ଟେମରି ବଣକା ବାଗ କୁ କେବେ ମିଳିବ ସରକାରୀ ଆବାସ ଗୃହ,

0

ଗୋଲାମୁଣ୍ଡା/୧୨/୯/୨୫/ଦୈନିକ ଆଶା/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରୀବ ଶ୍ରେଣୀୟ ଖଟିଖିଆପରିବାର ମାଟି କୁଡ଼ିଆରେ ବସ ବାସ କରୁ ଥିବା ପରିବାରଙ୍କ ନିମନ୍ତେ ତୁରନ୍ତ ତଦନ୍ତ କରି ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ଯ ସରକାରଙ୍କ ପକ୍ଷରୁ ତାଗିଦ୍ କରିଥିଲେ ମଧ୍ୟ ପଞ୍ଚାୟତର କେତେକ ଆସାଧୁ କର୍ମଚାରୀଙ୍କ ପାଇଁ ଏକ ଦୁଃଖଦ ଅବସ୍ଥାରେ ଗତି କରୁଥିବା ଖବର ଗଣ ମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତର ଖୋଦ ଟେମରି ଗ୍ରାମର ବଣକା ବାଗ ପ୍ରକାଶ କରିଛନ୍ତି ଯେ ମୁଁ ଜଣେ ଗରୀବ ଖଟିଖିଆ ଭୂମି ହିନ ପରିବାର ଅଟେ, ଦୈନିକ କୁଲି ମଞ୍ଜୁରୀ କଲେ ଚୁଲି ଜଳେ, ଏ ଭଳି ସ୍ଥଳେ ସରକାରୀ ଆବାସ ଗୃହ ପାଇଁ ପଞ୍ଚାୟତ ଅଧିନରେ ଥିବା ପିଇଓ, ଓ ଜିଆରଏସ ଙ୍କୁ ନତମସ୍ତ୍କ ଭାବେ ଜଣାଇ ଥିଲେ ମଧ୍ୟ ପଂଚାୟତରେ ମୋର ପ୍ରତି କୌଣସି ଦୃଷ୍ଟି ଆକର୍ଷଣ କରି ନାହି , ମୋତେ ଧନୀ ଲୋକ ବୋଲି ପୁର୍ବତନ ଜିଆରଏସ ମୋତେ କହିଲେ ତୋତେ ଘର ମିଳିବ ନାହିଁ ବୋଲି କହିବାରୁ ମୁଁ ହତାଶ ହୋଇ ନୀରବରେ ନିଜର ଭଙ୍ଗା ଦଦରା ମାଟି କୁଡ଼ିଆରେ ପରିବାରଙ୍କ ସହ କାଲାତି ପାତ କରୁଛି, ଏବଂ ଆଜି ଗଣ ମାଧ୍ୟମ ନିକଟରେ ପ୍ରକାଶ କରୁଛି ଯେ ମୁଁ ଧନୀ ଲୋକ ନା ଭୂମିହୀନ ବ୍ୟକ୍ତି ତାହା ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିଵା ଆଶାରେ ଗୋଲାମୁଣ୍ଡା ବ୍ଲକ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷ ଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ମୋର ଘରକୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବିହିତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ବଣକା ବାଗ ଓ ତାଙ୍କ ସ୍ତ୍ରୀ ଘଷେନ ବାଗ ଗଣ ମାଧ୍ୟମ ନିକଟରେ ପ୍ରକାଶ କରି ଥିଲେ , ଏହି ସଂପର୍କରେ ଟେମରି ଗ୍ରାମ ପଞ୍ଚାୟତ ପିଇଓ ପୁରୁଷୋତ୍ତମ ନାଏକ ଙ୍କୁ ଫୋନ ଯୋଗେ ଯୋଗା ଯୋଗ କରି ଥିବା ରୁ ତାଙ୍କ ଫୋନ ଅଫ ହୋଇ ଥିଲା,

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ