କଳାହାଣ୍ଡି ଆଦିବାସୀ ଘରେ ଜଳିଲା ଘିଅର ପ୍ରଦୀପ ଝିଅ ବିଦୁ, ନିଟ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ସୃଷ୍ଟି କଲେ ଉଦାହରଣ,

0

ଜୟପାଟଣା -(ଦିବ୍ୟନାଗ)-କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ନୂଆପଡାର ଜଣେ ଗରିବ ଆଦିବାସୀ ଝିଅ ବିଦୁ ନାଏକ(୨୧) ସର୍ବ ଭାରତୀୟ ସ୍ତର ଯୋଗ୍ୟତା ପ୍ରବେଶ ପରୀକ୍ଷା (ନିଟ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।ପରିସ୍ଥିତି ଯାହା ବି ହେଉ ଯଦି ମଣିଷର ଲକ୍ଷ ଅଟଳ ରହିବ ଆଉ ସେଥିପାଇଁ ସେ ସାହସ, ଉଦ୍ୟମ ଓ ଧର୍ଯ୍ୟ ରହିବ ତେବେ ସଫଳତା ତାର ପାଦ ନିଶ୍ଚିତ ଛୁଇବ ତାହାକୁ ପ୍ରମାଣିତ କରିଛନ୍ତି ବିଦୁ।ପ୍ରଥମ ଥରରେ ଗତ ଜୁନ ୧୪ ରେ ସେ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ବ୍ରହ୍ମପୁର ମେଡ଼ିକାଲ କଲେଜ ରେ ନାମ ଲେଖାଇ ଡାକ୍ତର ପାଠ ପଢୁଛନ୍ତି।ଏଠି ଭାଇ ନିଜ ରକ୍ଷା ବନ୍ଧନ ମୁଲ୍ୟ ଦେଇଛନ୍ତି ଭଉଣୀ ବିଦୁକୁ ନିଜ । ବିଦୁ ଗାଁ ରୁ ଭୁବନେଶ୍ୱର ଯିବା ଆଉ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମେଡିକାଲ କଲେଜରେ ନାମ ପର୍ଯ୍ୟନ୍ତ ରାସ୍ତା ବହୁ1କଣ୍ଟକିତ ଥିଲା।ଏହି ସଫଳତାର ପଛରେ କାହାଣୀ ଯେତିକି ରୋଚକ ସେତିକି ଲୁହଭରା।
କଳାହାଣ୍ଡି ଜିଲ୍ଲା ଜିଲ୍ଲା ଜୟପାଟଣା ବ୍ଲକ ଉପାନ୍ତ ଅଞ୍ଚଳରେ ଥିବା ନୂଆପଡା ଗାଁରେ ରହନ୍ତି ବିଦୁ ନାଏକ ଙ୍କ ପରିବାର।ବାପା ନରେନ୍ଦ୍ର, ମା, ପ୍ରମଶିଳା,ବିଦୁ ଓ ତାଙ୍କ ଛୋଟ ଭଉଣୀ।ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ କୁଳି ମଜୁରୀ କରି ଜୀବନ ଅତିବାହିତ କରନ୍ତି।ବିଦୁଙ୍କ ମା ବାପା ଘର ର କାମ ସହ କୁଳି ମଜୁରୀ କରି ଯାହା ଟଙ୍କା ଉପାର୍ଜନ କରନ୍ତି ସେଥିରେ କଷ୍ଟେମଷ୍ଟେ ପରିବାର ଚଲିଯାଏ।ଗାଁ ସ୍କୁଲ ରେପ୍ରାଥମିକ ଶିକ୍ଷା ପରେ ବିଦୁ ଦୁଲୁକିବନ୍ଧ ଆଦିବାସୀ ସ୍କୁଲ ରେ ପଢିଥିବା ବେଳେ ୨୦୨୦ ରେ ନମ୍ବର ୪୩୧ ମାର୍କ ରଖି ଦଶମ ପାସ କରିଥିଲେ।କିନ୍ତୁ ଘରର ଆର୍ଥିକ ସ୍ଥିତି ଜଗୁ ଯୁକ୍ତ ଦୁଇ ପଢି ପାରିଲେ ନାହିଁ।ଦୁଇ ବର୍ଷ ବିଦୁ ଧାନ ବିଲ ରେ କୁଳି ମଜୁରୀ କରି କିଛି ଟଙ୍କା ଘର ଚାଲିବା ପାଇଁ ଦେଇ କିଛି ଟଙ୍କା ପାଠ ପଢା ପାଇଁ ସଞ୍ଚୟ କରି ରଖିଥିଲେ।ବିଦୁଙ୍କ ଭଲ ପାଠ ପଢା ଦେଖି ତାଙ୍କୁ ସର୍ବଦା ସହଯୋଗ କରି ଆସିଥିବା ତାଙ୍କ ବଡ଼ ମା ଙ୍କ ପୁଅ ଲାବଣ୍ୟ ପୁଝାରି ଦୁଇ ବର୍ଷ ପରେ ୨୦୨୨ରେ ବିଦୁଙ୍କ ଉଚ୍ଚ ଶିକ୍ଷା ପାଇଁ ସହଯୋଗ କରି ଆସିବିଦୁଙ୍କୁ ଲାଞ୍ଜିଗଡ଼ ସ୍ଥିତ ଆଦିବାସୀ ହାଇଅର ସେକେଣ୍ଡାରୀ ସ୍କୁଲ ରେ ନାମ ଲେଖାଇଥିଲେ।ସେଠାରେ ବିଦୁ ୭୫ ପ୍ରତିଶତ ନମ୍ବର ରଖି ୨୦୨୪ ରେ ପାସ କରିଥିଲେ।ପରେ ସେ ଭୁବନେଶ୍ୱର ରେ କୋଚିଂଗ କରି ସେଠାରେ ନିଟ ପରୀକ୍ଷା ଦେଇ ଗତ ଜୁନ ୨୦୨୫ ରେ ପ୍ରଥମ ଥର ହିଁ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ବ୍ରହ୍ମପୁର ମେଡିକାଲ କଲେଜରେ ଡାକ୍ତର ପାଠ ପଢିବା ପାଇଁ ନାମ ଲେଖାଇଛନ୍ତିବିଦୁଙ୍କ ଡାକ୍ତର ପାଠ ପଢିବା ପଛରେ ଆଉ ଗୋଟିଏ କାହାଣୀ ରହିଛି।୨୦୧୯-୨୦ କୋଭିଡ ସମୟ।ଏହି ସମୟରେ ତାଙ୍କ ଗାଁରେ ଡାଇରିଆ ବ୍ୟାପି ଥାଏ।ଲୋକଙ୍କ ସଚେତନତା ଅଭାବରୁ କିଛି ଲୋକଙ୍କ ମୃତ୍ୟୁ ହୋଇଥିଲା।ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଥିଲେ।ଆଉ ଏହାକୁ ଘରେ ରହି ବିଦୁ ଠିକ ଦେଖୁଥିଲେ।ଲୋକେ କିପରି ରୋଗରେ ଆକ୍ରାନ୍ତ ହେଉଥିଲେ ଆଉ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଥିଲେ।ସେକଥା ତାଙ୍କୁ ବହୁ ବ୍ୟତୀଥ କରିଥିଲା।ମନେ ମନେ ସେ ଜଣେ ଡାକ୍ତର ହେବାପାଇଁ ସେଇ ଦିନୁ କିଛି କରିବା ପାଇଁ ସଂକଳ୍ପ ନେଇଥିଲେ।ଯାହା ଆଜି ତାଙ୍କୁ ସଫଳତାର ପାହାଚ ଆଗ୍ରସର କରାଇଛି।ତାଙ୍କ ଏପରି ସଫଳତା ରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସ୍ଥାନୀୟ ଆଦିବାସୀ ଛାତ୍ରଛାତ୍ରୀ ଙ୍କ ମନର ଏକ ନୂତନ ଆଶାର ସଞ୍ଚାର ସୃଷ୍ଟି କରିଛି।ଅଗାମୀ ଦିନରେ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ନ ହେଲେ ଭବିଷ୍ୟତରେ ସହ ଗରିବ ଘରେ ଜଳିବ ଅନେକ ପ୍ରଦୀପ।ତେଣୁ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ