କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ..

0

ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଦିନ କୋଦଳା ଶ୍ରୀ ଶ୍ରୀ ଦଣ୍ଡେଶ୍ୱରଙ୍କ ପିଠରେ ବେଗୁନିଆପଡା ବ୍ଲକ ଡ୍ରାଇଭର ସଂଘ ସଭାପତି ଗୋପୀନାଥ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଦଳା ପେଟ୍ରୋଲ ପମ୍ପ ନିକଟରୁ ଏକ ପଦଯାତ୍ରା ରାଲିରେ ମନ୍ଦିର ନିକଟକୁ ଯାଇଥିଲେ । ଏଥିରେ ରାଜ୍ୟ ଡ୍ରାଇଭର ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି, ରାଜ୍ୟ କୋଷାଧକ୍ଷ ଆଦିତ୍ୟ ପ୍ରସାଦ ବେହେରା, ରାଜ୍ୟ ସମ୍ପାଦକ ଚୈତନ୍ୟ ପ୍ରଧାନ, ରାଜ୍ୟ ସହ ସମ୍ପାଦକ ଚିତ୍ର ସେନ ବେହେରା, ଢେଙ୍କାନାଳ ଜିଲ୍ଲା କମିଟି ସଦସ୍ୟ ଦୀପକ ରାଉତ ଗଞ୍ଜାମ ଜିଲ୍ଲା ସଭାପତି ସୁରେନ୍ଦ୍ର କୁମାର ବଣ, ଯୋଗଦେଇ ସଂଘକୁ ମଜଭୂତ କରିବା, କାର୍ଯ୍ୟକାରିଣୀ ସଦସ୍ୟ ଙ୍କ କାର୍ଯ୍ୟଧାରା ଉପରେ ଆଲୋଚନା, ସଂଘର ଅସୁବିଧା, ଡ୍ରାଇଭରଙ୍କ ଅସୁବିଧା ବିଷୟରେ ଆଲୋଚନା କରିବା ସହ ନାର୍ଯ୍ୟ ଦାବି ହାସଲ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ ସଂଘର କାର୍ଯ୍ୟକର୍ତା, ବେଗୁନିଆପଡା ବ୍ଲକ ଉପସଭାପତି ସଞ୍ଜୟ ପଣ୍ଡା, ସମ୍ପାଦକ ଶ୍ରୀରାମ ତ୍ରିପାଠୀ, ସହ ସମ୍ପାଦକ ଟୁନା ସେଠି,ଉପଦେଷ୍ଟା ବସନ୍ତ ମହାନ୍ତି, ଅଶୋକ ବେହେରା ଙ୍କ ସମେତ ସମସ୍ତ ଡ୍ରାଇଭର ସହଯୋଗ କରିଥିଲେ ।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ