ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ…

0

ରିପୋର୍ଟ.. ସିପ୍ରା ପଟନାୟକ
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ହଂସତୁଳି ଗ୍ରାମର ହରିହର ନାୟଙ୍କ ୧୧ ବର୍ଷର ପୁଅ ସ୍ମୃତି, ଷଣ୍ଢମୂଳ ଗ୍ରାମର ସଞ୍ଜୟ ସ୍ୱାଇଙ୍କ ୬ ବର୍ଷର ଝିଅ ସ୍ନେହା, ଶାଳବଣ ଗ୍ରାମର ସୁଶାନ୍ତ ସ୍ୱାଇଁଙ୍କ ୬ ବର୍ଷର ପୁଅ ରାହୁଲ, ଯୋଗିଆଗୁଳା ଗ୍ରାମର ଶିବରାମଙ୍କ ୪ ବର୍ଷର ପୁଅ ରୋଶନ ଉଚ୍ଚ ଚିକିତ୍ସା ପାଇଁ ମୁମ୍ବାଇର ଏସ ଆର ସି ସି ହସ୍ପିଟାଲକୁ ପଠା ଯାଇଛି ! ସୂଚନା ଥାଉକି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ସ୍କୁଲ ଓ ଅଙ୍ଗନବାଡି ପରିଦର୍ଶନ ଓ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସେମାନଙ୍କର ଛାତିରେ ଛିଦ୍ର ଅଛି ଜାଣିବାକୁ ପାଇଥିଲେ | ସେମାନଙ୍କୁ ପ୍ରଥମେ ବ୍ରହ୍ମପୁରର ସିଟି ହସ୍ପିଟାଲରେ ଥିବା ଡି ଇ ଆଇ ସି କୁ ନେଇଥିଲେ ସେଠାରେ ଇକୋ କରାଇଥିଲେ ଓ ଆଜି ତାକୁ ବ୍ରହ୍ମପୁରଠାରୁ ମୁମ୍ବାଇର ଏସ ଆର ସି ସି ହସ୍ପିଟାଲକୁ ପଠା ଯାଇଛି | ଏହିପରି ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ସ୍ତରରୁ ଚି଼ହ୍ନଟ ହୋଇଥିବା ଆଉ ୨୮ ଜଣ ଶିଶୁଙ୍କୁ ମଧ୍ୟ୍ୟ ପଠାଯାଇଛି ! କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା ଆଦିତ୍ୟ ପ୍ରସାଦ ସାହୁ, ଆର ବି ଏସ କେ ଟିମର ସମସ୍ତ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଏ ଏନ ଏମ ଏବଂ ପରିଚାଳକ ସନ୍ତୋଷ କୁମାର ପଣ୍ଡା ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଶିଶୁଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଆର ବି ଏସ କେ ଟିମ ର ଉତ୍ତମ ସେବା ପାଇଁ ସାଧୁବାଦ ଜଣାଇଛନ୍ତି | ସେମାନଙ୍କର ସମସ୍ତ ଖର୍ଚ୍ଚ ସମ୍ପୂର୍ଣ ମାଗଣା ବୋଲି ଆୟୁଷ ଡାକ୍ତର ଜୟଦେବ ନାୟକ କହିଛନ୍ତି | l

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ