ଗାଁ ମାଟିରେ ପହଞ୍ଚିଲା ଯବାନଙ୍କ ମର ଶରୀର

0

,୧୫।୯ : ସୋମବାର ପ୍ରଭାତରେ ନିଜ ଗାଁ ବାଇଁଶିରିଆରେ ପହଞ୍ଚିଛି ମୃତ ଯବାନ ସୂର୍ଯ୍ୟକାନ୍ତ ନାୟକଙ୍କ ମର ଶରୀର। ବରୀ ବ୍ଲକ ଅଧୀନ ବାଇଁଶିରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ଵନାଥ ନାୟକଙ୍କ ବଡ଼ପୁଅ ସୂର୍ଯ୍ୟକାନ୍ତ ନାୟକ(୩୨)ଙ୍କ ହୃଦ୍‌ଘାତରେ
ପରଲୋକ ହୋଇଯାଇଛି । ସୂର୍ଯ୍ୟକାନ୍ତ ଓଡ଼ିଶା ପୋଲିସରେ ଯୋଗଦେଇ କୋରାପୁଟ ଜିଲାର ଇଣ୍ଡିଆନ ରିଜର୍ଭ ବାଟାଲିୟନରେ କାର୍ଯ୍ୟରତଥିଲେ। ରବିବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ନିଜେ ବାଇକ ଚଳାଇ ଡାକ୍ତରଖାନା ଯାଇଥିଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା। ଷୋମବାର ସକାଳେ ସୂର୍ଯ୍ୟକାନ୍ତଙ୍କ ମର ଶରୀର ଗାଁ ରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା। ଶହ ଶହ ପରିଜନ ଓ ଗ୍ରାମବାସୀମାନେ ଗ୍ରାମ୍ୟ ପରିକ୍ରମା କରାଇ ଶ୍ମଶାନକୁ ନିଆଯାଇ ସେଠାରେ ସେସକୃତ୍ୟ ସମ୍ପନ୍ନ କରାଯାଇଥିଲା। ଖବର ପାଇ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲିକ, ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସାମାଜିକ କର୍ମୀ ଅରବିନ୍ଦ ମହାନ୍ତି, ହିମାଂଶୁ ଦାଶ, କେଦାରେଶ୍ୱର ମଲିକ, ଭରତ ସେଠି ପ୍ରମୁଖ ପହଞ୍ଚି ମର ଶରୀରରେ ପୁଷ୍ପ ମାଲ୍ୟ ପ୍ରଦାନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ