ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ରେ ପାଳନ ହେଲା ଦେବ ଦୀପାବଳୀ …

0

ଖଲ୍ଲିକୋଟ.. ସିପ୍ରା ପଟନାୟକ
ପବିତ୍ର ଦେବ ଦୀପାବଳୀ ମହୋତ୍ସବ ର ଦ୍ବିତୀୟ ଦିନ ଏହି ଦେଵ ଦୀପାବଳୀ ମହା ପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରୁ ଅନ୍ୟତମ….ମାନବୀୟ ଲୀଳା ମାଧ୍ୟମରେ ଲୋକ ଶିକ୍ଷା ଦେବାକୁ ଯାଇ ତିନିଦିନ ଧରି ନିଜର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ସହିତ ସହ ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେଉଛନ୍ତି ଶ୍ରାଦ୍ଧ ବେଶରେ ….ଗତ କାଲି ସତ୍ୟ ଯୁଗର ବାମନ ଅବତାର କୁ ଶ୍ରେୟ ଦେଇ ଋଷି କଶ୍ୟପ ଓ ଦେବ ମାତା ଅଦିତିଙ୍କୁ ଦୀପଦାନ କରି ଶ୍ରାଦ୍ଧ ଦେଇ ଥିଲେ ମହାପ୍ରଭୁ …ପୁରୀ ର ଶ୍ରୀମନ୍ଦିର ନିର୍ମାଣ ଶୈଳୀ ଓ ରୀତିନୀତି ସହିତ ସମାନତା ବଜାଇ ରଖି ଆସୁଥିବା ଖଲ୍ଲିକୋଟ ରାଜବଂଶର ମହାନ୍ କୀର୍ତ୍ତି ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଜଗନ୍ନାଥ ସେବକ ମାନଙ୍କ ଦ୍ଵାରା ଆଜି ଏକ ହଜାର ଆଠ ଦୀପ କୁ ମନ୍ଦିରର ସିଂହଦ୍ଵାର ,ଗୁମୁଟ, ସ୍ନାନବେଦୀ,ଗରୁଡ଼ ବଖରା,ମହାଲକ୍ଷ୍ମୀ ମନ୍ଦିର,ଗୋପୀନାଥ ମନ୍ଦିର ଓ ଭୋଗମଣ୍ଡପ ଇତ୍ୟାଦି ସ୍ଥାନ ରେ ପ୍ରଜ୍ବଳନ କରାଯାଇଛି…. ସେପଟେ ଦେବ ଦୀପାବଳୀ ର ଦ୍ବିତୀୟ ଦିବସ ଅବସରରେ ମହାପ୍ରଭୁ ତ୍ରେତୟା ଯୁଗର ଅବତାର କୁ ଭିତ୍ତିକରି ପିତା ମାତା ଦଶରଥ ଓ କୌଶଲ୍ୟା ଙ୍କୁ ଶ୍ରାଦ୍ଧ ଦେଇ ରେଖା ମନ୍ଦିରର ଗର୍ଭଗୃହ ମଧ୍ୟରେ ଥିବା ସିଂହାସନର ଚକା ବଈଠି ଉପରେ ଶ୍ରାଦ୍ଧ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ….. ଏହି ପୁଣ୍ୟ ଅବସରରେ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ଯଥେଷ୍ଟ ସମାଗମ ଦେଖିବାକୁ ମିଳିଚି ଓ ସହ ସହ ସଂଖ୍ୟା ରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଦିବ୍ୟ ଭବ୍ୟ ଶ୍ରାଦ୍ଧ ବେଶ ଦର୍ଶନ କରି ନିଜକୁ କୃତ୍ୟ କୃତ୍ୟ ମନେକରିଥିଲେ ..

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ