କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ..
ଖଲ୍ଲିକୋଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଆଜି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ଏହି କ୍ରୀଡା ଉତ୍ସବ ରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଖେଳକୁଦ ଦ୍ଵାରା ଶାରୀରିକ ଓ ମାନସିକ ବିକାଶ ହୋଇପାରିବ ଯାହା ଦ୍ଵାରା କି ଛାତ୍ର ଛାତ୍ରୀ ମାନେ ସଫଳତାର ଶୀର୍ଷରେ ପହଂଚି ପାରିବେ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପରେ ପିଲାଙ୍କ ସହ ମିଶି ଖେଳିବା ସହ ଛାତ୍ର ଛାତ୍ରୀଙ୍କୁ ଖେଳ ପ୍ରତି ଉତ୍ସାହିତ କରିଥିଲେ ଥାନା ଅଧିକାରୀ ଶ୍ରୀ ପ୍ରଧାନ । ପ୍ରଥମେ ଶିକ୍ଷାକେନ୍ଦ୍ର ପକ୍ଷରୁ ସକାଳୁ ବାବା ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟସ୍ଥ ଶ୍ରୀ ଅରବିନ୍ଦ ପାଠଚକ୍ର ଠାରୁ ଶିକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହି ମଶାଲ ଶୋଭାଯାତ୍ରା ରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।