ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଲିବୋରେଇ ଗ୍ରାମରେ ଗତ କାଲି ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ,ଖଲିବୋରେଇ ଗୁହାଳ ସାହିର ରମେଶ ସାମଲଙ୍କ ପୁଅ ରାଜୁ ସାମଲ (୨୨) ଓ ପଞ୍ଚୁ ବେହେରାଙ୍କ ପୁଅ ଚିଣ୍ଟନ ବେହେରା (୧୯) ଆଜି ଦିନ ୪ଟା ସମୟରେ ବାଇକ୍ରେ ଗଣ୍ଡାନାଳୀ ଯାଉଥିବାବେଳେ ଦୁର୍ଘଟଣାରେ ପିଡିତ ହୋଇଥିଲେ। ଯାହା ମଧ୍ୟରେ ବାଇକ୍ର ଭାରସାମ୍ୟ ହରାଇ ଖଲିବୋରେଇ ଏନ୍ଏମ୍ ସେଣ୍ଟର୍ ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଜୋରରେ ବାଡେଇ ହୋଇଥିଲା। ଏହା ଫଳରେ ଦୁହେଁ ଗୁରୁତର ଜଖମ ହୋଇଥିଲେ। ସ୍ଥାନୀୟ ଲୋକମାନେ ଓ ପରିବାରବର୍ଗ ଆମ୍ବୁଲାନ୍ସ୍ ଯୋଗେ ଉଭୟଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଉ ଥିବାବେଳେ ମଧ୍ୟରାସ୍ତାରେ ରାଜୁ ସାମଲଙ୍କର ମୃତ୍ୟୁ ଘଟିଯାଇଥିଲା। ଏହି ଦୁଃଖଦ ଖବର ପ୍ରଚାର ପାଇବା ସହିତ ସମସ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବର୍ତ୍ତମାନ ଚିଣ୍ଟନ ବେହେରା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।