ସନ୍ତୋଷ କଟାର ୮୫ବର୍ଷ ହେଲେ ହିଁ ବର୍ଷ ବର୍ଷ ଏକ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତା ପାଉଛନ୍ତି।

0

ଗୋଲାମୁଣ୍ଡା /୧୦/୧୧/୨୫/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦେଶ ଜାରି ରହିଛି ଯେ ବୃଦ୍ଧ ବୃଦ୍ଧା ଙ୍କୁ ଅଶି ବର୍ଷ ରୁ ଉର୍ଦ୍ଧ ହେଲେ ତିନି ହଜାର ପାଞ୍ଚ ଶହ ଟଙ୍କା ପ୍ରଦାନ କରିବାର ନିୟମ ଅଛି, ହେଲେ ଦୁର୍ଭାଗ୍ୟ ଯେ ଜଣେ ବୃଦ୍ଧ ଙ୍କ ୮୫ବର୍ଷ ହୋଇ ଥିଲେ ବି ବର୍ଷ ବର୍ଷ ଧରି ଏକ ହଜାର ଟଙ୍କା ମିଳୁ ଥିବା ନେଇ ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶ ପୁର ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଗଞ୍ଜାପଡ଼ା (ଛତ୍ରପୁର) ଗ୍ରାମର ବୃଦ୍ଧ ସନ୍ତୋଷ କଟା ପିତା ଦଶରଥ କଟା ଙ୍କ ୮୫ବୟସ ହୋଇ ଥିବା ବେଳେ ବର୍ଷ ବର୍ଷ ଧରି ଏକ ହଜାର ଟଙ୍କା ମିଳୁଛି ବୋଲି ଗୋଲାମୁଣ୍ଡା ଜନ କଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ, ମୁଁ ଜଣେ ଗରୀବ ଖଟିଖିଆ ଅଟେ, ଦୈନିକ କୁଲି ମଞ୍ଜୁରୀ କରିବା ସହ ରାସନ ଚାଉଳରେ ସ୍ବାମୀ ସ୍ତ୍ରୀ ଙ୍କ ପ୍ରତିପୋଷୋଣ ଚଲେ, ଏହି ପରିପ୍ରେକ୍ଷୀରେ ମୋତେ ୮୫ ବର୍ଷ ହୋଇ ଥିବା ବେଳେ ମଧ୍ଯ ଏକ ହଜାର ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟ ଭତା ମିଳୁଛି,ଆବଶ୍ୟକ କାଗଜ ପତ୍ର ପଞ୍ଚାୟତରେ ପ୍ରଦାନ କରି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତିନି ହଜାର ପାଞ୍ଚ ଶହ ଟଙ୍କା ସରକାର ଙ୍କ ତରଫରୁ ମିଳୁ ନାହିଁ ବୋଲି ଅନୁରୋଧ କରିଛନ୍ତି, ଗୋଲାମୁଣ୍ଡା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ ଙ୍କୁ ଅନୁରୋଧ କରିଛନ୍ତି ଯେ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ତିନି ହଜାର ପାଞ୍ଚ ଶହ ଟଙ୍କା ମିଳିଲେ ଚଳି ପାରିବୁ ବୋଲି ପ୍ରକାଶ କରି ଥିଲେ।ଆସନ୍ତୁ ଶୁଣିବା ବୃଦ୍ଧ ଙ୍କ ପ୍ରତିକ୍ରିୟା, ଏହି ସଂପର୍କରେ ଦଶ ପୁର ପିଇଓ ଙ୍କୁ ଫୋନ ଯୋଗେ ଯୋଗା ଯୋଗ କରି ଥିଲେ ମଧ୍ୟ ଗ୍ରହଣ କରି ନ ଥିଲେ ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ