ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ରେ ପାଳନ ହେଲା ଦେବ ଦୀପାବଳୀ …
ଖଲ୍ଲିକୋଟ.. ସିପ୍ରା ପଟନାୟକ
ପବିତ୍ର ଦେବ ଦୀପାବଳୀ ମହୋତ୍ସବ ର ଦ୍ବିତୀୟ ଦିନ ଏହି ଦେଵ ଦୀପାବଳୀ ମହା ପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରୁ ଅନ୍ୟତମ….ମାନବୀୟ ଲୀଳା ମାଧ୍ୟମରେ ଲୋକ ଶିକ୍ଷା ଦେବାକୁ ଯାଇ ତିନିଦିନ ଧରି ନିଜର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ସହିତ ସହ ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେଉଛନ୍ତି ଶ୍ରାଦ୍ଧ ବେଶରେ ….ଗତ କାଲି ସତ୍ୟ ଯୁଗର ବାମନ ଅବତାର କୁ ଶ୍ରେୟ ଦେଇ ଋଷି କଶ୍ୟପ ଓ ଦେବ ମାତା ଅଦିତିଙ୍କୁ ଦୀପଦାନ କରି ଶ୍ରାଦ୍ଧ ଦେଇ ଥିଲେ ମହାପ୍ରଭୁ …ପୁରୀ ର ଶ୍ରୀମନ୍ଦିର ନିର୍ମାଣ ଶୈଳୀ ଓ ରୀତିନୀତି ସହିତ ସମାନତା ବଜାଇ ରଖି ଆସୁଥିବା ଖଲ୍ଲିକୋଟ ରାଜବଂଶର ମହାନ୍ କୀର୍ତ୍ତି ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଜଗନ୍ନାଥ ସେବକ ମାନଙ୍କ ଦ୍ଵାରା ଆଜି ଏକ ହଜାର ଆଠ ଦୀପ କୁ ମନ୍ଦିରର ସିଂହଦ୍ଵାର ,ଗୁମୁଟ, ସ୍ନାନବେଦୀ,ଗରୁଡ଼ ବଖରା,ମହାଲକ୍ଷ୍ମୀ ମନ୍ଦିର,ଗୋପୀନାଥ ମନ୍ଦିର ଓ ଭୋଗମଣ୍ଡପ ଇତ୍ୟାଦି ସ୍ଥାନ ରେ ପ୍ରଜ୍ବଳନ କରାଯାଇଛି…. ସେପଟେ ଦେବ ଦୀପାବଳୀ ର ଦ୍ବିତୀୟ ଦିବସ ଅବସରରେ ମହାପ୍ରଭୁ ତ୍ରେତୟା ଯୁଗର ଅବତାର କୁ ଭିତ୍ତିକରି ପିତା ମାତା ଦଶରଥ ଓ କୌଶଲ୍ୟା ଙ୍କୁ ଶ୍ରାଦ୍ଧ ଦେଇ ରେଖା ମନ୍ଦିରର ଗର୍ଭଗୃହ ମଧ୍ୟରେ ଥିବା ସିଂହାସନର ଚକା ବଈଠି ଉପରେ ଶ୍ରାଦ୍ଧ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ….. ଏହି ପୁଣ୍ୟ ଅବସରରେ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ଯଥେଷ୍ଟ ସମାଗମ ଦେଖିବାକୁ ମିଳିଚି ଓ ସହ ସହ ସଂଖ୍ୟା ରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଦିବ୍ୟ ଭବ୍ୟ ଶ୍ରାଦ୍ଧ ବେଶ ଦର୍ଶନ କରି ନିଜକୁ କୃତ୍ୟ କୃତ୍ୟ ମନେକରିଥିଲେ ..