କନ୍ଧେନଝୁଲାରେ ବେଆଇନ କ୍ରସର, ସବୁ ଜାଣି ପ୍ରଶାସନ ଚୁପ୍

0

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍ କନ୍ଧେନଝୁଲା ଗାଁରେ ବେଆଇନ କ୍ରସର ଚାଲିଛି I ଦୀର୍ଘ 8 ମାସ ହେଲା ପ୍ରଦୂଷଣ ସାଟିର୍ଫିକେଟ ନଥାଇ ରାସ୍ତା ପାର୍ଶ୍ୱରେ ଏହି ବେଆଇନ କ୍ରସର ଚାଲିଥିବାରୁ ରାସ୍ତାଘାଟ ଖରାପ ହେବା ସହ ଚାଷୀଙ୍କ ଫସଲ ବି କ୍ଷତି ହେଉଛି l ଗାଁ ନିକଟରେ ଥିବା ଏହି କ୍ରସର୍ ରାସ୍ତା ପାର୍ଶ୍ୱରେ ରହିଛି I ଏପରିକି ରାସ୍ତାର 5 ଶହ ମିଟର ଦୂରରେ କ୍ରସର ୟୁନିଟ ରହିବାର ନିୟମ ରହିଥିଲେ ବି ଏଠାରେ ତାହା ଉଲ୍ଲଂଘନ କରାଯାଇଛି l ଫଳରେ ଗାଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I
ଏନେଇ ଗାଁ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ବି ତାଙ୍କ କଥା କେହି ଶୁଣୁନାହାନ୍ତି l ଏନେଇ ସ୍ଥାନୀୟ ତହସିଲଦାର ଅଭିଷେକ କିଷାନ କହିଛନ୍ତି, ଜନବସତି ଦୂରେ କ୍ରସର ରହିବା ସହ ପ୍ରଦୂଷଣ ସାର୍ଟିଫିକେଟ୍ ଥିବା ନିହାତି ଜରୁରୀ l କିନ୍ତୁ ଏହାର ମାସ ମାସ ହେଲା ପ୍ରଦୂଷଣ ସାର୍ଟିଫିକେଟ ନଥାଇ ଏଠି ବେଆଇନ କ୍ରସର୍ ଚାଲିଛି l

ସେପଟେ କନ୍ଧେନଝୁଲା ଗାଁରେ ଚାଲିଥିବା ବେଆଇନ କ୍ରସରର ତଦନ୍ତ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ପାଟଣାଗଡ ଉପଜିଲ୍ଲାପାଳ ସୁନୀଲ ମେହେର ଦେଇଥିବା ନିର୍ଦ୍ଦେଶକୁ ଅନେକ ଦିନ ବିତିଗଲାଣି l ଅଭିଯୋଗର ତୁରନ୍ତ ତଦନ୍ତ କରିବା ସହ ପ୍ରଦୂଷଣ ସାର୍ଟିଫିକେଟ୍ ସହ ଆବଶ୍ୟକୀୟ କାଗଜପତ୍ର ଦେଖାଇବା ପାଇଁ ବି କୁହାଯାଇଥିଲା l ଏପରିକି ନିୟମ ଉଲ୍ଲଂଘନ କରି କ୍ରସର ଚାଲିଥିବା ଜଣାପଡ଼ିଲେ ସମ୍ପୃକ୍ତ ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ କହିଥିଲେ ଉପଜିଲ୍ଲାପାଳ ସୁନୀଲ ମେହେର l ହେଲେ ଏଯାଏ କ୍ରସର୍ ମାଲିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ l ଅନ୍ୟପଟେ କ୍ରସରର ଅନେକ ମାସ ହେଲା ପ୍ରଦୂଷଣ ସାର୍ଟିଫିକେଟ୍ ଶେଷ ହୋଇ ଯାଇଥିବା ଜଣାପଡ଼ିଛି l ଏ କଥାକୁ ସ୍ଵୀକାର ବି କରିଛନ୍ତି ବଲାଙ୍ଗିର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ବବିତା ସିଂହ l ଏଠି ପ୍ରଶ୍ନ ଉଠୁଛି, ଦୀର୍ଘ ମାସ ହେଲା ବିନା ପ୍ରଦୂଷଣ ସାର୍ଟିଫିକେଟରେ କେମିତି ଚାଲିଛି କନ୍ଧେନଝୁଲାର କ୍ରସର୍ l ସବୁ ଜାଣି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବିଭାଗୀୟ ଅଧିକାରୀ ଓ କ୍ରସର ମାଲିକର ମଧୁଚନ୍ଦ୍ରିକା ଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି l ତେବେ ଦେଖାଯାଉ ଏହି ବେଆଇନ କ୍ରସର୍ ଉପରେ ପ୍ରସାଶନ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି l

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ