ବିନା ସୂଚନା ଫଳକରେ ଚାଲିଛି ରାସ୍ତା କାମ

0

ଅନୁପସ୍ଥିତ ରହୁଛନ୍ତି ଯନ୍ତ୍ରୀ, କାର୍ଯ୍ୟର ମାନକୁ ନେଇ ପ୍ରଶ୍ନ ଉଠୁଛି

ସୁବର୍ଣ୍ଣପୁର , ସୋନପୁର ବ୍ଲକ୍ ଖରଜୁରା ଗ୍ରାମର ନୂଆବସ୍ତି ହାଟପଡା ଠାରେ ହେଇଛି ନୂତନ ରାସ୍ତାର ନିର୍ମାଣ। କୌଣସି ନିର୍ମାଣ କାର୍ଯ୍ୟ ପୂର୍ବରୁ ପ୍ରକଳ୍ପ ସ୍ଥଳରେ ସୂଚନା ଫଳକ ଲଗାଇବାର ସରକାରୀ ନିୟମ ଥିଲେ ସୁଦ୍ଧା ରାସ୍ତା କାର୍ଯ୍ୟ ସମାପ୍ତ ହୋଇସାରିଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। ଏହା ଫଳରେ କେଉଁ ବିଭାଗ ପକ୍ଷରୁ କେତେ ଟଙ୍କା ବ୍ୟୟରେ ନିର୍ମାଣ କରାହେଇଛି ତାହା ଲୋକେ ଜାଣି ପାରୁ ନାହାଁନ୍ତି। ଏହି ରାସ୍ତା ଟି ଖରଜୁରା ପଞ୍ଚାୟତ ଅନ୍ତର୍ଗତ ହାଟପଡ଼ା ଠାରେ ୩୦୦ ମିଟର ଲମ୍ବର କଂକ୍ରିଟ ରାସ୍ତା ଶେଷ ପର୍ଯ୍ୟାୟରେ କାମ ପହଞ୍ଚି ଥିଲେ ସୁଦ୍ଧା କୌଣସି ସ୍ଥାନରେ ସୂଚନା ଫଳକ ଲଗାଯାଇ ନାହିଁ। ଅନ୍ୟପଟେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କୁ ନେଇ ଗ୍ରାମବାସୀ ଅଭିଯୋଗ କଲା ପରେ ମଧ୍ୟ ସଂପୃକ୍ତ ଠିକାଦାର ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି କାର୍ଯ୍ୟକୁ ଦେଖି ଏହାର କାର୍ଯ୍ୟର ସ୍ଥାୟୀତ୍ବ କୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଯନ୍ତ୍ରୀଙ୍କ ବାରମ୍ବାର ଅନୁପସ୍ଥିତିର ସୁଯୋଗ ନେଇ ଠିକାଦାର ଓ ଯନ୍ତ୍ରୀ ର ମଧୁଚନ୍ଦ୍ରିକା ରେ କାର୍ଯ୍ୟ କରାଯାଉଥିବା ସନ୍ଦେହ କରାଯାଉଛି। ଆମ ପ୍ରତିନିଧି ବିଭାଗୀୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିନଥିଲା। କିଛିଦିନ ତଳେ ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କୌଣସି ସରକାରୀ କାର୍ଯ୍ୟରେ ସରକାର ବଦନାମ ହେଲେ ଵର୍ଦାସ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଖବର ପ୍ରସାରଣ ହେଲା ପରେ ଜିଲ୍ଲା ପ୍ରଶାସନ କେତେ ମାତ୍ରାରେ ତତ୍ପରତା ଦେଖାଉଛି ତାହା ଦେଖିବାକୁ ବାକି ରହିଲା।

Related Posts
1 of 26
Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ