ଭାରତୀୟ ଜନତା ପାର୍ଟି ପକ୍ଷରୁ ଚପୁରିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ*

0

ଗୋଲାମୁଣ୍ଡା : ୨୦/୦୯ ( କୋଣାର୍କ ନିୟୁଜ 24 ରିପୋର୍ଟ : ପ୍ରଭାକର ବଗର୍ତ୍ତୀ ) ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମ ଜୟନ୍ତୀ ଅବସରରେ ଗୋଲାମୁଣ୍ଡା ବିଜେପି ପକ୍ଷରୁ ଚପୁରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲାର ସର୍ବାଧିକ ୨୦୬ ୟୁନିଟ ରକ୍ତଦାନ କରାଯାଇଛି, ଉକ୍ତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ଼ ସଭାପତିତ୍ୱ କରିଥିବା ବେଳେ ଗୋଲାମୁଣ୍ଡା ଅଞ୍ଚଳ ର ବିପ୍ଲବୀ ଜନନାୟକ ଯାହାକୁ କୁହାଯାଉଛି ଜନ ସେବକ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ ଙ୍କ ଆହ୍ୱାନ କ୍ରମେ ଅନେକ ଦିଗରୁ ଶହ ଶହ ରକ୍ତ ଦାତା ତଥା ରକ୍ତ ବୀର ଉପସ୍ଥିତ ରହି ରକ୍ତ ଦାନ କରିଥିଲେ,ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଶ୍ରୀମାନ ହିମାଂଶୁ ଶେଖର ମେହେର ମୁଖ୍ୟ ଅଥିତି ଭାବେ ଯୋଗଦାନ ଦେଇଥିବା ବେଳେ ବିଜେପି ଦଳର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀମାନ ମନୋଜ କୁମାର ମେହେର ସମ୍ମାନିତ ଅଥିତି ଭାବେ ଯୋଗଦାନ କରିଥିଲେ,ଜିଲ୍ଲା ଓ ବି ସି ସମ୍ପାଦକ ଶ୍ରୀଯୁକ୍ତ ଟଙ୍କଧର ନାଏକ ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, କେଗାଁ ମଣ୍ଡଳ ସଭାପତି ଜୟ କୃଷ୍ଣ ସାହୁ,ଦଶପୁର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ପ୍ରଧାନ ଏବଂ ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଶ୍ରୀ ନରହରି ପଟ୍ଟନାୟକ ସମ୍ମାନିତ ଅଥିତି ଭାବେ ଯୋଗଦାନ କରିଥିଲେ, ଏବଂ ତିନୋଟି ମଣ୍ଡଳ ସଭାପତି ଓ ମଣ୍ଡଳ କମିଟି ର କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ଜିଲ୍ଲା ପ୍ରତିନିଧି ଶ୍ରୀମାନ ଜୟନ୍ତ ସିଂ, ମନୋଜ ଅଗ୍ରୱାଲ ବିଜେପି ର ବରିଷ୍ଠ ନେତୃ ବୃନ୍ଦ ଉପସ୍ଥିତ ରହି ଶୁଭ ଉତଘାଟନ କରିଥିଲେ, ଏବଂ ରକ୍ତଦାନ ଶିବିର ସଂଯୋଜକ ତଥା ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିବା ବେଳେ,ପାଞ୍ଚ ଜଣ କାର୍ଯ୍ୟ ରତ ସାମ୍ବାଦିକ ରକ୍ତ ଦାନ କରିଥିଲେ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ଶ୍ରୀ ଅରବିନ୍ଦ ଦାସ, ଡା.ପଢି, ଟେକନିସିଆନ ଶ୍ରୀ ନିର୍ମଳ ପ୍ରଧାନ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ର ଅନେକ କର୍ମଚାରୀ ସହଯୋଗ କରିଥିଲେ, ଏହି ମହାନତା କାର୍ଯ୍ୟକ୍ରମ କୁ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ