ଗାଁ ମାଟିରେ ପହଞ୍ଚିଲା ଯବାନଙ୍କ ମର ଶରୀର

0

,୧୫।୯ : ସୋମବାର ପ୍ରଭାତରେ ନିଜ ଗାଁ ବାଇଁଶିରିଆରେ ପହଞ୍ଚିଛି ମୃତ ଯବାନ ସୂର୍ଯ୍ୟକାନ୍ତ ନାୟକଙ୍କ ମର ଶରୀର। ବରୀ ବ୍ଲକ ଅଧୀନ ବାଇଁଶିରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ଵନାଥ ନାୟକଙ୍କ ବଡ଼ପୁଅ ସୂର୍ଯ୍ୟକାନ୍ତ ନାୟକ(୩୨)ଙ୍କ ହୃଦ୍‌ଘାତରେ
ପରଲୋକ ହୋଇଯାଇଛି । ସୂର୍ଯ୍ୟକାନ୍ତ ଓଡ଼ିଶା ପୋଲିସରେ ଯୋଗଦେଇ କୋରାପୁଟ ଜିଲାର ଇଣ୍ଡିଆନ ରିଜର୍ଭ ବାଟାଲିୟନରେ କାର୍ଯ୍ୟରତଥିଲେ। ରବିବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ନିଜେ ବାଇକ ଚଳାଇ ଡାକ୍ତରଖାନା ଯାଇଥିଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା। ଷୋମବାର ସକାଳେ ସୂର୍ଯ୍ୟକାନ୍ତଙ୍କ ମର ଶରୀର ଗାଁ ରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା। ଶହ ଶହ ପରିଜନ ଓ ଗ୍ରାମବାସୀମାନେ ଗ୍ରାମ୍ୟ ପରିକ୍ରମା କରାଇ ଶ୍ମଶାନକୁ ନିଆଯାଇ ସେଠାରେ ସେସକୃତ୍ୟ ସମ୍ପନ୍ନ କରାଯାଇଥିଲା। ଖବର ପାଇ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲିକ, ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସାମାଜିକ କର୍ମୀ ଅରବିନ୍ଦ ମହାନ୍ତି, ହିମାଂଶୁ ଦାଶ, କେଦାରେଶ୍ୱର ମଲିକ, ଭରତ ସେଠି ପ୍ରମୁଖ ପହଞ୍ଚି ମର ଶରୀରରେ ପୁଷ୍ପ ମାଲ୍ୟ ପ୍ରଦାନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ