ପିଏମ ଅଜୟ ଯୋଜନା ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ..

0

ରିପୋର୍ଟ.. ସିପ୍ରା ପଟନାୟକ
ଖଲ୍ଲିକୋଟ….
ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଆର୍ଥିକ କ୍ଷେତ୍ରରେ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ମହିଳା ସ୍ୱୟଂ ସହାୟକ ସଂଘ ଗଠନ କରି କର୍ମ ସଂସ୍ଥାନ ଯୋଗାଇ ଦେବା ଉଧେଶ୍ୟ ରଖି ଛନ୍ତି ସରକାର । ଏହି ମହିଳା ମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି ମହିଳା ମାନଂକୁ କିପରି ଅଧିକ ପ୍ରତ୍ସାହନ ଦିଆଯାଇ ପରିବା ସେଥିପାଇଁ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଦଭ୍ୟୁଦୟ ଯୋଜନା କରାଯାଇଛି । ଏହି ଯୋଜନା ସମ୍ପର୍କରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମଙ୍ଗଳ ବିଭାଗ ପକ୍ଷରୁ ବେଗୁନିଆପଡା ବ୍ଲକ ପରିସରରେ ବୁଧବାର ଓ ଗୁରୁବାର ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ପଶୁସମ୍ପଦ ବିଶେଷଜ୍ଞ ଅଧିକାରୀ ସ୍ୱାଗତ ମହାପାତ୍ର, ଵି ପି ସି ଚନ୍ଦ୍ର ଶେଖର ବେହେରା, ବ୍ଲକ ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସ୍ଵାଗତିକା ରାଉତ, ଵି ପି ଏମ ଜ୍ଞାନ ରଞ୍ଜନ ରାଉତ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମହିଳା ସଂଘ ମାନେ ଛେଳି ଓ କୁକୁଡ଼ା ପାଳନ କରି କିପରି ସ୍ୱାବଲମ୍ବୀ ହୋଇପାରିବେ, ଏହି ଯୋଜନାରେ କଣ କଣ ସୁବିଧା ରହିଛି, ସେ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ଅନେକ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ସ୍ୱୟଂ ସହାୟକ ମହିଳା ସଂଘ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ