ଗବେଷକ ଡ ପ୍ରଫୁଲ୍ଲ ତ୍ରିପାଠୀଙ୍କ ୮୫ତମ ଜୟନ୍ତୀ ପାଳିତ

0

ବାଲିଅନ୍ତା, ୧୯ / ୧୧: ବାଲିଅନ୍ତା ବ୍ଲକ ଅଧୀନ ମା ଦୁର୍ଲ୍ଲବା ଦେବୀ ପୀଠ ପରିସରରେ ଢମିଲୋ ଗ୍ରାମ କମିଟି ଓ ଜୟଦେବ ଯୁବକ ସଂଙ୍ଘ ମିଳିତ ସହଯୋଗରେ ଜୟଦେବ ଗବେଷକ ଡ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୫ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ସୁବ୍ରତ ମହାନ୍ତି, ମୁଖ୍ୟ ବକ୍ତା ପୂର୍ବତନ ବିଧାୟକ ଡ. ଅରବିନ୍ଦ ଢାଲି, ବିଶେଷ ଅତିଥି ଭାବରେ ଜିଲ୍ଲା ବିଜେପି ସଭାପତି ନିରଞ୍ଜନ ମିଶ୍ର ଓ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ବାଲିପାଟଣା ପ୍ରେସ କ୍ଳବ ସଭାପତି ଦିଲ୍ଲୀପ କୁମାର ଓଝା, ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ରଥ ଓ ପ୍ରକୃତିବନ୍ଧୁ ନିରଞ୍ଜନ ସେନାପତି ପ୍ରମୁଖ ଯୋଗ ଦେଇ ଗବେଷକ ଶ୍ରୀ ତ୍ରିପାଠୀଙ୍କ ବହୁମୁଖୀ ପ୍ରତିଭା ଓ ଜୟଦେବ ସଂସ୍କୃତିର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ l ସଭାରେ ସାମ୍ବାଦିକ ଗଗନ ଭୋଇ ସଭାପତିତ୍ବ କରିଥିବା ବେଳେ ଗ୍ରାମ କମିଟି ସଦସ୍ୟ ବିଜୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ସମାଜସେବା, ସାମ୍ବାଦିକତା ଓ ବିଭିନ୍ନ ସେବା ଭିତ୍ତିକ କାର୍ଯ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କୁ ଜୟଦେବ ସମ୍ମାନରେ ଅତିଥିବୃନ୍ଦ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l

Related Posts
1 of 26
Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ