ଖଲ୍ଲିକୋଟ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଟିତ…

0

ଖଲ୍ଲିକୋଟ 23/11/25..
ରିପୋର୍ଟ..ସିପ୍ରା ପଟନାୟକ..
ଆଜି ଖଲ୍ଲିକୋଟ୍ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ସରକାର ପରିବର୍ତ୍ତନ ହେବା ପରେ ରାଜ୍ୟରେ ସରକାରଙ୍କ ଯୋଜନାକୁ ସିଧା ସଳଖ ଲୋକଙ୍କ ପାଖରେ ପହଞ୍ଚାଇବାକୁ କରାଯାଉଛି ଉଦ୍ୟମ ..ଯାହାରି ଫଳରେ ମତ୍ସ୍ୟ o ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି ଏଭଳି କର୍ମଶାଳା ଆଗରୁ ଜିଲ୍ଲା ସ୍ତରରେ କରାଯାଉଥିବା ବେଳେ ପଞ୍ଚାୟତ ସ୍ତରରେ ପହଞ୍ଚି ପାରୁ ନଥିଲା ଯୋଜନା … ପ୍ରଥମ କରି ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ବ୍ଲକ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଚାଷୀ ମାନଙ୍କୁ ମାଛ ଚାଷ ଓ ପଶୁ ପାଳନ କରି କିପରି ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ଅତି ଆଧୁନିକ ଜ୍ଞାନ କୌଶଳ ର ଶିକ୍ଷା ଦିଆଯିବା ସହ ଚାଷୀ ବିଶେଷଜ୍ଞ ମାନଙ୍କୁ ନେଇ ଆଲୋଚନା ଚକ୍ର କରାଯାଇଥିଲା …ଏହି କାର୍ଯ୍ୟକ୍ରମ ରେ ଚାଷୀ ମାନେ କିପରି ପଶୁପାଳନ ଓ ମାଛ ଚାଷ ର ସରକାରୀ ରୁଣ ଓ ରିହାତି ପାଇପାରିବେ ସେ ବିଷୟରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଜଗଦୀଶ ମହାନ୍ତି ବିସ୍ତୃତ ଆଲୋଚନା କରିଥିଲେ… ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ୍ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ଯ ରଂଜନ ରାଉତ, ଭାରପ୍ରାପ୍ତ ମତ୍ସ୍ୟ ଅଧିକାରୀ ଜ୍ଯୋତିରଞ୍ଜନ ପ୍ରଧାନ ଉପସ୍ଥିତ ରହିବା ସହିତ, ଆସିକା ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଡ଼ିଓ ଦେବାଶିଷ ସାମଲ, ଅନିଲ କୁମା ପଣ୍ଡା , ଅରୁଣ କୁମାର ଖୁଣ୍ଟିଆ ଓ ଅନ୍ୟ ମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରରେ ରେ ସଫଳ ଚାଷୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।

Related Posts
1 of 26
Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ