RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ ।
ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କରଲାକୋଟ ଗ୍ରାମ ପଞ୍ଚାୟତ ଠାରୁ ଲାଖବାହିଲି ଗ୍ରାମକୁ ସଂଯୋଗ କରୁଥିବା RD ରାସ୍ତାରେ ଦୁର୍ନୀତି ।ଗ୍ରାଉଣ୍ଡ ଜିରୋରୁ ଦେଖନ୍ତୁ ଏହି ରିପୋର୍ଟ ।କିଭଳି ଭାବେ ଠିକାଦାର ରାତିବେଳା ପିଚୁରାସ୍ତା ନିର୍ମାଣ କରିଛନ୍ତି ।ଯାହା ଜାନ ବାହାନ ଚଳାଚଳ ଯୋଗୁଁ ପିଚୁ ଉଠିଯାଇ ତଳ ରାସ୍ତା ଦିଶିଲାଣି । ଏବଂ ଅଳ୍ପ ଦିନରେ ରାସ୍ତାର ସମସ୍ତ ପିଚୁ ଉଠିଯିବା ଆଶଙ୍କା ରହିଛି । ଗ୍ରାମବାସୀ ଭଲ ରାସ୍ତାଟିଏ କରିଦେବାକୁ ଅନୁଗ୍ରହ ସତ୍ତ୍ୱେ ଠିକାଦାର ଦୁର୍ନୀତି କରିବାରେ ସଫଳ ହୋଇ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ କରିବାକୁ ଚାହିଁଛନ୍ତି ।RD ରାସ୍ତା ନିର୍ମାଣ କରିବାରେ ଦୁର୍ନୀତି ସୀମା ପାର କରୁଥିବା ବେଳେ ନିୟୋଜିତ ଯନ୍ତ୍ରୀ ତରୁଣ କୁମାର ନାଏକ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି କରାଯାଉ ନାହିଁ ସେନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ମଧ୍ୟ ଜନସାଧାରଣଙ୍କ ଭରଷା ଉଠିବାରେ ଲାଗିଛି ।ଏଠାରେ ବିଭାଗ ସମ୍ପୂର୍ଣ୍ଣ ଭାବେ ଠିକାଦାରଙ୍କୁ ଘଣ୍ଟ ଘୋଡାଉଛନ୍ତି ।
ଭଲ ରାସ୍ତାଟିଏ ପାଇଁ ଗ୍ରାମାଞ୍ଚଳ ଗ୍ରାମବାସୀଙ୍କ ଆକୁଳ ନିବେଦନ ଠିକାଦାର ନ ଶୁଣିବାରୁ ସେମାନେ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଜଣାଇଥିଲେ ।