ଗୋଲାମୁଣ୍ଡା ରେ ସମ୍ବିଧାନ ସଚେତନତା ରଥ କୁ ଭବ୍ୟ ସମ୍ବର୍ଦ୍ଧନା

0

ମୂଳନୀବାସୀ ବହୁଜନ ମିଳିତ ମହାସଂଘ ଆନୁକୂଲ୍ୟରେ ସାରା ରାଜ୍ୟରେ ପରିକ୍ରମା କରୁଥିବା ସମ୍ବିଧାନ ସଚେତନତା ରଥ ମଙ୍ଗଳବାର ଗୋଲାମୁଣ୍ଡା ବ୍ଲକ କୁ ପହଞ୍ଚିଛି। ସେଠାରେ ରଥକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରଥମେ ଗୋଲାମୁଣ୍ଡା ବ୍ଲକ ଅଫିସ ନିକଟରୁ ରଥକୁ ସ୍ବାଗତ କରାଯାଇ ନଗର ପରିକ୍ରମା କରାଯାଇଥିଲା। ଏଥିରେ ଛାତ୍ର ଛାତ୍ରୀ,ବୁଦ୍ଧିଜୀବୀ,ଅଞ୍ଚଳର ସମ୍ବିଧାନ ପ୍ରେମୀ ହୁଳହୁଳି,ଦେଇ ଶୋଭାଯାତ୍ରା ମାଧ୍ୟମରେ ଗୋଲାମୁଣ୍ଡା ଦୁର୍ଗା ମଣ୍ଡପ ପାଖକୁ ଆସିଥିଲେ। ସେଠାରେ ବାବାସାହେବ ଆମ୍ବେଦକର ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ କରି ଏହି ସମ୍ବିଧାନ ସଚେତନ ରଥ ପରିକ୍ରମା ର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏମବିଏମଏମ କଳାହାଣ୍ଡି ପକ୍ଷରୁ ଜିଲ୍ଲା ସଭାପତି ସଚ୍ଚିଦାନନ୍ଦ ମହାକୁଡ଼, ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ, ରାଜ୍ୟ ଉପସଭାପତି ଲିଙ୍ଗରାଜ ଆଜାଦ, କାର୍ଯ୍ୟକାରୀ ସଭାପତି ତଥା ମହାସଚିବ ଏଓଏସସିଏଫ କଳାହାଣ୍ଡି ଯତୀନ୍ଦ୍ର କର, ଢଗମାଳିଆ ନାଏକ, ରମଣୀ ଦୁରିଆ, ଡମ ସମାଜ ବିକାଶ ପରିଷଦ ସଭାପତି ରାମ କୁମାର ସେନାପତି, ଯୁବ ନେତା ସାଉଲ ମଙ୍ଗରାଜ, ଉପଦେଷ୍ଟା ମୁନିଆ ସିପକା, ପ୍ରଶାନ୍ତ ନାଏକ ପ୍ରମୁଖ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଆମେ ଯେମିତି ପୁରାଣ,ବାଇବେଲ,କୋରାନ ପ୍ରତିଦିନ ପଠନ କରୁଛେ, ସେହି ଭଳି ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମ୍ବିଧାନ ପଢ଼ିବା ଆବଶ୍ୟକ ରହିଛି। ସମ୍ବିଧାନ ରେ ସମସ୍ତ ଙ୍କ ମୁକ୍ତି ଅଛି, ଦେଶ ସମ୍ବିଧାନ ଦ୍ୱାରା ଚାଲୁଚି। ଏହି ସମ୍ବିଧାନ ସଚେତନତା ରଥ ଲୋକଙ୍କୁ ମୌଳିକ ଅଧିକାର ବିଷୟରେ ସଚେତନ କରୁଛି ବୋଲି କହିଥିଲେ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ