ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ।

0

୧୪୭ ଅଭିଯୋଗରୁ ୨୭ ତୁରନ୍ତ ସମାଧାନ

Related Posts
1 of 6

ତିନି ଅସହାୟ ଲୋକଙ୍କୁ ଅଧ୍ୟକ୍ଷ କର୍ପସ ପାଣ୍ଠି ରୁ ୨୫ ହଜାର ଆର୍ଥିକ ସାହାଯ୍ୟତା

ଗୋଲାମୁଣ୍ଡା,୮/୦୯ ( ପ୍ରଭାକର ବଗର୍ତ୍ତୀ ଙ୍କ ରିପୋର୍ଟ କୋଣାର୍କ ନିୟୁଜ 24 ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନେତୃତ୍ୱରେ ସୋମବାର ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୪୭ ଅଭିଯୋଗରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି ୨୭ ଟି ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା । ରାଜ୍ୟ ତଥା ମୋହନ ସରକାର ଓ କେନ୍ଦ୍ର ତଥା ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ର ସୁବିଧା ପ୍ରତି ଗାଁ ଗାଁ ବସ୍ତି ପଡା ପଡା ରେ ପହଞ୍ଚାଇବା ଆମ ପ୍ରଶାସନ ର ଉଦ୍ଦେଶ୍ୟ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ,ବିଡ଼ିଓ ତ୍ରିପୁରା ମହାନନ୍ଦ,ତହସିଲଦାର ଚନ୍ଦନ କୁମାର ନାଏକ,ଜିଲ୍ଲା ପରିଷଦ ଶ୍ରୀମତୀ ହେମାଙ୍ଗିନି ରାଉତ,ସରପଞ୍ଚ ଦିନେଶ କୁମାର ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଚିତ୍ତ ରଂଜନ ଜେନା, କନିଷ୍ଠ ଯନ୍ତ୍ରୀ ମହେଶ ନାଏକ,ସାମାଜିକ ସୁରକ୍ଷା ବିଭାଗର ଚନ୍ଦନ ବିହାରୀ,ଗ୍ରାମୀଣ ଗୃହ ଯୋଜନାର ବିପିସି ମଧୁ ସାହୁ,ଯୋଗାଣ ବିଭାଗ ରୁ ଦିବ୍ୟରାଜ ଭୋଇ, ଏପିଓ କ୍ଷେତ୍ର ମୋହନ ମାଝୀ,ପାନୀୟ ଜଳ ବିଭଗର ରିତା ରାଣୀ କିଶନ,ଶିକ୍ଷା ବିଭାଗରୁ ସିଆରସିସି ଖିରାବ୍ଦି ତନୟ ମଶ୍ରା, କୃଷି ବିଭାଗରୁ ସରସ୍ଵତୀ ମେହେର, ଏଏଫ୍ଓ ବନ୍ଦନା ରାଣୀ ପଣ୍ଡା, ଗ୍ରାମ୍ୟ ଉନ୍ନୟନ ବିଭାଗରୁ ହୃଷିକେଶ ସ୍ୱାଇଁ, ରାଜସ୍ଵ ନିରୀକ୍ଷକ ଜିତେନ୍ଦ୍ର କୁମାର ନାଏକ,ପିଇଓ ପୁରୁଷୋତ୍ତମ ନାଏକ ଙ୍କ ସମେତ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଓ ବୃନ୍ଦାବାହାଲ ଗ୍ରାମପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ । ଉକ୍ତ ଅବସରରେ ବୃନ୍ଦାବାହାଲ ଗ୍ରାମର କ୍ଷେତ୍ର ହଂସ ଓ ଖାଲିଆପାଲି ଗ୍ରାମର ମେଘ ଚଲାନ ଙ୍କୁ ବ୍ଲକ ଅଧ୍ୟକ୍ଷ ନିଜସ୍ବ କର୍ପସ ଫଣ୍ଡରୁ ୧୦ ହାଜର ଟଙ୍କା ଲେଖାଏଁ ଓ ବୃନ୍ଦାବାହାଲ ଗ୍ରାମର ନିରାଶ ରାଉତଙ୍କୁ ୫ ହାଜର ଟଙ୍କା ପ୍ରଦାନ କରିଥିଲେ । କ୍ଷେତ୍ର ହଂସ ଓ ନିରାଶ ରାଉତ ଏକ ଗରିବ ପରିବାର ହୋଇଥିବା ବେଳେ ସେମାନେ ରୋଗାଗ୍ରସ୍ଥ ହୋଇ ଥିବାରୁ ତାଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ଏହି ଟଙ୍କା ପ୍ରଦାନ କରାଯାଇଥିଲା । ଖଲିଆପାଲି ଗ୍ରାମର ମେଘ ଚଲାନ ବାପା ମାଁ ଙ୍କୁ ହରାଇ ନିଜ ଜେଜେମା ପାଖରେ ରହୁଛନ୍ତି ଆଜି ତାଙ୍କ ଜେଜେମା ଜନ ଶୁଣାଣି ଶିବିରକୁ ଆସି ଏହି ବାପା ମାଁ ଛେଉଣ୍ଡ ପିଲାକୁ କିଛି ସରକାରି ସହାୟତା ପ୍ରଦାନ କରିବାକୁ ନିବେଦନ କରିଥିଲେ । ସୂଚନାଯୋଗ୍ୟ ଯେ ଗୋଲାମୁଣ୍ଡା ବ୍ଲକର ଗରିବ ନିରୀହ ଲୋକଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ନିଜସ୍ବ ଏକ କର୍ପସ ପାଣ୍ଠି ଖୋଲିଛନ୍ତି ଓ ଲୋକଙ୍କୁ ସହାୟତା ଯୋଗାଇ ଆସୁଛନ୍ତି ।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ