ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ

0

କୋଣାର୍କ ନିୟୁଜ 24 ଦାନଗଦି ବ୍ୟୋରୋ: ଦେଶରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ବାପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର କାହିଁ କେତେ ନିୟମ ପ୍ରଣୟନ କରୁଛନ୍ତି ତଥାବି ସରକାରଙ୍କ ନିୟମକୁ କିଛି ଶିକ୍ଷାକୁ ବ୍ୟବସାୟରେ ବ୍ୟବହାର କରୁଥିବା କିଛି ବେସରକାରୀ ସ୍କୁଲର ଦଲାଲ ଶ୍ରେଣୀର ଲୋକ ଶିକ୍ଷାକୁ ନେଇକି ଭଲ ମୋଟା ଅଙ୍କର ପଇସା ରୋଜଗାର କରୁଥିବା ବେଳେ ଛାତ୍ର ଛାତ୍ରୀଙ୍କର ଭବିଷ୍ୟତ ସହ ଖେଳୁଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ କିଆଝର ଗ୍ରାମପଞ୍ଚାୟତ ପାଣୁବାହାଳୀ ଏସ. ଟି. ଜାଭିଓର ପବ୍ଲିକ ସ୍କୁଲ ଠାରେ । ଏଠାରେ ଶହେ ପ୍ରତିଶତ ଗରିବ ଆଦିବାସୀ ପରିବାରର ଛାତ୍ର ଛାତ୍ରୀ ଭଲ ଇଂରାଜୀ ଶିକ୍ଷା ଗ୍ରହଣ କରିବା ଆଶାରେ ଆଡିମିଶନ କରୁଥିବା ବେଳେ କିନ୍ତୁ ଏଠାରେ ଛୋଟ ଛୋଟ କୋମଳ ମତି ଛାତ୍ର ଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଏସ. ଟି. ଜାଭିଓର ପବ୍ଲିକ ସ୍କୁଲର ମାଲିକ । ଏଠାରେ ରାତି ପାହିଲେ ଛାତ୍ର ଛାତ୍ରୀ ସ୍କୁଲକୁ ଲାଗି ରହିଥିବା ଦୁଇଶହ ମିଟର ଦୂର ଦେଇ ଯାଇଥିବା ପୁରୀ କେନ୍ଦୁଝର ଟ୍ରେନ ଲାଇନକୁ ନିତ୍ୟ କର୍ମପାଇଁ ନୀତି ଯାଇଥାନ୍ତି । ସେହିପରି ନିତ୍ୟକର୍ମ ସରିଲାପରେ ସ୍କୁଲକୁ ଲାଗିଥିବା ଏକ ବିପଦ ଜନକ ପଥର ଖଣିରେ ଗାଧେଇଥାନ୍ତି ଛାତ୍ର ଛାତ୍ରୀ । ଶିକ୍ଷା ବ୍ୟବସ୍ଥାରେ ସ୍ୱତନ୍ତ୍ର ନୀତି ନିୟମ ସରକାର ପ୍ରଣୟନ କରିଥିବା ବେଳେ ଏଠାରେ କିନ୍ତୁ ଦେଖିବାକୁ ମିଳିଛି ବିକଳ ଚିତ୍ର ଏଠାରେ ନା ଅଛି ସରକାରଙ୍କ ଭୟ ନା ଅଛି ଛାତ୍ର ଛାତ୍ରୀଙ୍କ ଜୀବନ ପ୍ରତି ଲୋଭ । ଜାଭିଓର ସ୍କୁଲ ମାଲିକ କେବଳ ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ଟାର୍ଗେଟ କରି ଆଡ଼ମିସନ କରୁଥିବା ଦେଖିବାକୁ ମିଳିଛି ଏବଂ ବିଶେଷ ସୂତ୍ରରୁ ଜଣାପଡିଛି ଏସ. ଟି. ଜାଭିଓର ପବ୍ଲିକ ସ୍କୁଲର ମାନେ ହେଉଛି ଆଦିବାସୀ ମାନଙ୍କର ସ୍କୁଲ ଏଠାରେ ଡିଜିଟାଲ କ୍ଲାସ ରୁମଅଛି କହି ଛାତ୍ର ଛାତ୍ରୀଙ୍କ ଅଭିଭାବକଙ୍କୁ ଏହିପରି ଭାବେ ବୁଝାଇ ଛୁଆ ସଂଗ୍ରହ କରୁଥିବା ଜଣାପଡିଛି । ଏଠାରେ ପିଲାଙ୍କ ରହିବା ପଢିବା ଏବଂ ଛାତ୍ର ଛାତ୍ରୀଙ୍କ ସେପାରେଟ ହଷ୍ଟେଲ ବ୍ୟବସ୍ଥା ଥିବା ପ୍ରଚାର କରୁଥିବା ବେଳେ ଏଠାରେ କିନ୍ତୁ ବାସ୍ତବିକ କୌଣସି ସେପାରେଟ ଛାତ୍ରଛାତ୍ରୀ ହଷ୍ଟେଲ ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି । ଛାତ୍ର ଛାତ୍ରୀଗୋଟିଏ କ୍ୟାମ୍ପସ ଭିତରେ24 ଘଣ୍ଟା ମିଳାମିଶା ହୋଇ ରହୁଥିବା ବେଳେ କେବଳ ରାତି ଶୋଇବା ଅଲଗା ଅଲଗା ରୁମରେ ସଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ୟରେ ଛାତ୍ରୀଙ୍କ ଗର୍ଭକୁ କେନ୍ଦ୍ରକରି ରାଜ୍ୟ ସରକାରଙ୍କୁ ବିରୋଧୀ ଏବଂ ଅଭିଭାବକ ତୀବ୍ର ସମାଲୋଚନା କରୁଥିବା ବେଳେ ଏଠାରେ ଶିକ୍ଷା ବ୍ୟବସ୍ଥାର ଧଯ୍ୟା ଖୁଲମ ଖୋଲା ଶିକ୍ଷାକୁ ବ୍ୟବସାୟ କରୁଥିବା ଦଲାଲ ଉଡାଉଥିବା ଏବଂ ସିବି,ଏସ,ଇ, ବିଭାଗ ମୋଟା ଅଙ୍କର ପଇସା ରୋଜଗାର କରୁଥିବା ଦେଖିବାକୁ ମିଳିଛି । ଆହୁରି ମଧ୍ୟ କୌଣସି ଦୁର୍ଭାଗ୍ୟ ବଶତଃ ଛାତ୍ରୀ ଯଦି ଗର୍ଭ ବତୀ ହୋଇଯାନ୍ତି ତେବେ ଏଥିପ୍ରତି ଦାୟି କିଏ ରହିବ ବୋଲି ଜନସାଧାରଣଙ୍କ ମହଲରେ ଆଲୋଚନା ଜୋର ଧରିଛି । ଏବଂ ଅନ୍ୟ ପଟେ କିଛି ଉପର ଶ୍ରେଣୀର ଛାତ୍ରଙ୍କୁ ସ୍କୁଲ ପୋଷାକ ବଦଳାଇ ଛୁଆଙ୍କୁ ବୋହିବା କାର୍ଯ୍ୟରେ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି । ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା ଯଦି ବିପଦ ଜନକ ମଣିଷ ବୁଡା ପଥର ଖଣିରେ କୋମଳମତି ଛାତ୍ର ଛାତ୍ରୀ ଗାଧୋଇଲାବେଳେ ଓ ସକାଳ ସନ୍ଧ୍ୟା ସମୟରେ ଟ୍ରେନ ଲାଇନ ପାହାରୀ ଝାଡା ଯିବା ସମୟରେ ଏବଂ ଛାତ୍ର ଛାତ୍ରୀ ମିଳାମିଶା ରହିବା କାରଣରୁ ଯଦି କୌଣସି ପ୍ରକାରେ ଅଘଟଣ ଘଟେ ତେବେ ଏହାରି ପ୍ରତି ଦାୟି କିଏ ରହିବା ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ