ଭାରତୀୟ ଜନତା ପାର୍ଟି ପକ୍ଷରୁ ଚପୁରିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ*

0

ଗୋଲାମୁଣ୍ଡା : ୨୦/୦୯ ( କୋଣାର୍କ ନିୟୁଜ 24 ରିପୋର୍ଟ : ପ୍ରଭାକର ବଗର୍ତ୍ତୀ ) ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମ ଜୟନ୍ତୀ ଅବସରରେ ଗୋଲାମୁଣ୍ଡା ବିଜେପି ପକ୍ଷରୁ ଚପୁରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲାର ସର୍ବାଧିକ ୨୦୬ ୟୁନିଟ ରକ୍ତଦାନ କରାଯାଇଛି, ଉକ୍ତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ଼ ସଭାପତିତ୍ୱ କରିଥିବା ବେଳେ ଗୋଲାମୁଣ୍ଡା ଅଞ୍ଚଳ ର ବିପ୍ଲବୀ ଜନନାୟକ ଯାହାକୁ କୁହାଯାଉଛି ଜନ ସେବକ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ ଙ୍କ ଆହ୍ୱାନ କ୍ରମେ ଅନେକ ଦିଗରୁ ଶହ ଶହ ରକ୍ତ ଦାତା ତଥା ରକ୍ତ ବୀର ଉପସ୍ଥିତ ରହି ରକ୍ତ ଦାନ କରିଥିଲେ,ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଶ୍ରୀମାନ ହିମାଂଶୁ ଶେଖର ମେହେର ମୁଖ୍ୟ ଅଥିତି ଭାବେ ଯୋଗଦାନ ଦେଇଥିବା ବେଳେ ବିଜେପି ଦଳର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀମାନ ମନୋଜ କୁମାର ମେହେର ସମ୍ମାନିତ ଅଥିତି ଭାବେ ଯୋଗଦାନ କରିଥିଲେ,ଜିଲ୍ଲା ଓ ବି ସି ସମ୍ପାଦକ ଶ୍ରୀଯୁକ୍ତ ଟଙ୍କଧର ନାଏକ ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, କେଗାଁ ମଣ୍ଡଳ ସଭାପତି ଜୟ କୃଷ୍ଣ ସାହୁ,ଦଶପୁର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ପ୍ରଧାନ ଏବଂ ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଶ୍ରୀ ନରହରି ପଟ୍ଟନାୟକ ସମ୍ମାନିତ ଅଥିତି ଭାବେ ଯୋଗଦାନ କରିଥିଲେ, ଏବଂ ତିନୋଟି ମଣ୍ଡଳ ସଭାପତି ଓ ମଣ୍ଡଳ କମିଟି ର କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ଜିଲ୍ଲା ପ୍ରତିନିଧି ଶ୍ରୀମାନ ଜୟନ୍ତ ସିଂ, ମନୋଜ ଅଗ୍ରୱାଲ ବିଜେପି ର ବରିଷ୍ଠ ନେତୃ ବୃନ୍ଦ ଉପସ୍ଥିତ ରହି ଶୁଭ ଉତଘାଟନ କରିଥିଲେ, ଏବଂ ରକ୍ତଦାନ ଶିବିର ସଂଯୋଜକ ତଥା ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିବା ବେଳେ,ପାଞ୍ଚ ଜଣ କାର୍ଯ୍ୟ ରତ ସାମ୍ବାଦିକ ରକ୍ତ ଦାନ କରିଥିଲେ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ଶ୍ରୀ ଅରବିନ୍ଦ ଦାସ, ଡା.ପଢି, ଟେକନିସିଆନ ଶ୍ରୀ ନିର୍ମଳ ପ୍ରଧାନ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ର ଅନେକ କର୍ମଚାରୀ ସହଯୋଗ କରିଥିଲେ, ଏହି ମହାନତା କାର୍ଯ୍ୟକ୍ରମ କୁ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି

Related Posts
1 of 26
Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ