“ଆଦିତ୍ୟ ଓଡିଶା ” ସାପ୍ତାହିକ ର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ |..

0

ସୋମବାର ଦିନ ରମ୍ଭା ଗାୟତ୍ରୀ ପୀଠ ରେ ଏକ ସାପ୍ତାହିକ ପତ୍ରିକା “ଆଦିତ୍ୟ ଓଡିଶା ର ଶୁଭ ଉନ୍ମୋଚନ ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇ ଯାଇଛି | ଏ ଉପଲକ୍ଷେ ଆୟୋଜିତ ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ରେ ଓଡିଶା ର ବର୍ଷିଆନ ସାମ୍ବାଦିକ ତଥା ସ୍ବର୍ଗତ ଡ଼ଃ ହରେକୃଷ୍ଣ ମହତାବ ଙ୍କ ପ୍ରତିଷ୍ଠିତ ଦୈନିକ ପ୍ରଜାତନ୍ତ୍ର ର ସହ ସମ୍ପାଦକ ଶ୍ରଯୁକ୍ତ ଅଭିରାମ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକତା ସବୁବେଳେ ପାଠକ ଙ୍କ ଦ୍ୱାରା ଅଦୃର୍ତ୍ତି ଲାଭ କରିଥାଏ ଓ ସର୍ବୋପରି ବର୍ତମାନ ସ୍ଥିତି ରେ ସମସ୍ତ ଗଣମାଧ୍ୟମ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ | ଖଲ୍ଲିକୋଟ ର ବରିଷ୍ଟ ଶିକ୍ଷାବିତ ପୂର୍ଣଚନ୍ଦ୍ର ରଥ ବର୍ତମାନ ସ୍ଥିତି ରେ ଗଣମାଧ୍ୟମ ସ୍ଥିତବସ୍ଥା ନେଇ ଆଲୋଚନା କରିଥିବା ବେଳେ ଆଦିତ୍ୟ ଓଡିଶା ଭିନ୍ନ ଧରଣ ର ଖବର ପ୍ରସାରଣ କଲେ ପ୍ରସାରଣ ବହୁ ମାତ୍ରା ରେ ବୃଦ୍ଧି ପାଇବ ବୋଲି କହିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ର ବରିଷ୍ଟ ସାମ୍ବାଦିକ ମାଧବ ବେହେରା ଯୋଗ ଦେଇ ବର୍ତମାନ ଛପା ଗଣମାଧ୍ୟମ କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ବିଷୟରେ ଆଲୋକପାତ କରିଥିଲେ |ତେଣୁ ପାଠକ ଙ୍କ ଗ୍ରହଣୀୟ ହେଲା ଭଳି ଭିନ୍ନ ରୁଚି ର ଖବର ପ୍ରସାରଣ କଲେ ସାପ୍ତାହିକ ପତ୍ରିକା ଟି ଦୀର୍ଘାୟୁ ହେବ ବୋଲି ମନ୍ତବ୍ୟ ଦେଇଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅବସରପ୍ରାପ୍ତ ଅବକାରୀ ବିଭାଗ ଅଧିକାରୀ ସୁବ୍ରତ ମିଶ୍ର ପ୍ରମୁଖ ଯୋଗ ଦେଇ ପତ୍ରିକା ର ଦ୍ରୁତ ପ୍ରସାରଣ କାମନା କରିଥିବା ବେଳେ କବି ଓ ନାଟ୍ୟକାର ପ୍ରହଲ୍ଲାଦ ବେହେରା ସଂଯୋଜନା କରିଥିଲେ |ପ୍ରାରମ୍ଭ ରେ ଆଦିତ୍ୟ ଓଡିଶା ର ଯୁବ ସମ୍ପାଦକ ସୁନୀଲ ବେହେରା ପତ୍ରିକା ପ୍ରକାଶନ ର ଆଭିମୁଖ୍ୟ ଓ ପାଠକୀୟ ସ୍ୱୀକୃତି ପାଇଁ ଏହାର କଳେବର କୁ ବିଭିନ୍ନ ବିଭାଗ ସହ ରୁଚିବନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ |.
ରିପୋର୍ଟ… ସିପ୍ରା ପଟନାୟକ
.

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ