ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା..
ରିପୋର୍ଟ.. ସିପ୍ରା ପଟନାୟକ
ଓଡିଶା ଉଚ୍ଚ ନ୍ୟାୟାଳୟ,କଟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଆଇନ ସେବା ପ୍ରାଧିକରଣ,କଟକଙ୍କ ତତ୍ୱାବଧାନରେ ଆଜି ରାଜ୍ୟର ପ୍ରତ୍ୟେକ ‘ଜିଲ୍ଲା ଆଇନ ସେବା ପ୍ରାଧିକରଣ’ ତଥା ‘ତାଳୁକ ଆଇନ ସେବା କମିଟି’ ପକ୍ଷରୁ “ଚିତ୍ରାଙ୍କନ ପ୍ରତିଯୋଗିତା” ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ରବିବାର ଗଞ୍ଜାମ ଜିଲ୍ଲା ଅତିରିକ୍ତ ଓ ଦୌରା ଜଜ୍ ତଥା କୋଦଳା ଲିଗାଲ ସର୍ଭିସେସ୍ କମିଟିର ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ବେହେରା, ଯେ ଏମ ଏଫ ସି ଜର୍ଜ ଶୋଭନ କୁମାର ପଣ୍ଡା ଏବଂ ବରିଷ୍ଠ ଦେୱାନୀ ବିଚାରପତି ରେଖାରାଣୀ ପଣ୍ଡା ଉପସ୍ଥିତ ଥିଲେ। କୋଦଳା ସ୍ଥିତ କୋର୍ଟ ପରିସରରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଅନୁଷ୍ଠିତ “ଚିତ୍ରାଙ୍କନ ପ୍ରତିଯୋଗିତାରେ ୧୫ ଟି ବିଦ୍ୟାଳୟର ୩୩ ଜଣ ପ୍ରତିଯୋଗୀ, ବିଭିନ୍ନ ସ୍କୁଲ ମାନଙ୍କରୁ ମନୋନୀତ ହୋଈ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଯୋଗଦାନ କରିବା ସହ, ପ୍ରଥମେ ବିଧିବଦ୍ଧ ଭାବରେ ପଞ୍ଜିକରଣ କରାଯାଇଥିଲା, ପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ କକ୍ଷରେ ବିଚାରପତିଙ୍କ ଦାୟିତ୍ୱରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ବିଦ୍ୟାଳୟରୁ ଦାୟିତ୍ୱରେ ଥିବା ଶିକ୍ଷକ,ଶିକ୍ଷୟିତ୍ରୀ ତଥା ଅବିଭାବକ ମାନେ ଶିକ୍ଷାର୍ଥୀଙ୍କ ସହ ଆସିଥିବାବେଳେ କୋର୍ଟ ରେଜିଷ୍ଟର, କୋର୍ଟ ମ୍ୟାନେଜର ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।