଷ 1947 ମସିହା ସ୍ୱାଧୀନ ହୋଇଥିବା ବେଳେ ଆଜକୁ ଦେଶ ସ୍ୱାଧୀନ ହେବାର ଦୀର୍ଘ 78 ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି 50 ଆଦିବାସୀ ମୁଣ୍ଡା ସାମ୍ପ୍ରଦାୟର ବସବାସ କରୁଥିବା ଗାଁଦାଣ୍ଡକୁ ଭଲ ରାସ୍ତା ଖଣ୍ଡେ ନାହିଁ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଶିଳ୍ପ ରାଜଧାନୀ କୁହାଯାଉଥିବା ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅଧିନସ୍ଥ ନଛିପୁରା ଗ୍ରାମପଞ୍ଚାୟତର କୋଳଥପଦା ଗ୍ରାମର ଗାଁ ଦାଣ୍ଡ । ଏଠାରେ ଗ୍ରାମର ଦୁର୍ଦଶା ନ କହିବା ଭଲ ଏହି ଗ୍ରାମ ଦେଇ ଯାଉଥିବା ଆର,ଡି, ରାସ୍ତା ମୁଖ୍ୟତ ଡ଼ୁବୁରୀ ନରଣ ପୁର ରାସ୍ତାରୁ ବାହାରି ଯାଜପୁର ରୋଡ଼ ଠାରୁ ଆନନ୍ଦପୁର ରୋଡ଼ କୁ ସଂଯୋଗ କରୁଥାଏ । ଏହି ରାସ୍ତା ଦେଇ ସକାଳୁ ସନ୍ଧ୍ୟା ସହ ଶହ ଲୋକ ଏବଂ ଯାତ୍ରୀ ବାହି ବସ ସମେତ ଟୋଲକାନୀ ମହାବିଧ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ସ୍କୁଲ ଛାତ୍ର ଛାତ୍ରୀ ମଧ୍ୟ ଯିବା ଆସିବା କରିଥାନ୍ତି କିନ୍ତୁ ଏହି ରାସ୍ତା ମରାମତି କରିବାର ନା କେହି ନେଉନାହାନ୍ତି ଏହାର ଦାୟିତ୍ୱ ନା ବ୍ଲକ ପ୍ରଶାସନ ନେଉଛନ୍ତି ନା ଆର, ଡି,ବିଭାଗ ନେଉଛନ୍ତି । ଗ୍ରାମରେ ଅଧିକାଂଶ ଆଦିବାସୀ ମୁଣ୍ଡା, ମହାରଣା, ଜେନା, ସମ୍ପ୍ରଦାୟର ଲୋକ ବସବାସ କରୁଥିବାରୁ ଏହି ରାସ୍ତା କାହାରି ଦାୟିତ୍ୱ ରହୁନଥିବାର ଅନୁମାନ କରାଯାଇପାରେ । ବିଗତ ବିଜେଡି ସରକାର ସମୟରେ ଏଠାକୁ କେବଳ ଇଲେକ୍ସନ ସମୟରେ ନେତା ମନ୍ତ୍ରୀଙ୍କର ପାଦ ପଡୁଥିଲା ଆଉ ଏବେକାର ବିଜେପି ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବଦା ତଳ ଶ୍ରେଣୀ ର ଲୋକଙ୍କୁ ସବୁ ସୁବିଧା ମିଳିବା ଦରକାର କହୁଥିବା ବେଳେ କିନ୍ତୁ ଏଠାରେ କାହାରି ନଜର ପଡୁନାହିଁ । ବିଗତ ଦିନରେ ସେବେକାର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ର ପାଦ ପଡୁଥିଲା ନା ଏବେକାର ମନ୍ତ୍ରୀ ଟୁଟୁ ବଳ ର ପାଦ ପଡୁଛି । ମନ୍ତ୍ରୀ ଟୁଟୁବଳ ସର୍ବଦା ଆମେ ଲୋକଙ୍କର ସବୁ ସୁବିଧା କରୁଛୁ ଏବଂ ଆମେ ସବୁବେଳେ ଲୋକଙ୍କ ସହିତ ରହିଛୁ ବୋଲି କହୁଥିବା ବେଳେ ଏଠାରେ ଏକ ଆଦିବାସୀ ଗାଁ ରାସ୍ତା ରେ ବର୍ଷା ଦିନ ଆଣ୍ଠୁଏ ପାଣି ଲହଡି ମାରିବା ଏବଂ ଖରାଦିନରେ ଧୂଳିଧୁଆ ଘର ଭିତରକୁ ପଶିବା ମନ୍ତ୍ରୀଙ୍କର ଜନସେବା ଏହିଠାରୁ ଜଳଜଳ ଜଣାପଡୁଛି ବୋଲି ସବୁଠି ଚର୍ଚ୍ଚା ହେଉଥିବାର ଲାଗିଛି । ଶିଳ୍ପ ରାଜଧାନୀ କୁହାଯାଉଥିବା ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷ କୁ ଯାଉଥିବା ବେଳେ ଏଠାକାର ଆଦିବାସୀ ଙ୍କର ଚାଲି ଚଳନ ତ ଦୂରର କଥା ଏପର୍ଯ୍ୟନ୍ତ ଏଠାକାର ରାସ୍ତା ଘାଟ କୌଣସିପ୍ରକାରେ ବଦଳି ପାରିଲା ନାହିଁ । ଏଠାରେ ମାଳ ମାଳ ପ୍ଲାଣ୍ଟ ଏବଂ ମାଳ ମାଳ ଖଣି ଖାଦାନ ଥିବା ସହ ଏଠାକାର ଆଦିବାସୀ ଗାଁ ର ରାସ୍ତା ଘାଟର ଦୁର୍ଦଶା ଦେଖିଲେ ଅନୁମାନ କରାଯାଏ କେବଳ ଏଠାକାର ନେତା ମନ୍ତ୍ରୀ କେବଳ ଲୋକଙ୍କ ସେବା ନାରେ ନିଜ ପକେଟ ଗରମ କରିବାକୁ ପାଞ୍ଚ ବର୍ଷରେ ଥରେ ଆସିଥାନ୍ତି ବୋଲି ସାଧାରଣରେ ଚର୍ଚ୍ଚା କରାଯାଏ । କୋଳଥ ପଦା ଗ୍ରାମକୁ ଲାଗି ଥିବା କେନ୍ଦୁଝର ଜିଲ୍ଲା ର ଗଡ଼ବାନ୍ଦ ଗୋଡ଼ା ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ଘର ପର୍ଯନ୍ତ ଚକାଚକ ପିଚୁ ରାସ୍ତା ଏବଂ ଅନ୍ୟପଟେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ସର୍ତ ରାଉତ ଙ୍କ ଘର ଗୋବର୍ଧନପୁର ଟୋଲକାନୀ ପର୍ଯନ୍ତ ଚକାଚକ ପିଚୁ ରାସ୍ତା ପଡ଼ିଥିବା ବେଳେ ଏଠାରେ ଏକ ଆଦିବାସୀ ଗାଁ ଦାଣ୍ଡକୁ ଭଲ ରାସ୍ତା ତ ଦୂରର କଥା କାଣିଚାଏ ବି ମହରମ ମାଟି କି ଡଷ୍ଟ ଗୁଣ୍ଡ ନପଡିବା ଏବଂ ଏହିପରି ଅବହେଳିତ କରି ରଖିବା କିଛି ଜଣାପଡ଼ୁନାହିଁ । ବର୍ତମାନ ବିଜେପି ସରକାର ମୁଖ୍ୟମନ୍ତ୍ରୀ ଏକ ଆଦିବାସୀ ମୁଖ୍ୟମନ୍ତ୍ରୀ ଥିବାବେଳେ ଏକ ଗରିବ ଆଦିବାସୀ ଗ୍ରାମକୁ ଏହିଭଳି ଅବହେଳିତ କରି ରଖିବା ମନ୍ତ୍ରୀ ଟୁଟୁ ବଳର ପାରିବା ପଣିଆ ସଫା ସଫା ଦେଖା ଯାଉଛି । ଅନ୍ୟପଟେ କୋଳଥ ପଦାର ବୁଦ୍ଧିଜୀବୀ ଜୟରାମ ସଏ,ଚନ୍ଦ୍ରଶେଖର ମୁଣ୍ଡା,ପ୍ରଧାନ ମୁଣ୍ଡା,ମହେଶ୍ୱର ପ୍ରଧାନ,ଆକାଶ ନାୟକ, ପ୍ରମୁଖ କୁହନ୍ତି ଏଠାରେ ନେତା ମନ୍ତ୍ରୀଙ୍କର କେବଳ ପାଞ୍ଚ ବର୍ଷରେ ଥରେ ଦେଖା ମିଳେ ଆମେ ସେହି ସମୟକୁ ଅପେକ୍ଷା କରିଛୁ ଏବଂ ଆହୁରି କୁହନ୍ତି ଏହିଗ୍ରାମରେ ବିଶେଷ କଂଗ୍ରେସ ଭୋଟର ଥିବାବେଳେ ଏଠାକୁ ନା ବିଜେଡି ନେତା ଆସୁଥିଲେ ନା ଏବେକାର ସରକାର ମନ୍ତ୍ରୀ ଟୁଟୁବଳ ର ନଜର ପଡୁଛି ନା ପୂର୍ବତନ କଂଗ୍ରେସ ବିଧାୟକ ସର୍ତ ରାଉତ ଏହି ଗାଁର ମୌଳିକ ସୁବିଧା ବାବଦରେ କୌଣସି ସରକାରୀ ଅଫିସରେ ଦାବି ରଖିଛନ୍ତି । ଏଠାରୁ ଜଣାପଡୁଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ନିର୍ଦେଶ ନିଜ ଦଳର ନେତା ମନ୍ତ୍ରୀ କେତେଯେ ପାଳନ କରୁଛନ୍ତି କୋଳଥ ପଦା ଗାଁ କୁ ଦେଖିଲେ ବାସ୍ତବିକ ଉନ୍ନତି ଜଣାପଡ଼ିଯାଏ । ଏଠାରୁ କୋଟି କୋଟି ଟଙ୍କାର ଖଣିଜ ଦ୍ରବ୍ୟ ବାହାରି ବିଦେଶକୁ ବର୍ଷ ବର୍ଷ ଧରି ରପ୍ତାନି ହେଉଥିବା ବେଳେ ଖଣି ଅଞ୍ଚଳ ପାଇଁ ଖର୍ଚ କରାଯାଉଥିବା ଟଙ୍କା କେଉଁ ବାବଦକୁ ଖର୍ଚ କରାଯାଉଛି ତାହା ମଧ୍ୟ ସନ୍ଦେହ ପ୍ରକାଶ କରାଯାଉଛି କାରଣ ଖଣି ଅଞ୍ଚଳର ରାସ୍ତା ଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ଇତ୍ୟାଦି ପାଇଁ ଖର୍ଚ ହେବା କଥା କିନ୍ତୁ କୋଳଥ ପଦା ଗାଁ କୁ ଦେଖିଲେ କେତେ ଖର୍ଚ ହେଉଥିବ ତାହା ଜଳଜଳ ଆଖିକୁ ଦେଖା ଯାଉଛି । ତେବେ ଦେଖିବାକୁ ବାକି ରହିଲା ଖବର ବାଜିଲା ପରେ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନର ନିଦ କେବେ ଭାଙ୍ଗୁଛି ।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ