ମୋହନ ସରକାରରେ ଆଦିବାସୀ ପଞ୍ଚାୟତରୁ ସରକାରୀ ଅଫିସ ଚୋରିପାଇଁ ମସୁଧା ।
କୋଣାର୍କ ନିୟୁଜ 24 ଦାନଗଦି ଓଡିଶା ଏବଂ କେନ୍ଦ୍ରରେ ବିଜେପି ସରକାର ଶାସନ କରୁଥିବା ବେଳେ ଓଡ଼ିଶାରେ ଡବଲ ଇଞ୍ଜିନ ବା ମୋହନ ସରକାର ସାଶନ ଚଳାଉଛନ୍ତି । ମୋହନ ସରକାର ସବୁବେଳେ ତଳ ସ୍ତରକୁ ସବୁ ମୌଳିକ ସୁବିଧା ଆମେ ପହଞ୍ଚାଇବୁ ନାରା ଦେଉଥିବାବେଳେ କିନ୍ତୁ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ କିଆଝର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ବିକଳ ଚିତ୍ର । ଓଡିଶା ସରକାରଙ୍କର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ପ୍ରସାରଣ କରୁଥିବାବେଳେ ଦାନଗଦି ତହସିଲ ଅଧୀନରେ ଥିବା ଗୋବର୍ଧନପୁର ଆର, ଆଇ, ଅଫିସକୁ ମଧ୍ୟ ସମ୍ପ୍ରସାରଣ କରି ତିନୋଟି ପଞ୍ଚାୟତ କିଆଝର, ଓସ୍ତପାଳ, ଦେଉଳକଣ ଗ୍ରାମପଞ୍ଚାୟତକୁ ଗୋଟିଏ ଆର, ଆଇ, ଅଫିସ ସରକାର ମଞ୍ଜୁରୀ ଦେଇଥିବା ବେଳେ ସରକାରୀ ସ୍ତରରେ ମଧ୍ୟ କିଆଝର ଆରାଇ ଅଫିସ ରେକର୍ଡ ହୋଇସାରିଛି ଏବଂ ସରକାରୀ କାଗଜ ପତ୍ରରେ ମଧ୍ୟ କିଆଝର ଆରାଇ ଲେଖା ଯାଉଛି କିନ୍ତୁ ଆଜିପର୍ଯନ୍ତ କିଆଝର ଆର, ଆଇ, ଅଫିସ ପାଇଁ ଜାଗା ଚିହ୍ନଟ କରିପାରିନଥିବା ବେଳେ ଅନ୍ୟ ଆରାଇ ଅଫିସ ଗୃହ କାର୍ଯ୍ୟ ସମ୍ପୂର୍ଣ ହେବା ଉପରେ ହେଲାଣି । ଆରାଇ ଅଫିସପାଇଁ ବିଗତ ବିଜେଡି ସରକାର ସମୟରେ କିଆଝର ଟମକା ଠାରେ ସ୍ଥାନ ଚିହ୍ନଟ କରିଥିବା ବେଳେ ସରକାର ବଦଳିଲା କିନ୍ତୁ ବ୍ଲକ ସ୍ତରୀୟ ବିଜେପି ନେତାଙ୍କ ଚିନ୍ତା ଧାରା ଆଜିପର୍ଯନ୍ତ ବଦଳି ନପାରିବାରୁ ଆରାଇ ଅଫିସ ଆଜି ପର୍ଯନ୍ତ ହୋଇପାରିଲା ନାହିଁ । ଅଫିସ କାର୍ଯ୍ୟ ନହେବାର କରଣ ଖୋଜିଲା ବେଳେ ଜଣାପଡିଲା ପାଖପଞ୍ଚାୟତ ଦେଉଳକଣଠାରେ ସ୍ଥାନ ଚିହ୍ନଟ ହୋଇସାରିଛି ଯାହା କିଆଝର ବାସୀଙ୍କ ମନରେ ଆସନ୍ତୋଷ ଦେଖାଦେବାରୁ କିଆଝର ବାସି ଏକତ୍ରିତ ହୋଇ ତତ୍କାଳୀନ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ସୁକିନ୍ଦା ବିଜେପି ଅଫିସ ରେ ଦେଖାକରି କିଆଝର ଆରାଇ କୁ କିପରିଭାବରେ ଦେଉଳକଣ ଗ୍ରାମପଞ୍ଚାୟତକୁ ଦିଆଗଲା ଜଣାଇବାରୁ ମନ୍ତ୍ରୀ ସଙ୍ଗେ ସଙ୍ଗେ ଫୋନ୍ ଯୋଗେ ତହସିଲଙ୍କୁ ଅବଗତ କରି ନିର୍ଦେଶ ଦେଇଥିଲେ କିଆଝରରେ ହିଁ ଅଫିସ ଗୃହ କରିବାପାଇଁ । ଏବଂ ମନ୍ତ୍ରୀ ତହସିଲଙ୍କୁ ଯାଇ ଭେଟ କରିବା ପାଇଁ ମଧ୍ୟ ଉପଦେଶ ଦେବାରୁ ପଞ୍ଚାୟତ ବାସି ତହସିଲଙ୍କୁ ଯାଇ ଭେଟ କଲାପରେ ତହସିଲମଧ୍ୟ କିଆଝରରେ ହିଁ ହେବ କହି ଆରାଇ ଙ୍କୁ ସଂଗେସଂଗେ ନିର୍ଦେଶ ଦେଇ ଜାଗା ଟ୍ରେସ ମାପିଙ୍ଗ କରିକି ରିପୋର୍ଟ ଦେବାପାଇଁ ନିର୍ଦେଶ ଦେଇଥିଲେ ଆରାଇ ମଧ୍ୟ ଜାଗା ଚିହ୍ନଟ କରିଥିଲେ । କିନ୍ତୁ ମନ୍ତ୍ରୀ ପ୍ରଦୀପ ବଳ ସମନ୍ତଙ୍କ ପାଖ ନେତୃତ୍ୱ ନେଉଥିବା କର୍ମୀ ବା ବ୍ଲକ ସ୍ତରୀୟ ନେତା ତଥା ପ୍ରତାପ କୁମାର ଧୀର ଙ୍କ ଜିଦି ଦେଉଳକଣ ଗ୍ରାମପଞ୍ଚାୟତରେ ହିଁ ଆରାଇ ଅଫିସ ହେବ ବୋଲି ସମସ୍ତ ନେତା ମନ୍ତ୍ରୀଙ୍କ ଆଦେଶକୁ ଖାତିର ନକରି ବାରମ୍ବାର କିଆଝରରେ ଅଫିସ ନହେବା ପାଇଁ ବଳ ପ୍ରୟୋଗ କରୁଥିବା କାରଣରୁ ଆଜି ପର୍ଯନ୍ତ ସରକାରି ଅଫିସ ଟିଏ ହୋଇପାରୁନଥିବା ଦେଖିବାକୁ ମିଳିଛି । ବିଶେଷ ସୂତ୍ରରୁ ଜଣାଯାଏ କିଆଝର ପଞ୍ଚାୟତବାସି ବା ପଞ୍ଚାୟତର ବିଜେପି ଆଗଧାଡିର କର୍ମୀ ଏସମ୍ବନ୍ଧରେ ମନ୍ତ୍ରୀଙ୍କୁ ଜଣାଇବା ଆଗରୁ କୁଆଡେ ମିଛ ସତ ମିଶାଇ ମନ୍ତ୍ରୀଙ୍କୁ ଆଗୁଆ ଜଣାଇ କର୍ମୀଙ୍କ ଛବିକୁ କୁଆଡେ ମଳିନ କରୁଥିବା କାରଣରୁ ମନ୍ତ୍ରୀ ପଞ୍ଚାୟତ କର୍ମୀଙ୍କ କଥାକୁ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ । ଦୀର୍ଘ 24 ବର୍ଷ ଓଡିଶାକୁ ବିଜେଡି ଶାସନ କରିଥିବା ସମୟରେ କିଆଝର ଏତେ ଉନ୍ନତି ହୋଇନଥିବାବେଳେ 24 ନିର୍ବାଚନରେ ସରକାର ବଦଳିଲାପରେ କିଆଝର ବାସି ପରିବର୍ତନ ର ସ୍ୱାଦ ଚାଖିବାପାଇଁ ଆତ୍ମ ବିଭୋର ହୋଇଥିଲେ କିନ୍ତୁ ଏବେ ବିଜେପି ମୁଖ୍ୟମନ୍ତ୍ରୀ ଏକ ଆଦିବାସୀ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ କିଆଝର ପଞ୍ଚାୟତ ଏକ ଆଦିବାସୀ ପଞ୍ଚାୟତ ହୋଇଥିବା ସତ୍ବେ ଏକ ସରକାରୀ ଅଫିସ ପାଇଁ ଏଦୁଆର ସେଦୁଆର ହେବାକୁ ପଡୁଥିବାରୁ କର୍ମୀଙ୍କ ମହଲରେ ଅସାନ୍ତି ଦେଖା ଦେଲାନି ଏଥିପ୍ରତି ମନ୍ତ୍ରୀଙ୍କୁ ଜଣାଇଲେ ମନ୍ତ୍ରୀ ମଧ୍ୟ ପଞ୍ଚାୟତ କର୍ମୀଙ୍କୁ ବିଶ୍ୱାସ କରୁନଥିବା ବେଳେ ଏପରିକି ପଞ୍ଚାୟତ ସଭାପତିଙ୍କ ଅନୁରୋଧକୁ ମଧ୍ୟ ଧ୍ୟାନ ଦେଉନଥିବା ଦେଖିବାକୁ ମିଳୁଛି ।କିଆଝର ହାଟପଡ଼ିଆ ପାଖ ଖାତା ନମ୍ବର 2 ପ୍ଲଟ ନମ୍ବର 1111 ରେ ଆରାଇ ଅଫିସ କରିବାପାଇଁ କିଆଝର ବାସୀଙ୍କ ଆସା ଥିବାବେଳେ ଉକ୍ତ ପ୍ଲଟ କୁ ଲାଗି ଜୋରଜବରଦସ୍ତ ନଖିଆ ବେହେରା ମଙ୍ଗଳା ମନ୍ଦିର ନାମରେ ଜାଗା ମାଡ଼ିବସିଥିବା ବେଳେ ପଶ୍ଚିମ ଦିଗରେ ଜଙ୍ଗଲ ଜମିକୁ ପ୍ରତାପ କୁମାର ଧୀର ମଧ୍ୟ ଜଗନ୍ନାଥ ମନ୍ଦିର ନାମରେ ମାଡ଼ିବସିଛନ୍ତି ତେଣୁ ବିଶେଷ ସୂତ୍ରରୁ ଜଣା ଯାଏ 1111 ପ୍ଲଟକୁ ମଧ୍ୟ ଜୋରଜବରଦସ୍ତ ହାତେଇବାକୁ ଯୋଜନା କରିଥିବାରୁ ସରକାରୀ ଅଫିସ ପାଇଁ ବିଭିନ୍ନ ପ୍ରକାର ବଳ ପ୍ରୟୋଗ କରି ବିଶୃଙ୍ଖଳା କରୁଥିବା ଶୁଣିବାକୁ ମିଳୁଛି ।