ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ…

0

ରିପୋର୍ଟ.. ସିପ୍ରା ପଟନାୟକ
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ହଂସତୁଳି ଗ୍ରାମର ହରିହର ନାୟଙ୍କ ୧୧ ବର୍ଷର ପୁଅ ସ୍ମୃତି, ଷଣ୍ଢମୂଳ ଗ୍ରାମର ସଞ୍ଜୟ ସ୍ୱାଇଙ୍କ ୬ ବର୍ଷର ଝିଅ ସ୍ନେହା, ଶାଳବଣ ଗ୍ରାମର ସୁଶାନ୍ତ ସ୍ୱାଇଁଙ୍କ ୬ ବର୍ଷର ପୁଅ ରାହୁଲ, ଯୋଗିଆଗୁଳା ଗ୍ରାମର ଶିବରାମଙ୍କ ୪ ବର୍ଷର ପୁଅ ରୋଶନ ଉଚ୍ଚ ଚିକିତ୍ସା ପାଇଁ ମୁମ୍ବାଇର ଏସ ଆର ସି ସି ହସ୍ପିଟାଲକୁ ପଠା ଯାଇଛି ! ସୂଚନା ଥାଉକି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ସ୍କୁଲ ଓ ଅଙ୍ଗନବାଡି ପରିଦର୍ଶନ ଓ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସେମାନଙ୍କର ଛାତିରେ ଛିଦ୍ର ଅଛି ଜାଣିବାକୁ ପାଇଥିଲେ | ସେମାନଙ୍କୁ ପ୍ରଥମେ ବ୍ରହ୍ମପୁରର ସିଟି ହସ୍ପିଟାଲରେ ଥିବା ଡି ଇ ଆଇ ସି କୁ ନେଇଥିଲେ ସେଠାରେ ଇକୋ କରାଇଥିଲେ ଓ ଆଜି ତାକୁ ବ୍ରହ୍ମପୁରଠାରୁ ମୁମ୍ବାଇର ଏସ ଆର ସି ସି ହସ୍ପିଟାଲକୁ ପଠା ଯାଇଛି | ଏହିପରି ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ସ୍ତରରୁ ଚି଼ହ୍ନଟ ହୋଇଥିବା ଆଉ ୨୮ ଜଣ ଶିଶୁଙ୍କୁ ମଧ୍ୟ୍ୟ ପଠାଯାଇଛି ! କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା ଆଦିତ୍ୟ ପ୍ରସାଦ ସାହୁ, ଆର ବି ଏସ କେ ଟିମର ସମସ୍ତ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଏ ଏନ ଏମ ଏବଂ ପରିଚାଳକ ସନ୍ତୋଷ କୁମାର ପଣ୍ଡା ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଶିଶୁଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଆର ବି ଏସ କେ ଟିମ ର ଉତ୍ତମ ସେବା ପାଇଁ ସାଧୁବାଦ ଜଣାଇଛନ୍ତି | ସେମାନଙ୍କର ସମସ୍ତ ଖର୍ଚ୍ଚ ସମ୍ପୂର୍ଣ ମାଗଣା ବୋଲି ଆୟୁଷ ଡାକ୍ତର ଜୟଦେବ ନାୟକ କହିଛନ୍ତି | l

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ