ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ।

0

୧୪୭ ଅଭିଯୋଗରୁ ୨୭ ତୁରନ୍ତ ସମାଧାନ

Related Posts
1 of 6

ତିନି ଅସହାୟ ଲୋକଙ୍କୁ ଅଧ୍ୟକ୍ଷ କର୍ପସ ପାଣ୍ଠି ରୁ ୨୫ ହଜାର ଆର୍ଥିକ ସାହାଯ୍ୟତା

ଗୋଲାମୁଣ୍ଡା,୮/୦୯ ( ପ୍ରଭାକର ବଗର୍ତ୍ତୀ ଙ୍କ ରିପୋର୍ଟ କୋଣାର୍କ ନିୟୁଜ 24 ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନେତୃତ୍ୱରେ ସୋମବାର ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୪୭ ଅଭିଯୋଗରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି ୨୭ ଟି ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା । ରାଜ୍ୟ ତଥା ମୋହନ ସରକାର ଓ କେନ୍ଦ୍ର ତଥା ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ର ସୁବିଧା ପ୍ରତି ଗାଁ ଗାଁ ବସ୍ତି ପଡା ପଡା ରେ ପହଞ୍ଚାଇବା ଆମ ପ୍ରଶାସନ ର ଉଦ୍ଦେଶ୍ୟ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ,ବିଡ଼ିଓ ତ୍ରିପୁରା ମହାନନ୍ଦ,ତହସିଲଦାର ଚନ୍ଦନ କୁମାର ନାଏକ,ଜିଲ୍ଲା ପରିଷଦ ଶ୍ରୀମତୀ ହେମାଙ୍ଗିନି ରାଉତ,ସରପଞ୍ଚ ଦିନେଶ କୁମାର ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଚିତ୍ତ ରଂଜନ ଜେନା, କନିଷ୍ଠ ଯନ୍ତ୍ରୀ ମହେଶ ନାଏକ,ସାମାଜିକ ସୁରକ୍ଷା ବିଭାଗର ଚନ୍ଦନ ବିହାରୀ,ଗ୍ରାମୀଣ ଗୃହ ଯୋଜନାର ବିପିସି ମଧୁ ସାହୁ,ଯୋଗାଣ ବିଭାଗ ରୁ ଦିବ୍ୟରାଜ ଭୋଇ, ଏପିଓ କ୍ଷେତ୍ର ମୋହନ ମାଝୀ,ପାନୀୟ ଜଳ ବିଭଗର ରିତା ରାଣୀ କିଶନ,ଶିକ୍ଷା ବିଭାଗରୁ ସିଆରସିସି ଖିରାବ୍ଦି ତନୟ ମଶ୍ରା, କୃଷି ବିଭାଗରୁ ସରସ୍ଵତୀ ମେହେର, ଏଏଫ୍ଓ ବନ୍ଦନା ରାଣୀ ପଣ୍ଡା, ଗ୍ରାମ୍ୟ ଉନ୍ନୟନ ବିଭାଗରୁ ହୃଷିକେଶ ସ୍ୱାଇଁ, ରାଜସ୍ଵ ନିରୀକ୍ଷକ ଜିତେନ୍ଦ୍ର କୁମାର ନାଏକ,ପିଇଓ ପୁରୁଷୋତ୍ତମ ନାଏକ ଙ୍କ ସମେତ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଓ ବୃନ୍ଦାବାହାଲ ଗ୍ରାମପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ । ଉକ୍ତ ଅବସରରେ ବୃନ୍ଦାବାହାଲ ଗ୍ରାମର କ୍ଷେତ୍ର ହଂସ ଓ ଖାଲିଆପାଲି ଗ୍ରାମର ମେଘ ଚଲାନ ଙ୍କୁ ବ୍ଲକ ଅଧ୍ୟକ୍ଷ ନିଜସ୍ବ କର୍ପସ ଫଣ୍ଡରୁ ୧୦ ହାଜର ଟଙ୍କା ଲେଖାଏଁ ଓ ବୃନ୍ଦାବାହାଲ ଗ୍ରାମର ନିରାଶ ରାଉତଙ୍କୁ ୫ ହାଜର ଟଙ୍କା ପ୍ରଦାନ କରିଥିଲେ । କ୍ଷେତ୍ର ହଂସ ଓ ନିରାଶ ରାଉତ ଏକ ଗରିବ ପରିବାର ହୋଇଥିବା ବେଳେ ସେମାନେ ରୋଗାଗ୍ରସ୍ଥ ହୋଇ ଥିବାରୁ ତାଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ଏହି ଟଙ୍କା ପ୍ରଦାନ କରାଯାଇଥିଲା । ଖଲିଆପାଲି ଗ୍ରାମର ମେଘ ଚଲାନ ବାପା ମାଁ ଙ୍କୁ ହରାଇ ନିଜ ଜେଜେମା ପାଖରେ ରହୁଛନ୍ତି ଆଜି ତାଙ୍କ ଜେଜେମା ଜନ ଶୁଣାଣି ଶିବିରକୁ ଆସି ଏହି ବାପା ମାଁ ଛେଉଣ୍ଡ ପିଲାକୁ କିଛି ସରକାରି ସହାୟତା ପ୍ରଦାନ କରିବାକୁ ନିବେଦନ କରିଥିଲେ । ସୂଚନାଯୋଗ୍ୟ ଯେ ଗୋଲାମୁଣ୍ଡା ବ୍ଲକର ଗରିବ ନିରୀହ ଲୋକଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ନିଜସ୍ବ ଏକ କର୍ପସ ପାଣ୍ଠି ଖୋଲିଛନ୍ତି ଓ ଲୋକଙ୍କୁ ସହାୟତା ଯୋଗାଇ ଆସୁଛନ୍ତି ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ