ରାତି ଅଧ ରେ ଘରେ ପଶି ପଏଣ୍ଟ ବ୍ଲାଙ୍କରେ ବନ୍ଧୁକ ରଖି ଲୁଟ

0

ମୟୁରଭଞ୍ଜ ଜିଲ୍ଲାକପ୍ତିପଦା ବ୍ଳକର ଦେବାନବାହାଳୀ ଗ୍ରାମରେ ରାତି ଅଧରେ ଘର ଛାତ ଦେଇ ପଶିଲେ, ଗନ ପଏଣ୍ଟରେ ଲୁଟିନେଲେ। ଏଭଳି ଘଟଣା ପଏଣ୍ଟ ବ୍ଲାଙ୍କରେ ବନ୍ଧୁକ ରଖି ଲୁଟିନେଲେ। ଏଭଲୁ ଘଟିଛି ଶରତ ଥାନା ଦେବାନବାହାଳୀ ଗ୍ରାମରେ। ଗ୍ରାମର ଚନ୍ଦନ ନାୟକ ଏବଂ ତାଙ୍କ ଭାଇ ରଞ୍ଜନ ନାୟକ ଘରେ ଶୋଇଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ୫ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଛାତ ଉପର ଦେଇ ଘର ଭିତରେ ପଶିଲେ। ଆଉ ଦୁଇ ଘରେ ଶୋଇଥିବା ଦୁଇ ଭାଇଙ୍କୁ କାବୁ କରି ନେବା ସହିତ ପଏଣ୍ଟ ବ୍ଲାଙ୍କରେ ବନ୍ଧୁକ ରଖି ଲୁଟ କରିଲେ। ଗଡ଼ରେଜ ଖୋଲିବା ସହିତ ଘରେ ଥିବା ନଗଦ ୧୫ ହଜାର ଟଙ୍କା ସହିତ ୨ ଲକ୍ଷ ରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ। ଲୁଟିବା ପରେ ୨ ଭାଇଙ୍କୁ ଘର ଭିତରେ ବାହାର ପାଖରୁ କବାଟ କିଳିବା ସହିତ ମୁଖ୍ୟ ଗେଟରେ ତାଲା ମାରି ଫେରାର ହୋଇଯାଇଥିଲେ ଲୁଟେରା। ୫ ଜଣ ଦୁର୍ବୃତ୍ତ ୨ ଗୋଟି ବନ୍ଧୁକ ଧରିଥିବା ବେଳେ ସେମାନେ ଲୁଟର ଶିକାର ବ୍ୟକ୍ତିଙ୍କୁ ନାମ ଧରି ଡାକୁଥିଲେ। ପଏଣ୍ଟ ବ୍ଲାଙ୍କରେ ଲୁଟ କରି ଲୁଟେରା ଯିବା ପରେ ନିଜ କର୍ମଚାରୀଙ୍କୁ ଡାକି ଗେଟ ଖୋଲି ବାହାରକୁ ଆସିଥିଲେ ଚନ୍ଦନ। ଯାହାକୁ ନେଇ ସେ ଶରତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ