ଢେଙ୍କାନାଳ ବନ୍ଦ ପାଇଁ ସଜବାଜ ।ଢେଙ୍କାନାଳ ସଦର : ସ୍ମାର୍ଟ୍ ମିଟର ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ ।

0

ଖୁବଶୀଘ୍ର ଢେଙ୍କାନାଳ ବନ୍ଦ ଆନ୍ଦୋଳନ ହେବ । କୌଣସି ପରିସ୍ଥିତିରେ ମନମୁଖୀ ଶୋଷଣ କରିବାକୁ ଦିଆଯିବ ନାହିଁ । ଢେଙ୍କାନାଳବାସୀଙ୍କ ହକ୍ ପାଇଁ ଲଢ଼େଇ ଗଠନ ହେବ କ୍ରିୟାନୁଷ୍ଠାନ କମିଟି ବୈଠକ ପରେ ସ୍ଥିର ହେବ ରୂପରେଖ ବ୍ୟାପକ ହେବ । ଶୁକ୍ରବାର ପୂର୍ବହ୍ନରେ ଜିଲ୍ଲା ଓକିଲ ସଂଘ ସମ୍ମିଳନୀ କକ୍ଷରେ ବସିଥିବା ସର୍ବଦଳୀୟ ବୈଠକରେ ଏଭଳି କଡ଼ା ଆଭିମୁଖ୍ୟ ପ୍ରକାଶ ପାଇଛି । କ୍ରିୟାନୁଷ୍ଠାନ କମିଟି ଗଠନ ସ‌ହ କମିଟିର ବୈଠକ ବସି ଆନ୍ଦୋଳନର ରୂପରେଖ ତିଆରି କରାଯିବ ବୋଲି ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର କହିଛନ୍ତି । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ସର୍ବଦଳୀୟ ବୈଠକରେ ସାମ୍ବାଦକ ସମ୍ମିଳନୀ
ବିଭିନ୍ନ ରାଜନୈତିକ ଦଳ,ସଂଗଠନ,ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ସ୍ମାର୍ଟ ମିଟରକୁ ତୀବ୍ର ବିରୋଧ କରାଯାଇଥିଲା । ଟିପିସି ଓଡିଏଲ ମନମୁଖୀ କାରବାର ଚଳାଇଛି । ଢେଙ୍କାନାଳରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିଛି । ମନଇଚ୍ଛା ପାୱାର କଟ୍,ଲୋ ଭୋଲଟେଜ୍ଠାରୁ ନେଇ ଖରାଦିନେ ଅସହ୍ୟ ଯନ୍ତ୍ରଣା ଦେଉଛି । ସେବାକୁ ଆଗ ସ୍ମାର୍ଟ ନକରି ସ୍ମାର୍ଟମିଟର ବସାଇ ଲୋକଙ୍କ ଠାରୁ ଜୁଲମ କରି ଜରିମାନା ଆଦାୟ କରାଯାଉଛି । ବହୁ ଆଗରୁ ଗାଁ ଗାଁରେ ଲୋକଙ୍କୁ ଭୟଭୀତ କରି ସ୍ମାର୍ଟ ମିଟର ଲଗା ସରିଲାଣି । ଲୋକଙ୍କ ଅସନ୍ତୋଷକୁ ଦେଖି ଓକିଲ ସଂଘ ବିରୋଧ କରି ଆସୁଛି I ଆଲୋଚନା ପାଇଁ ଡାକି ସାମ୍ବାଦିକମାନେ ରହିଲେ ଆଲୋଚନା କରା‌ଯିବ ନାହିଁ କହି ଆଲୋଚନାକୁ ନଆସିବାକୁ ବୈଠକରେ ନିନ୍ଦା କରାଯାଇଥିଲା । ଗତକାଲି ବିଦ୍ୟୁତ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପାଇଁ ସଂଘ ନିଜଆଡୁ ଯାଇଥିବା ବେଳେ କର୍ତ୍ତୃପକ୍ଷ
ତାଲା ପକାଇ ପଳାଇବା ଆହୁରି ଲଜ୍ଜାଜନକ। ସଂଘ କୌଣସି ଭଙ୍ଗାରୁଜା କରିନଥିବା ବେଳେ ପୁଲିସ ମିଛ ମାମଲା କରିଛି । ଦୁଇ ଦୁଇଟି ମିଛ ମାମଲା କରାଯାଇ ପୁଲିସ ଏହି ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଅପଚେଷ୍ଟା କରୁଛି ବୋଲି ଅଭିଯୋଗ ହୋଇଥିଲା । ଖୁବ୍‌ଶୀଘ୍ର ଢେଙ୍କାନାଳ ବନ୍ଦ କରାଯିବା ପାଇଁ ବୈଠକରେ ପ୍ରସ୍ତାବ ଆସିଥିଲା । ବିଭିନ୍ନ ଦଳ,ସଂଘର ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବା ସହ ଆନ୍ଦୋଳନର ରୂପରେଖ ନେଇ ପ୍ରଥମ ବୈଠକରେ ଓକିଲ ସଂଘର ସଭାପତି ଶ୍ରୀ ପାତ୍ରଙ୍କ ସମେତ ପୂର୍ବତନ ସଭାପତି ସୁରେନ୍ଦ୍ର ମିଶ୍ର, ଶିବସାଇ ମହାପାତ୍ର,ଦୀପକ ପଟ୍ଟନାୟକ,ସଞ୍ଜୟ ମିଶ୍ର,ବରିଷ୍ଠ ଆଇନଜୀବୀ ଦିପ୍ତିଶ ପଟ୍ଟନାୟକ,ସୁବୋଧ ମହାନ୍ତି,ଦୁର୍ଗାପ୍ରସାଦ ଶତପଥୀ,ଭାବଗ୍ରାହୀ ପଣ୍ଡା,ନିର୍ମଳ ମିଶ୍ର,କଂଗ୍ରେସ ଜିଲ୍ଲା ସଭାପତି ଛବିରାଜ ବିଶ୍ଵାଳ,ବିଜେଡି ପକ୍ଷରୁ ପୌର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ସୁକାନ୍ତ କୁମାର ମିଶ୍ର,ଦେବାଶିଷ ମିଶ୍ର,କଂଗ୍ରେସ ନେତା ରାଜୀବ ଲୋଜନ ସିଂହଦେଓ,ସରୋଜ ଶତପଥୀ,ସିପିଆଇଏମର ଶ୍ରୀନିବାସ ସାହୁ,ସିପିଆଇର ସର୍ବଜ୍ଞ ସାହୁ,ପ୍ରଫୁଲ୍ଲ ନାୟକ,ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାଆମ୍ ଆଦମୀ ପାର୍ଟି ତରଫରୁ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା,ଢେଙ୍କାନାଳ ଲୋକସଭା କ୍ଷେତ୍ର ସଭାପତି ପଙ୍କଜ କୁମାର ନାୟକ ଓ ରାଜ୍ୟ ସଙ୍ଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗ ଦେବା ସହ ଓ ଜୟଭୀମ୍ ସଂଗଠନର ପ୍ରଦ୍ୟୁମ୍ନ ନାଏକ,ବସ୍ ମାଲିକ ସଂଘର ରୁଦ୍ରାନ୍ତ ଦଳେଇ, ବରିଷ୍ଟ ସାମ୍ବାଦିକ ରତନ ନୟାର,ସତ୍ୟସ୍ୱରୂପ ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ