ଧର୍ମଶାଳା ବ୍ଲକ୍ ସମ୍ମୁଖରେ ଗର୍ଜିଲେ ଆମ୍ବେଦକରବାଦୀ ସଂଗଠନ!

0

ଧର୍ମଶାଳା-( ଅମୃତ କୁମାର ଦାସ ଙ୍କ ରିପୋର୍ଟ) ,ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପରିସରରେ ଥିବା ସମ୍ବିଧାନ ପ୍ରଣେତା ଡ. ବି ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀକୁ ଅସମ୍ମାନ କରି ଭାଙ୍ଗିବା ଘଟଣାରେ ଆମ୍ବେଦକରବାଦି ସଂଗଠନ ପକ୍ଷରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଏହି କ୍ରମରେ ଆମ୍ବେଦକର ସଂଗଠନ ପକ୍ଷରୁ ଜାରକା ଶାନ୍ତିବଜାରରୁ ଏକ ଶୋଭାଯାତ୍ରା କରାଯାଇ ବ୍ଲକ ସମ୍ମଖରେ ପହଂଚି ଏକ ପ୍ରତବାଦ ସଭା କରାଯାଇଥିଲା।ସଂଗଠନର ଉପଦେଷ୍ଟା ଦୁଷ୍ମନ୍ତ ଜେନାଙ୍କ ଅଧକ୍ଷତାରେ ମୂଳନିବାସୀ ୟୁନାଇଟେଡ୍ ଫୋରମର ବିଦ୍ୟାଧର ଦେହୁରୀ,ବହୁଜନ ଯୁବ ଛାତ୍ର ସାମ୍ମୁଖ୍ୟ ଅନିଲ ମଲ୍ଲିକ, ଜାତୀୟ ଦଳିତ ସଂଘର ଲିଟୁ ଦାସ, ଟିକିନା ପରିଡା,ମୂଳ ନିବାସି ଛାତ୍ର ସାମ୍ମୁଖ୍ୟ ବିଭ୍ରାନ୍ତ ବିଶ୍ୱଜିତ,ଭିମ୍ ଆର୍ମିର ନିହାର ରଂଜନ ସାମଲ,କାର୍ତ୍ତିକ ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ,ଶସ୍ମିତା ଦାସ,ସଦ୍ଧ୍ୟାରାଣି ମଲ୍ଲିକ,କ୍ଷିରୋଦ ଦାସ ପ୍ରମୁଖଙ୍କ ସମେତ ବହୁ ନେତୃମଣ୍ଡଳି ଯୋଗଦେଇ ଘଟଣାକୁ ତିବ୍ର ନିନ୍ଦା କରିଥିଲେ।ଯାଜପୁର ଏଡିଏମ୍ ନିଦ୍ଧେଶକ୍ରମେ ଧର୍ମଶାଳା ତହସିଲଦାର ଘଟଣା ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିବା ସହ ଦୋଷି ମାନଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।ଏହାପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା। ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ବ୍ଲକ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Related Posts
1 of 6
Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ