ରାତି ଅଧ ରେ ଘରେ ପଶି ପଏଣ୍ଟ ବ୍ଲାଙ୍କରେ ବନ୍ଧୁକ ରଖି ଲୁଟ

0

ମୟୁରଭଞ୍ଜ ଜିଲ୍ଲାକପ୍ତିପଦା ବ୍ଳକର ଦେବାନବାହାଳୀ ଗ୍ରାମରେ ରାତି ଅଧରେ ଘର ଛାତ ଦେଇ ପଶିଲେ, ଗନ ପଏଣ୍ଟରେ ଲୁଟିନେଲେ। ଏଭଳି ଘଟଣା ପଏଣ୍ଟ ବ୍ଲାଙ୍କରେ ବନ୍ଧୁକ ରଖି ଲୁଟିନେଲେ। ଏଭଲୁ ଘଟିଛି ଶରତ ଥାନା ଦେବାନବାହାଳୀ ଗ୍ରାମରେ। ଗ୍ରାମର ଚନ୍ଦନ ନାୟକ ଏବଂ ତାଙ୍କ ଭାଇ ରଞ୍ଜନ ନାୟକ ଘରେ ଶୋଇଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ୫ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଛାତ ଉପର ଦେଇ ଘର ଭିତରେ ପଶିଲେ। ଆଉ ଦୁଇ ଘରେ ଶୋଇଥିବା ଦୁଇ ଭାଇଙ୍କୁ କାବୁ କରି ନେବା ସହିତ ପଏଣ୍ଟ ବ୍ଲାଙ୍କରେ ବନ୍ଧୁକ ରଖି ଲୁଟ କରିଲେ। ଗଡ଼ରେଜ ଖୋଲିବା ସହିତ ଘରେ ଥିବା ନଗଦ ୧୫ ହଜାର ଟଙ୍କା ସହିତ ୨ ଲକ୍ଷ ରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ। ଲୁଟିବା ପରେ ୨ ଭାଇଙ୍କୁ ଘର ଭିତରେ ବାହାର ପାଖରୁ କବାଟ କିଳିବା ସହିତ ମୁଖ୍ୟ ଗେଟରେ ତାଲା ମାରି ଫେରାର ହୋଇଯାଇଥିଲେ ଲୁଟେରା। ୫ ଜଣ ଦୁର୍ବୃତ୍ତ ୨ ଗୋଟି ବନ୍ଧୁକ ଧରିଥିବା ବେଳେ ସେମାନେ ଲୁଟର ଶିକାର ବ୍ୟକ୍ତିଙ୍କୁ ନାମ ଧରି ଡାକୁଥିଲେ। ପଏଣ୍ଟ ବ୍ଲାଙ୍କରେ ଲୁଟ କରି ଲୁଟେରା ଯିବା ପରେ ନିଜ କର୍ମଚାରୀଙ୍କୁ ଡାକି ଗେଟ ଖୋଲି ବାହାରକୁ ଆସିଥିଲେ ଚନ୍ଦନ। ଯାହାକୁ ନେଇ ସେ ଶରତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ