ଧର୍ମଶାଳା ବ୍ଲକ୍ ସମ୍ମୁଖରେ ଗର୍ଜିଲେ ଆମ୍ବେଦକରବାଦୀ ସଂଗଠନ!

0

ଧର୍ମଶାଳା-( ଅମୃତ କୁମାର ଦାସ ଙ୍କ ରିପୋର୍ଟ) ,ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପରିସରରେ ଥିବା ସମ୍ବିଧାନ ପ୍ରଣେତା ଡ. ବି ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀକୁ ଅସମ୍ମାନ କରି ଭାଙ୍ଗିବା ଘଟଣାରେ ଆମ୍ବେଦକରବାଦି ସଂଗଠନ ପକ୍ଷରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଏହି କ୍ରମରେ ଆମ୍ବେଦକର ସଂଗଠନ ପକ୍ଷରୁ ଜାରକା ଶାନ୍ତିବଜାରରୁ ଏକ ଶୋଭାଯାତ୍ରା କରାଯାଇ ବ୍ଲକ ସମ୍ମଖରେ ପହଂଚି ଏକ ପ୍ରତବାଦ ସଭା କରାଯାଇଥିଲା।ସଂଗଠନର ଉପଦେଷ୍ଟା ଦୁଷ୍ମନ୍ତ ଜେନାଙ୍କ ଅଧକ୍ଷତାରେ ମୂଳନିବାସୀ ୟୁନାଇଟେଡ୍ ଫୋରମର ବିଦ୍ୟାଧର ଦେହୁରୀ,ବହୁଜନ ଯୁବ ଛାତ୍ର ସାମ୍ମୁଖ୍ୟ ଅନିଲ ମଲ୍ଲିକ, ଜାତୀୟ ଦଳିତ ସଂଘର ଲିଟୁ ଦାସ, ଟିକିନା ପରିଡା,ମୂଳ ନିବାସି ଛାତ୍ର ସାମ୍ମୁଖ୍ୟ ବିଭ୍ରାନ୍ତ ବିଶ୍ୱଜିତ,ଭିମ୍ ଆର୍ମିର ନିହାର ରଂଜନ ସାମଲ,କାର୍ତ୍ତିକ ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ,ଶସ୍ମିତା ଦାସ,ସଦ୍ଧ୍ୟାରାଣି ମଲ୍ଲିକ,କ୍ଷିରୋଦ ଦାସ ପ୍ରମୁଖଙ୍କ ସମେତ ବହୁ ନେତୃମଣ୍ଡଳି ଯୋଗଦେଇ ଘଟଣାକୁ ତିବ୍ର ନିନ୍ଦା କରିଥିଲେ।ଯାଜପୁର ଏଡିଏମ୍ ନିଦ୍ଧେଶକ୍ରମେ ଧର୍ମଶାଳା ତହସିଲଦାର ଘଟଣା ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିବା ସହ ଦୋଷି ମାନଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।ଏହାପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା। ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ବ୍ଲକ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Related Posts
1 of 6
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ