ଭାରତ ବର୍ଷ 1947 ମସିହା ସ୍ୱାଧୀନ ହୋଇଥିବା ବେଳେ ଆଜକୁ ଦେଶ ସ୍ୱାଧୀନ ହେବାର ଦୀର୍ଘ 78 ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି 50 ଆଦିବାସୀ ମୁଣ୍ଡା ସାମ୍ପ୍ରଦାୟର ବସବାସ କରୁଥିବା ଗାଁଦାଣ୍ଡକୁ ଭଲ ରାସ୍ତା ଖଣ୍ଡେ ନାହିଁ ।

0

ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଶିଳ୍ପ ରାଜଧାନୀ କୁହାଯାଉଥିବା ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅଧିନସ୍ଥ ନଛିପୁରା ଗ୍ରାମପଞ୍ଚାୟତର କୋଳଥପଦା ଗ୍ରାମର ଗାଁ ଦାଣ୍ଡ । ଏଠାରେ ଗ୍ରାମର ଦୁର୍ଦଶା ନ କହିବା ଭଲ ଏହି ଗ୍ରାମ ଦେଇ ଯାଉଥିବା ଆର,ଡି, ରାସ୍ତା ମୁଖ୍ୟତ ଡ଼ୁବୁରୀ ନରଣ ପୁର ରାସ୍ତାରୁ ବାହାରି ଯାଜପୁର ରୋଡ଼ ଠାରୁ ଆନନ୍ଦପୁର ରୋଡ଼ କୁ ସଂଯୋଗ କରୁଥାଏ । ଏହି ରାସ୍ତା ଦେଇ ସକାଳୁ ସନ୍ଧ୍ୟା ସହ ଶହ ଲୋକ ଏବଂ ଯାତ୍ରୀ ବାହି ବସ ସମେତ ଟୋଲକାନୀ ମହାବିଧ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ସ୍କୁଲ ଛାତ୍ର ଛାତ୍ରୀ ମଧ୍ୟ ଯିବା ଆସିବା କରିଥାନ୍ତି କିନ୍ତୁ ଏହି ରାସ୍ତା ମରାମତି କରିବାର ନା କେହି ନେଉନାହାନ୍ତି ଏହାର ଦାୟିତ୍ୱ ନା ବ୍ଲକ ପ୍ରଶାସନ ନେଉଛନ୍ତି ନା ଆର, ଡି,ବିଭାଗ ନେଉଛନ୍ତି । ଗ୍ରାମରେ ଅଧିକାଂଶ ଆଦିବାସୀ ମୁଣ୍ଡା, ମହାରଣା, ଜେନା, ସମ୍ପ୍ରଦାୟର ଲୋକ ବସବାସ କରୁଥିବାରୁ ଏହି ରାସ୍ତା କାହାରି ଦାୟିତ୍ୱ ରହୁନଥିବାର ଅନୁମାନ କରାଯାଇପାରେ । ବିଗତ ବିଜେଡି ସରକାର ସମୟରେ ଏଠାକୁ କେବଳ ଇଲେକ୍ସନ ସମୟରେ ନେତା ମନ୍ତ୍ରୀଙ୍କର ପାଦ ପଡୁଥିଲା ଆଉ ଏବେକାର ବିଜେପି ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବଦା ତଳ ଶ୍ରେଣୀ ର ଲୋକଙ୍କୁ ସବୁ ସୁବିଧା ମିଳିବା ଦରକାର କହୁଥିବା ବେଳେ କିନ୍ତୁ ଏଠାରେ କାହାରି ନଜର ପଡୁନାହିଁ । ବିଗତ ଦିନରେ ସେବେକାର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ର ପାଦ ପଡୁଥିଲା ନା ଏବେକାର ମନ୍ତ୍ରୀ ଟୁଟୁ ବଳ ର ପାଦ ପଡୁଛି । ମନ୍ତ୍ରୀ ଟୁଟୁବଳ ସର୍ବଦା ଆମେ ଲୋକଙ୍କର ସବୁ ସୁବିଧା କରୁଛୁ ଏବଂ ଆମେ ସବୁବେଳେ ଲୋକଙ୍କ ସହିତ ରହିଛୁ ବୋଲି କହୁଥିବା ବେଳେ ଏଠାରେ ଏକ ଆଦିବାସୀ ଗାଁ ରାସ୍ତା ରେ ଆଣ୍ଠୁଏ ପାଣି ଲହଡି ମାରିବା ମନ୍ତ୍ରୀଙ୍କର ଜନସେବା ଏହିଠାରୁ ଜଳଜଳ ଜଣାପଡୁଛି ବୋଲି ସବୁଠି ଚର୍ଚ୍ଚା ହେଉଥିବାର ଲାଗିଛି । ଶିଳ୍ପ ରାଜଧାନୀ କୁହାଯାଉଥିବା ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷ କୁ ଯାଉଥିବା ବେଳେ ଏଠାକାର ଆଦିବାସୀ ଙ୍କର ଚାଲି ଚଳନ ତ ଦୂରର କଥା ଏପର୍ଯ୍ୟନ୍ତ ଏଠାକାର ରାସ୍ତା ଘାଟ କୌଣସିପ୍ରକାରେ ବଦଳି ପାରିଲା ନାହିଁ । ଏଠାରେ ମାଳ ମାଳ ପ୍ଲାଣ୍ଟ ଏବଂ ମାଳ ମାଳ ଖଣି ଖାଦାନ ଥିବା ସହ ଏଠାକାର ଆଦିବାସୀ ଗାଁ ର ରାସ୍ତା ଘାଟର ଦୁର୍ଦଶା ଦେଖିଲେ ଅନୁମାନ କରାଯାଏ କେବଳ ଏଠାକାର ନେତା ମନ୍ତ୍ରୀ କେବଳ ଲୋକଙ୍କ ସେବା ନାରେ ନିଜ ପକେଟ ଗରମ କରିବାକୁ ପାଞ୍ଚ ବର୍ଷରେ ଥରେ ଆସିଥାନ୍ତି ବୋଲି ସାଧାରଣରେ ଚର୍ଚ୍ଚା କରାଯାଏ । କୋଳଥ ପଦା ଗ୍ରାମକୁ ଲାଗି ଥିବା କେନ୍ଦୁଝର ଜିଲ୍ଲା ର ଗଡ଼ବାନ୍ଦ ଗୋଡ଼ା ବିଜେଡି ବିଧାୟକ ବଦ୍ରି ପତ୍ରଙ୍କ ଘର ପର୍ଯନ୍ତ ଚକାଚକ ପିଚୁ ରାସ୍ତା ଏବଂ ଅନ୍ୟପଟେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ସର୍ତ ରାଉତ ଙ୍କ ଘର ଗୋବର୍ଧନପୁର ଟୋଲକାନୀ ପର୍ଯନ୍ତ ଚକାଚକ ପିଚୁ ରାସ୍ତା ପଡ଼ିଥିବା ବେଳେ ଏଠାରେ ଏକ ଆଦିବାସୀ ଗାଁ ଦାଣ୍ଡକୁ ଭଲ ରାସ୍ତା ତ ଦୂରର କଥା କାଣିଚାଏ ବି ମହରମ ମାଟି କି ଡଷ୍ଟ ଗୁଣ୍ଡ ନପଡିବା ଏବଂ ଏହିପରି ଅବହେଳିତ କରି ରଖିବା କିଛି ଜଣାପଡ଼ୁନାହିଁ ଅନ୍ୟପଟେ କୋଳଥ ପଦାର ବୁଦ୍ଧିଜୀବୀ ଜୟରାମ ସଏ,ଚନ୍ଦ୍ରଶେଖର ମୁଣ୍ଡା,ପ୍ରଧାନ ମୁଣ୍ଡା,ମହେଶ୍ୱର ପ୍ରଧାନ,ଆକାଶ ନାୟକ, ପ୍ରମୁଖ କୁହନ୍ତି ଏଠାରେ ନେତା ମନ୍ତ୍ରୀଙ୍କର କେବଳ ପାଞ୍ଚ ବର୍ଷରେ ଥରେ ଦେଖା ମିଳେ ଆମେ ସେହି ସମୟକୁ ଅପେକ୍ଷା କରିଛୁ ଏବଂ ଆହୁରି କୁହନ୍ତି ଏହିଗ୍ରାମରେ ବିଶେଷ କଂଗ୍ରେସ ଭୋଟର ଥିବାବେଳେ ଏଠାକୁ ନା ବିଜେଡି ନେତା ଆସୁଥିଲେ ନା ଏବେକାର ସରକାର ମନ୍ତ୍ରୀ ଟୁଟୁବଳ ର ନଜର ପଡୁଛି । ଏଠାରୁ ଜଣାପଡୁଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ନିର୍ଦେଶ ନିଜ ଦଳର ନେତା ମନ୍ତ୍ରୀ କେତେଯେ ପାଳନ କରୁଛନ୍ତି କୋଳଥ ପଦା ଗାଁ କୁ ଦେଖିଲେ ବାସ୍ତବିକ କଥା ଜଣାପଡ଼ିଯାଏ । ଏଠାରୁ କୋଟି କୋଟି ଟଙ୍କାର ଖଣିଜ ଦ୍ରବ୍ୟ ବାହାରି ବିଦେଶକୁ ବର୍ଷ ବର୍ଷ ଧରି ରପ୍ତାନି ହେଉଥିବା ବେଳେ ଖଣି ଅଞ୍ଚଳ ପାଇଁ ଖର୍ଚ କରାଯାଉଥିବା ଟଙ୍କା କେଉଁ ବାବଦକୁ ଖର୍ଚ କରାଯାଉଛି ତାହା ମଧ୍ୟ ସନ୍ଦେହ ପ୍ରକାଶ କରାଯାଉଛି କାରଣ ଖଣି ଅଞ୍ଚଳର ରାସ୍ତା ଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ଇତ୍ୟାଦି ପାଇଁ ଖର୍ଚ ହେବା କଥା କିନ୍ତୁ କୋଳଥ ପଦା ଗାଁ କୁ ଦେଖିଲେ କେତେ ଖର୍ଚ ହେଉଥିବ ତାହା ଜଳଜଳ ଆଖିକୁ ଦେଖା ଯାଉଛି । ତେବେ ଦେଖିବାକୁ ବାକି ରହିଲା ଖବର ବାଜିଲା ପରେ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନର ନିଦ କେବେ ଭାଙ୍ଗୁଛି ।

Leave A Reply

Your email address will not be published.

Latest News
ବିନା ସୂଚନା ଫଳକ ରେ ଚାଲିଛି ଉନ୍ନୟନ କାମ ସରକାରୀ ବିଦ୍ୟାଳୟରେ ସମ୍ବିଧାନ ପଢେଇବା ପାଇଁ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଦାବୀ ଦଶପୁର ମେହେର ପଡ଼ା ଜଗନ୍ନାଥ କ୍ଲବ ଷ୍ଟ୍ରିଟ ଲାଇଟ ସଂସ୍ପର୍ଶରେ ଆସି ଗାଈ ର ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଲକ କୋଟଗରା ପଂଚାୟତ ର ପୂର୍ବତନ ସମିତି ସଭ୍ୟ ତଥା ସମାଜସେବୀ ଅଶ୍ୱିନୀ କୁମାର ପରି... ପାରାଦୀପ ବନ୍ଦର ପ୍ରସିଧ ବିଶ୍ଵକର୍ମା ପୂଜା ରେ ଆଜି ଲୋକମାନଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ପ୍ରୟାସ କର୍ମ ତତ୍ପରତାନାମରେ SHG ମହିଳାଙ୍କୁ ନୂଆ ଭେଟି l ସେବା ପର୍ବ ପାଳନ ଉପଲକ୍ଷେ ଆର୍ଥିକ ସାକ୍ଷରତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ୧୦୪ ଗୋଟି ଜନଶୁଣାଣୀ ଅଭିଯୋଗ ଶୁଣାଣୀ ହେଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଚପୁରିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ* ବରିଷ୍ଠ ଓକିଲଙ୍କ ଅକାଳ ବିୟୋଗ ।