କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି।

0

ଢେ଼ଙ୍କାନାଳ ସଦର : ଜିଲ୍ଲାସ୍ତରୀୟ ଧାନ ସଂଗ୍ର ସଂଗ୍ରହ କମିଟି ବୈଠକରେ କନିଛଟ୍ନିକୁ ନେଇ ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ ଏବଂ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଧାନ ସଂଗ୍ରହ ବେଳେ ମଣ୍ଡିରେ କଟ୍‌ନିଛଟ୍‌ନି କରାଯାଉଛି। ଏସ୍ଏକ୍ୟୁ ବାହାନା ଦେଖାଇ ଚାଷୀଙ୍କ ଧାନ କଟାଯାଉଛି। ଧାନକିଣା ସମୟରେ ଏପରି ଅଭିଯୋଗ ଚାରିଆଡୁ ଆସୁଛି। ଚାଷୀ ବହୁ କଷ୍ଟରେ ଚାଷ କରି ଧାନ ମଣ୍ଡିକୁ ଆଣୁଥିବାବେଳେ କଟ୍‌ନିଛଟ୍‌ନି ନହେବା ଆବଶ୍ୟକ ବୋଲି ପରଜଙ୍ଗ ବିଧାୟକ ଶ୍ରୀ ପ୍ରଧାନ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ କହିଥିଲେ। ଏସ୍ଏକ୍ୟୁ ମାନ ସମ୍ପର୍କରେ ଚାଷୀମାନଙ୍କୁ
ସଚେତନ କରିବା ପାଇଁ ସେ ଗୁରୁତ୍ବାରୋପ କରି ମିଲର୍‌ମାନେ ଏଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କଟ୍‌ନିଛଟ୍‌ନିକୁ ଅସ୍ଵୀକାର କରିଥିଲେ। ଗତବର୍ଷ ଧାନକିଣା ଠିକ୍‌ଠାକ୍‌ରେ ହୋଇଥିଲା। ପୂର୍ବବର୍ଷ ତୁଳନାରେ ଗତ ବର୍ଷ କଟ୍‌ନିଛଟ୍‌ନି ନେଇ ସେପରି ଅଭିଯୋଗ ଆସି ନାହିଁ ବୋଲି ମନ୍ତ୍ରୀ କହି ପରଜଙ୍ଗ ବିଧାୟକଙ୍କ କଥାକୁ କାଟିଥିଲେ। ସେହିପରି ମଣ୍ଡିରେ ଚାଷୀଙ୍କ ଧାନ ରଖିବା ପାଇଁ କିମ୍ବା ଚାଷୀଙ୍କ ବିଶ୍ରାମ ନେବା ପାଇଁ କୌଣସି ସୁବିଧା ହେଉନଥିବାରୁ ଚାଷୀନେତା ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିପ୍ରତି ଗୁରୁତ୍ଵ ଦିଆଯିବ ବୋଲି ବୈଠକରେ ପ୍ରଶାସନିକ ଅଧିକାରୀମାନେ କହି ଥିଲେ।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ