ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର।

0

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଲିବୋରେଇ ଗ୍ରାମରେ ଗତ କାଲି ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ,ଖଲିବୋରେଇ ଗୁହାଳ ସାହିର ରମେଶ ସାମଲଙ୍କ ପୁଅ ରାଜୁ ସାମଲ (୨୨) ଓ ପଞ୍ଚୁ ବେହେରାଙ୍କ ପୁଅ ଚିଣ୍ଟନ ବେହେରା (୧୯) ଆଜି ଦିନ ୪ଟା ସମୟରେ ବାଇକ୍‌ରେ ଗଣ୍ଡାନାଳୀ ଯାଉଥିବାବେଳେ ଦୁର୍ଘଟଣାରେ ପିଡିତ ହୋଇଥିଲେ। ଯାହା ମଧ୍ୟରେ ବାଇକ୍‌ର ଭାରସାମ୍ୟ ହରାଇ ଖଲିବୋରେଇ ଏନ୍‌ଏମ୍‌ ସେଣ୍ଟର୍‌ ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଜୋରରେ ବାଡେଇ ହୋଇଥିଲା। ଏହା ଫଳରେ ଦୁହେଁ ଗୁରୁତର ଜଖମ ହୋଇଥିଲେ। ସ୍ଥାନୀୟ ଲୋକମାନେ ଓ ପରିବାରବର୍ଗ ଆମ୍ବୁଲାନ୍ସ୍‌ ଯୋଗେ ଉଭୟଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଉ ଥିବାବେଳେ ମଧ୍ୟରାସ୍ତାରେ ରାଜୁ ସାମଲଙ୍କର ମୃତ୍ୟୁ ଘଟିଯାଇଥିଲା। ଏହି ଦୁଃଖଦ ଖବର ପ୍ରଚାର ପାଇବା ସହିତ ସମସ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବର୍ତ୍ତମାନ ଚିଣ୍ଟନ ବେହେରା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ