ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସହଯୋଗରେ ମରାମତି ହେଲା ଫାଟିଯାଇଥିବା ପାଇପ ।ମରାମତି ପରେ ଗାଁକୁ ଯୋଗାଇ ଦିଆଗଲା ପିଇବା ପାଣି ।ଅଧ୍ୟକ୍ଷଙ୍କୁ ପ୍ରଂଶସା କଲେ ଗ୍ରାମବାସୀ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଠାରେ ଦୀର୍ଘ ଚାରି ଦିନ ଧରି ବସୁଧା ଯୋଜନାରେ ନିର୍ମିତ ପାଇପ ଲାଇନ ଫାଟିବା ଯୋଗୁଁ ଜଳ ଯୋଗାଣ ବନ୍ଦ ରହିଥିଲା। ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦଙ୍କ ସହଯୋଗରେ ଆଜି ମରାମତି ହୋଇଛି। ପୂର୍ବରୁ ମଧ୍ୟ ଅନେକ ଥର ଜଳ ଯୋଗାଣ ବନ୍ଦ ଥିବା ବେଳେ ତାଙ୍କରି ସହଯୋଗରେ ଜଳ ଯୋଗାଣ ହୋଇଥିଲା।
ବ୍ଲକ ଅଧ୍ୟକ୍ଷଙ୍କ ଉପରେ ବଢୁଛି ଲୋକଙ୍କ ଭରଷା। ଯେଉଁଦିନ ଠାରୁ ଅଧ୍ୟକ୍ଷ ପଦରେ ବସିଛନ୍ତି ସେବେଠୁ ଅହରହ ଦିନ ରାତି ଲୋକଙ୍କ ସେବାରେ । କିଛି ନିର୍ବାଚିତ ପ୍ରତିନିଧି ଭୋଟ ହାତେଇ ଗାଦିରେ ବସିବା ପରେ ବର୍ତ୍ତମାନ ଦେଖା ଦେଉ ନାହାନ୍ତି । ଏହିପରି ପେକ୍ଷିରେ ବ୍ଲକ ଅଧ୍ୟକ୍ଷ ଜଣେ ମାତ୍ର ଲୋକଙ୍କ ସାହା ଭରଷା ସାଜିଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ପ୍ରଶଂସାର ପାତ୍ର ହୋଇଛନ୍ତି । ଅଧ୍ୟକ୍ଷଙ୍କ ଏଭଳି ସେବା ମନବୃତି ବ୍ଲକ ଠାରୁ ଆରମ୍ଭ କରି ପ୍ରତି ପଞ୍ଚାୟତ ଗୁଡିକରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।