ବିଧବା ମହିଳାଙ୍କ ପେନସନ ଟଙ୍କାକୁ ଠକି ଖାଉଛି ଦୃର୍ବୁତ୍ତ, ଆଳିୟା ଗଦାରେ ବିତୁଛି ଜିବନ

0

ପାରଳାଖେମୁଣ୍ଡି – ଜଣେ ବିଧବା ବୟଷ୍କା ମହିଳାଙ୍କ ୧୦ ବର୍ଷ ହେଲା ପେନ୍‌ସନ୍‌ ଟଙ୍କା ହରିଲୁଟ କରି ବିଳାସମୟ ଜୀବନ ଅତିବାହିତ କରୁଥିବା ସ୍ଥଳେ ମହିଳା ଜଣକ ଜୀବନ ବିତୁଛି କବାଡ଼ି ଘରେ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଗଜପତିଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମାରୁ। ଜଣେ ଶିକ୍ଷକ ତାର ଜୀବନ କାଳ ଶିକ୍ଷାଦାନ କରି ପିଲାଙ୍କ ଭବିଷ୍ୟତ ଗଠନ ପାଇଁ ସମୟ ଦେଲେ ଆଉ ତାଙ୍କର ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କ ଜୀବନ ଜଣେ ଭିକାରି ଭଳି କଟୁଛି। ସବୁ କିଛି ଥାଇ ରାସ୍ତାକଡ଼, ଅଳିଆ ଗଦାରୁ ପଲିଥିନ, ପ୍ଲାଷ୍ଟିକ ବୋତଲ ଗୋଟାଇ ତାକୁ ବିକ୍ରି କରି କେବେ ମୁଠାଏ ଖାଉଛି ତ କେବେ ଭୋକରେ କଟୁଛି ଦୀନ, ଅତି ଦୟନିୟ ଅବସ୍ଥାରେ ଶୀତ କାକର, ଖରା ବର୍ଷାରେ ଏକ ଅଳିଆ ଭରା ଭଙ୍ଗା ଦଦରା ଘର ଯାହାର ଚତୁଃପାର୍ଶ୍ୱ ଖୋଲା ଓ ଝାଟିମାଟି ଘରେ ଦୁର୍ଘନ୍ଧରେ ଦୀର୍ଘ ବର୍ଷ ହେବ ବିତୁଛି ଜୀବନ। ପରିଣତ ବୟସରେ କଷ୍ଟ ତ କଷ୍ଟ ତାହା ମଧ୍ୟରେ ଦୁର୍ଘଟଣାରେ ଗୋଟିଏ ଗୋଡ ଭାଙ୍ଗି ଯାଇ ଚାଲିବାରେ ସକ୍ଷମ ନାହାଁନ୍ତି। ଗୋଡ଼ ଭାଙ୍ଗିବା ଫଳରେ ପ୍ଲାଷ୍ଟିକ ବୋତଲ, ପଲିଥିନ ଇତ୍ୟାଦି ବିକ୍ରି ନ ହୋଇ ପଡିରହିଛି। ସେଗୁଡାକ ବିକ୍ରି କରି ଯାହା ରୋଜଗାର ହେଉଥିଲା ତାହା ବି ଆଉ ନାହିଁ। ସେଇ ଭଙ୍ଗା ଗୃହରେ ଛୋଟିଆ ଚୁଲିଟିଏ ରହିଥିଲେ ବି ଭଙ୍ଗା ଗୋଡକୁ ମାତ୍ରାଧିକ ବୟଷ ଯୋଗୁଁ କିଛି ରୋଷେଇ କରି ଖାଇବା ସମ୍ଭବ ହୋଇପାରୁନାହିଁ। ଫଳରେ କେବେ ଖାଇବାକୁ ମିଳୁଛି ତ କେବେ ଭୋକରେ ଶୋଇବାକୁ ପଡୁଛି। ପାରିପାର୍ଶିକ ସ୍ଥିତି ଦୁର୍ଗନ୍ଧରେ ଏ ପରି ଭରପୁର ରହିଛି ଜଣେ ବ୍ୟକ୍ତି ସେହିଠାରେ ମାତ୍ର କିଛି ସମୟ ରହିବାରେ କଷ୍ଟକର ହୋଇଥିବା ବେଳେ ସେ ବିଗତ କିଛି ବର୍ଷ ହେବ ସେଇଠାରେ ରହିଆସୁଛନ୍ତି । ଯଦି କେହି ତାଙ୍କ ନିକଟକୁ ଯିବେ ତାଙ୍କ ହାଲଚାଲ ଜାଣିବା ପାଇଁ ସେ ବ୍ଲକ କି ଜିଲ୍ଲା ପ୍ରଶାସନର ଅଧିକାରୀ ଭାବି ନିଜ ପେନସନ ଓ ଘର ନିର୍ମାଣ ଆଶାରେ ପଚାରିଥାନ୍ତି ବାବୁ ମୋତେ କେବେ ପେନ୍‌ସନ୍‌ ଓ ଘର ମିଳିବ ଏବଂ ସେଇଥିପାଇଁ ଆସିଛକି? ତାଙ୍କର ସେହି ପ୍ରଶ୍ନରେ ଅନେକଙ୍କ ଆଖିରେ ଲୁହ ଆସିବା ସହ ତାଙ୍କ ଦୟନୀୟ ସ୍ଥିତି ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ ଉଠୁଛି। ଅପରପକ୍ଷରେ ବୃଦ୍ଧା ଜଣଙ୍କ ବିଷୟରେ ଏମିତି କିଛି ଖବର ସମ୍ନାକୁ ଯାହା ସମସ୍ତଙ୍କୁ ଚକିତ କରିଛି। ବୃଦ୍ଧାଙ୍କ ବ୍ୟାଙ୍କ ଖାତାକୁ ସ୍ଵାମୀଙ୍କ ପେନ୍‌ସନ୍‌ ଟଙ୍କା ଆସୁଛି ଏବଂ ସେହି ଟଙ୍କାକୁ ଅନ୍ୟ ଜଣେ ହଡପ କରି ଅଏସ କରିବା ଖବର ଜାଣିବା ପରେ ତାଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ବାସିନ୍ଦା। ମାତ୍ରାଧିକ ବୟଷ୍କ ଯୋଗୁ ଠକେଇର ଶିକାର ହୋଇ ନିଜ ହକକଥା ମଧ୍ୟ ଭୁଲି ଯାଇଛନ୍ତି ବୃଦ୍ଧା। ସେହି ହକ ଟଙ୍କାରେ ଆଉ କିଏ ଅୟେଶ ଆରାମରେ ଜୀବନ କାଟୁଛି। ହେଲେ ଏଭଳି ଲୋକଙ୍କୁ ଠକିବା ବେଳେ ନିଜ ବିବେକ ତାଙ୍କୁ କେମିତି ଅବା ବାଧା ଦେଲାନି। ନିଜ ହକ ଟଙ୍କା ନିଜେ ନପାଇ ଦୁର୍ବୀସହ ଜୀବନ କାଟୁଛନ୍ତି ବୃଦ୍ଧା ତାଙ୍କର ସ୍ଥିତିକୁ ଦେଖିଲେ ଯେ କେହିବି ସହାୟତା କରିବାକୁ ହାତ ବଢାଇବ କିନ୍ତୁ ତାଙ୍କ ହକ ଟଙ୍କାକୁ ଚଞ୍ଚକତା କରି ନେବାକୁ କେମିତିବା ମନ ମାନିଲା ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି। ଦୀର୍ଘ ୧୦ ବର୍ଷ ହେଲା ବିଧବା ମହିଳାଙ୍କ ପେନସନ ଟଙ୍କାକୁ ଠକି ନେଇଛନ୍ତି ଦୁର୍ବୃତ୍ତ, ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ରାୟଗଡ଼ ପୁଲିସ। ରାୟଗଡ ବାସିନ୍ଦା ୮୨ ବର୍ଷୀୟା ସୁଭଗମନା ସ୍ଵାଲସିଂ ତାଙ୍କ ସ୍ବାମୀ ଶିକ୍ଷକ ସାରଙ୍ଗ ନାୟକଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ଭାବରେ ପେନସନ ପାଇବା ପାଇଁ ବିଭାଗ ନିକଟରେ ଆବେଦନ କରିଥିଲେ ଆଉ ବିଭାଗ ପକ୍ଷରୁ ୨୦୧୫ ମସିହା ଠାରୁ ସରକାରଙ୍କ ପକ୍ଷରୁ ପେନସନ ଯୋଗାଇ ଦିଆଯାଉଥିଲେ ମଧ୍ୟ ଚଞ୍ଚକତା କରି କିଛି ଦୁର୍ବୁତ୍ତ ତାଙ୍କ ବ୍ୟାଙ୍କ ଜମାଖାତା ଓ ଏଟିଏମ ନିଜ ପାଖରେ ରଖି ଉଠାଇ ନେଉଥିବା ନଜରକୁ ଆସିବା ପରେ ଗତକାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ପ୍ରକାରେ କିଛି ଯୁବକ ଜୀବିତ ପ୍ରମାଣପତ୍ର ନିମନ୍ତେ ବୃଦ୍ଧାଙ୍କ ନିକଟକୁ ଯାଇଥିଲେ ସେହି ସମୟରେ ସାହିବାସିନ୍ଦା ଓ ସମ୍ପର୍କୀୟ କୁଆଡେ କାହିଁକି ଆସିଥିଲେ ବୋଲି ପଚାରିଥିଲେ। ସେତେବେଳେ ଜୀବିତ ପ୍ରମାଣ ପତ୍ର ନିମନ୍ତେ ଆସିଥିବା କହିଥିଲେ। କେଉଁ ଉଦ୍ଦେଶ୍ୟରେ ଜୀବିତ ପ୍ରମାଣ ପତ୍ର ଅବଶ୍ୟକ ବୋଲି ଜାଣିବାକୁ ଚେଷ୍ଟା କରି ପଚରା ଉଚରା ପରେ ଚଞ୍ଚକତାର ଘଟଣା ସାମ୍ନାକୁ ଆସିଥିଲା। ସେତେବେଳେ ଯାଏଁ ସେ ପେନସନ ପାଉଥିବା କଥା କେହିବି ଜାଣିନଥିବା ବେଳେ ୨୦୦୬ରେ ସ୍ବାମୀଙ୍କ ମୃତ୍ୟୁ ପରେ ପେନସନ ପାଇଁ ବାରମ୍ବାର ବିଭାଗର ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ ସେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ୨୦୧୫ ମସିହା ଠାରୁ ସେ ପେନସନ ପାଉଥିବା ଏବଂ ସେହି ଟଙ୍କାକୁ ଆଉ କେହି ଉଠାଇ ନେଇ ଯାଉଥିବା କେହିବି ଜାଣି ପାରିନଥିଲେ। ଏ କଥା ପ୍ରଘଟ ହେବା ପରେ ଜୀବିତ ପ୍ରମାଣପତ୍ର ପାଇଁ ଆସିଥିବା ଯୁବକମାନେ ଫେରାର ହୋଇଯାଇଥିବା ବେଳେ ବ୍ୟାଙ୍କରେ ଖୋଲତାଡ ପରେ ବ୍ୟାଙ୍କ ଖାତା ଓ ଅଧାରକାର୍ଡ ସହ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ଯାଞ୍ଚ ସହ ଆଙ୍କାଉଣ୍ଟ ଫ୍ରିଜ କରାଯାଇଛି। ଏନେଇ ସମ୍ପର୍କୀୟ ସୁକାନ୍ତ ସ୍ଵାଲସିଂ ରାୟଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କର ମାନସିକ ସ୍ଥିତି ଠିକ ନଥିବା ବେଳେ ସେ ଅସହାୟ ଅବସ୍ଥାରେ ରହିଛନ୍ତି କିନ୍ତୁ ତାଙ୍କ ପେନସନ ଟଙ୍କା ମାସିକ ୧୫ ହଜାର ଟଙ୍କା ଲେଖାଏଁ ୧୦ ବର୍ଷ ହେଲା ଚଞ୍ଚକତା କରି ନୀରଜ ବର୍ଦ୍ଧନ ନାମକ ଜଣେ ବ୍ୟକ୍ତି ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି। ୨୦୧୫ ମସିହା ଠାରୁ କିଛି ବର୍ଷ ପେନସନ ଟଙ୍କା ପାଉଥିଲେ ଅଧା ଅଧା ହୋଇ ଉଭୟଙ୍କ ଆକାଉଣ୍ଟକୁ ଆସୁଥିଲା କିନ୍ତୁ ଦୁଇ ବର୍ଷ ପରେ କଣ ହେଲା ଆଉ ମୁଁ ଜାଣିନୀ ବୋଲି ତାଙ୍କ ପୁତୁରା ଇସ୍ରାଏଲ ନାୟକ କହିଛନ୍ତି। ତେବେ ଏନେଇ ଲିଖିତ ଅଭିଯୋଗ ପରେ ଘଟଣା ସତ୍ୟ ସତ୍ୟ ଜାଣିବା ପାଇଁ ପଚରା ଉଚରା କରୁଛି ଦସ୍ତାବିଜ ଯାଞ୍ଚ କରାଯାଉଛି ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଥାନା ଅଧିକାରୀ।

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ