ବିନା ସୂଚନା ଫଳକରେ ଚାଲିଛି ରାସ୍ତା କାମ

0

ଅନୁପସ୍ଥିତ ରହୁଛନ୍ତି ଯନ୍ତ୍ରୀ, କାର୍ଯ୍ୟର ମାନକୁ ନେଇ ପ୍ରଶ୍ନ ଉଠୁଛି

ସୁବର୍ଣ୍ଣପୁର , ସୋନପୁର ବ୍ଲକ୍ ଖରଜୁରା ଗ୍ରାମର ନୂଆବସ୍ତି ହାଟପଡା ଠାରେ ହେଇଛି ନୂତନ ରାସ୍ତାର ନିର୍ମାଣ। କୌଣସି ନିର୍ମାଣ କାର୍ଯ୍ୟ ପୂର୍ବରୁ ପ୍ରକଳ୍ପ ସ୍ଥଳରେ ସୂଚନା ଫଳକ ଲଗାଇବାର ସରକାରୀ ନିୟମ ଥିଲେ ସୁଦ୍ଧା ରାସ୍ତା କାର୍ଯ୍ୟ ସମାପ୍ତ ହୋଇସାରିଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। ଏହା ଫଳରେ କେଉଁ ବିଭାଗ ପକ୍ଷରୁ କେତେ ଟଙ୍କା ବ୍ୟୟରେ ନିର୍ମାଣ କରାହେଇଛି ତାହା ଲୋକେ ଜାଣି ପାରୁ ନାହାଁନ୍ତି। ଏହି ରାସ୍ତା ଟି ଖରଜୁରା ପଞ୍ଚାୟତ ଅନ୍ତର୍ଗତ ହାଟପଡ଼ା ଠାରେ ୩୦୦ ମିଟର ଲମ୍ବର କଂକ୍ରିଟ ରାସ୍ତା ଶେଷ ପର୍ଯ୍ୟାୟରେ କାମ ପହଞ୍ଚି ଥିଲେ ସୁଦ୍ଧା କୌଣସି ସ୍ଥାନରେ ସୂଚନା ଫଳକ ଲଗାଯାଇ ନାହିଁ। ଅନ୍ୟପଟେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କୁ ନେଇ ଗ୍ରାମବାସୀ ଅଭିଯୋଗ କଲା ପରେ ମଧ୍ୟ ସଂପୃକ୍ତ ଠିକାଦାର ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି କାର୍ଯ୍ୟକୁ ଦେଖି ଏହାର କାର୍ଯ୍ୟର ସ୍ଥାୟୀତ୍ବ କୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଯନ୍ତ୍ରୀଙ୍କ ବାରମ୍ବାର ଅନୁପସ୍ଥିତିର ସୁଯୋଗ ନେଇ ଠିକାଦାର ଓ ଯନ୍ତ୍ରୀ ର ମଧୁଚନ୍ଦ୍ରିକା ରେ କାର୍ଯ୍ୟ କରାଯାଉଥିବା ସନ୍ଦେହ କରାଯାଉଛି। ଆମ ପ୍ରତିନିଧି ବିଭାଗୀୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିନଥିଲା। କିଛିଦିନ ତଳେ ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କୌଣସି ସରକାରୀ କାର୍ଯ୍ୟରେ ସରକାର ବଦନାମ ହେଲେ ଵର୍ଦାସ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଖବର ପ୍ରସାରଣ ହେଲା ପରେ ଜିଲ୍ଲା ପ୍ରଶାସନ କେତେ ମାତ୍ରାରେ ତତ୍ପରତା ଦେଖାଉଛି ତାହା ଦେଖିବାକୁ ବାକି ରହିଲା।

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ