ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ।

0

ଦୁଇ ଟି ପରିବାର ର ଅନାଥ ଶିଶୁ ମାନଙ୍କୁ ଅଧ୍ୟକ୍ଷ କର୍ପସ ପାଣ୍ଠି ରୁ ୨୦ ହଜାର ଆର୍ଥିକ ସାହାୟତା

ଗୋଲାମୁଣ୍ଡା,୧୭/୧୧

Related Posts
1 of 30

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନେତୃତ୍ୱରେ ସୋମବାର ଦିନ ଧାମନପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୧୮ ଅଭିଯୋଗରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି ୨୨ ଟି ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା । ରାଜ୍ୟ ତଥା ମୋହନ ସରକାର ଓ କେନ୍ଦ୍ର ତଥା ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ର ସୁବିଧା ପ୍ରତି ଗାଁ ଗାଁ ବସ୍ତି ପଡା ପଡା ରେ ପହଞ୍ଚାଇବା ଆମ ପ୍ରଶାସନ ର ଉଦ୍ଦେଶ୍ୟ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ,ସରପଞ୍ଚ ଦିଗାମ୍ବର ତାଣ୍ଡି,ସହକାରୀ ନିର୍ବାହୀ ଯନ୍ତ୍ରୀ ଚିତ୍ତ ରଂଜନ ଜେନା, କନିଷ୍ଠ ଯନ୍ତ୍ରୀ ନିକୁଞ୍ଜ ନାଏକ,ସାମାଜିକ ସୁରକ୍ଷା ବିଭାଗର ଚନ୍ଦନ ବିହାରୀ,ଗ୍ରାମୀଣ ଗୃହ ଯୋଜନାର ବିପିସି ମଧୁ ସାହୁ,ଯୋଗାଣ ବିଭାଗ ରୁ ଦିବ୍ୟରାଜ ଭୋଇ, ଏପିଓ କ୍ଷେତ୍ର ମୋହନ ମାଝୀ,ପାନୀୟ ଜଳ ବିଭାଗରୁ ସୁବାସ ପଣ୍ଡା,ବିଇଓ ରାଜେଶ ନାଏକ,କୃଷି ବିଭାଗରୁ ସରସ୍ଵତୀ ମେହେର, ରାଜସ୍ଵ ନିରୀକ୍ଷକ ତପନ କୁମାର ନାଏକ,ପିଇଓ ନିରଞ୍ଜନ ସୁନାନୀ, ଭିଏଡବ୍ଲୁ ଛନ୍ଦା ଚରଣ ଭୋଇ ଙ୍କ ସମେତ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଓ ଧାମନପୁର ଗ୍ରାମପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ । ଉକ୍ତ ଅବସରରେ ଧାମନପୁର ଗ୍ରାମର ତିନିଟି ଶିଶୁ ବାପା ମାଁ ଙ୍କୁ ହରାଇ ନିଜ ଜେଜେ ବାପା ପାଖରେ ରହୁଛନ୍ତି,ଆଜି ତାଙ୍କ ଜେଜେ ବାପା ଜନ ଶୁଣାଣି ଶିବିରକୁ ଆସି ଏହି ବାପା ମାଁ ଛେଉଣ୍ଡ ପିଲାକୁ କିଛି ସରକାରି ସହାୟତା ପ୍ରଦାନ କରିବାକୁ ନିବେଦନ କରିଥିବାରୁ ତାଙ୍କୁ ବ୍ଲକ ଅଧ୍ୟକ୍ଷ କର୍ପସ ଫଣ୍ଡ ରୁ ୧୦ ହଜାର ଓ ଉକ୍ତ ଗାଁ ର ସ୍ବର୍ଗତ ଚକ୍ର ପହରିଆ ରୋଗା ଗ୍ରସ୍ତ ହୋଇ ମୃତ୍ୟୁ ହୋଇଥିବାରୁ ତାଙ୍କର ସାତ ଜଣ ଶିଶୁ ଙ୍କୁ ଲାଳନ ପାଳନ କରିବାରେ କଷ୍ଟ ଦାୟକ ହେଉଥିବାରୁ ଶିଶୁ ଙ୍କୁ ମା ଆସି ଆର୍ଥିକ ସହାୟତା ମାଗିବାରୁ ତାଙ୍କୁ ମଧ୍ୟ ଦଶ ହଜାର ଆର୍ଥିକ ସହାୟତା ଦିଆଯାଇଛି, ସୂଚନାଯୋଗ୍ୟ ଯେ ଗୋଲାମୁଣ୍ଡା ବ୍ଲକର ଗରିବ ନିରୀହ ଲୋକଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ନିଜସ୍ବ ଏକ କର୍ପସ ପାଣ୍ଠି ଖୋଲିଛନ୍ତି ଓ ଲୋକଙ୍କୁ ସହାୟତା ଯୋଗାଇ ଆସୁଛନ୍ତି ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ