ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହେନ୍ଦ୍ରଗିରି ଶିଖର ର ଇକୋ ରିସୋର୍ଟ ଉଦଘାଟିତ।

0

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରି ଶିଖରରେ ଥିବା ଇକୋ ରିସୋର୍ଟକୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରି ଠାରେ ନବ ନିର୍ମିତ ଇକୋ ରିସୋର୍ଟକୁ ଶୁଭ ଉଦଘାଟନ କରିଛନ୍ତି। ତାଙ୍କ ସହିତ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଓ ମାନ୍ୟବର ବାଣିଜ୍ୟ,ପରିବହନ , ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉପସ୍ଥିତ ଥିବା ବେଳେ, ମାନ୍ୟବର ବିଧାୟକ ମୋହନା ଦାଶରଥି ଗମାଙ୍ଗ ଓ ମାନ୍ୟବର ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ମଧୁମିତା, ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ ଓ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ.ନାଗାରାଜୁଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ମହେନ୍ଦ୍ରଗିରି ଏକ ପୁରାଣ ପ୍ରସିଦ୍ଧ ସ୍ଥାନ । ଏଠାରେ ତିନିଗୋଟି ପ୍ରାଚୀନ ମନ୍ଦିର ରହିଅଛି, ଭୀମ ମନ୍ଦିର, ଯୁଧିଷ୍ଠିର ଓ କୁନ୍ତୀ ମନ୍ଦିର, ଅର୍ଜୁନ ଗୁମ୍ଫା ରହିଅଛି । ଏଠାରେ ସର୍ବଦା ମନ୍ଦ ମଳୟ ପ୍ରବାହିତ ହୋଇଥାଏ। ଜଳବାୟୁ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ, ପ୍ରତିଦିନ ଏଠାରେ ବର୍ଷା, ଶୀତ, ବସନ୍ତ ଇତ୍ୟାଦି ଷଡ଼ଋତୁ ଅନୁଭୂତ ହୁଏ । ମହେନ୍ଦ୍ରଗିରିର ଅରଣ୍ୟ ଶୋଭା ଭାରି ମନଲୋଭା, ବର୍ଷାଦିନେ ପର୍ବତ ଶୃଙ୍ଗରେ ମେଘମାଳା ଭାରି ଆକର୍ଷଣୀୟ ଓ ସୂର୍ଯ୍ୟ ଉଦୟ ଦର୍ଶନ ଏଠାରେ ଅତ୍ୟନ୍ତ ରମଣୀୟ। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଇକୋ ଟୁରିଜିମ ବ୍ୟବସ୍ଥା ଆଜି ଠାରୁ ଆରମ୍ଭ ହୋଇଛି ଏବଂ ଏହି ଇକୋ ଟୁରିଜିମ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଠ କରିବାରେ କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ । ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ବର୍ଷ ସାରା ଆସିଥାନ୍ତି।
ସେହିପରି ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ଠାରେ ଥିବା ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର,ଖସଡ଼ା ଜଳପ୍ରପାତ, ରାୟଗଡ ବ୍ଲକ ର ଗଣ୍ଡାହାତୀ ଜଳପ୍ରପାତ ସହିତ ଆହୁରି ଆନେକ ପର୍ଯ୍ୟଟନ ସ୍ଥଳ ରହିଅଛି।

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ