ଖଲ୍ଲିକୋଟ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଟିତ…

0

ଖଲ୍ଲିକୋଟ 23/11/25..
ରିପୋର୍ଟ..ସିପ୍ରା ପଟନାୟକ..
ଆଜି ଖଲ୍ଲିକୋଟ୍ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ସରକାର ପରିବର୍ତ୍ତନ ହେବା ପରେ ରାଜ୍ୟରେ ସରକାରଙ୍କ ଯୋଜନାକୁ ସିଧା ସଳଖ ଲୋକଙ୍କ ପାଖରେ ପହଞ୍ଚାଇବାକୁ କରାଯାଉଛି ଉଦ୍ୟମ ..ଯାହାରି ଫଳରେ ମତ୍ସ୍ୟ o ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି ଏଭଳି କର୍ମଶାଳା ଆଗରୁ ଜିଲ୍ଲା ସ୍ତରରେ କରାଯାଉଥିବା ବେଳେ ପଞ୍ଚାୟତ ସ୍ତରରେ ପହଞ୍ଚି ପାରୁ ନଥିଲା ଯୋଜନା … ପ୍ରଥମ କରି ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ବ୍ଲକ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଚାଷୀ ମାନଙ୍କୁ ମାଛ ଚାଷ ଓ ପଶୁ ପାଳନ କରି କିପରି ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ଅତି ଆଧୁନିକ ଜ୍ଞାନ କୌଶଳ ର ଶିକ୍ଷା ଦିଆଯିବା ସହ ଚାଷୀ ବିଶେଷଜ୍ଞ ମାନଙ୍କୁ ନେଇ ଆଲୋଚନା ଚକ୍ର କରାଯାଇଥିଲା …ଏହି କାର୍ଯ୍ୟକ୍ରମ ରେ ଚାଷୀ ମାନେ କିପରି ପଶୁପାଳନ ଓ ମାଛ ଚାଷ ର ସରକାରୀ ରୁଣ ଓ ରିହାତି ପାଇପାରିବେ ସେ ବିଷୟରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଜଗଦୀଶ ମହାନ୍ତି ବିସ୍ତୃତ ଆଲୋଚନା କରିଥିଲେ… ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ୍ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ଯ ରଂଜନ ରାଉତ, ଭାରପ୍ରାପ୍ତ ମତ୍ସ୍ୟ ଅଧିକାରୀ ଜ୍ଯୋତିରଞ୍ଜନ ପ୍ରଧାନ ଉପସ୍ଥିତ ରହିବା ସହିତ, ଆସିକା ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଡ଼ିଓ ଦେବାଶିଷ ସାମଲ, ଅନିଲ କୁମା ପଣ୍ଡା , ଅରୁଣ କୁମାର ଖୁଣ୍ଟିଆ ଓ ଅନ୍ୟ ମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରରେ ରେ ସଫଳ ଚାଷୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ