୭୦ ତମ ରାଜ୍ୟ ସ୍ତରୀୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତାସର୍ବଭାରତୀୟ ସ୍ତରରେ ଭାଗ। ନେବାକୁ ମନୋନୀତ ହେଲେ ନରେନ୍ଦ୍ର ରାଉତ।

ଧାମନଗର,୨୩/୧୦(ଫିରୋଜ ଶାହା )
୭୦ ତମ ରାଜ୍ୟ ସ୍ତରୀୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଗତ ୧୬/୧୦ ରୁ ଆରମ୍ଭ ହୋଇ ୧୯/୧୦/୨୫ ପର୍ଯ୍ୟନ୍ତ ଦୀର୍ଘ ୪ ଦିନ ବ୍ୟାପୀ କଟକ
ଓଏସଏପି ୬ ବାଟାଲିୟନ ବକ୍ସିବଜାର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଓଡିଶାର ସମସ୍ତ ଜିଲ୍ଲାରୁ ମନୋନୀତ ହୋଇଥିବା କନେଷ୍ଟବଳ ରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ ମୋଟ ୩୫୦ ଜଣ ଅଫିସର ଭାଗ ନେଇଥିଲେ।ବିଶେଷ କରି ସାଇବର କ୍ରାଇମ୍ ,ପେକିଂ ଏବଂ ସିଲିଂ, ଘଟଣା ସ୍ଥଳ ଅନୁସନ୍ଧାନ , ଅବଜରଭେଶନ,
ବିଶ୍ଳେଷଣ ଓ ସୁରାକ ସଂଗ୍ରହ ,ସାନ୍ଧାନି କୁକୁର ଓ ସାଇଣ୍ଟି ଫିକ ଟିମ୍ ଆଦିରେ ପ୍ରତିଯୋଗିତା କରାଯାଇଥିଲା। ଧାମନଗର ଥାନାର ଏ ଏସ ଆଇ ନରେନ୍ଦ୍ର କୁମାର ରାଉତ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି
ଅବଜରଭେଶନ ଟେଷ୍ଟ ରେ ପ୍ରଥମ ସ୍ଥାନ ରେ କୃତିତ୍ୱ ହାସଲ କରିବା ସହ ଭଦ୍ରକ ଜିଲ୍ଲା ତଥା ଧାମନଗର ଥାନ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହି କୃତିତ୍ୱ ପାଇଁ ଶ୍ରୀ ରାଉତ ଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶା ଆଇନ ମନ୍ତ୍ରୀ ପ୍ରୁଥିରାଜ୍ ହରିଚନ୍ଦନ , ଡିଜି ଓଡ଼ିଶା କଟକ ୱାଇ ବି ଖୁରାନିଆ ଙ୍କ ପାଖରୁ ମାନପତ୍ର,ଟ୍ରଫି ଓ ନଗଦ ୧୦ ହଜାର ଟଙ୍କା ପୁରସ୍କାର ଅର୍ଥ ରାଶି ଗ୍ରହଣ କରିଥିଲେ।ଏହି ସଫଳତା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଙ୍କ ସମେତ ଜିଲ୍ଲା ସ୍ତରର ବିଭିନ୍ନ ମହଲରୁ ଶୁଭେଛା କାମନା କରିବା ସହ ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀ ,ଥାନାଧିକାରୀ ରଞ୍ଜନ କୁମାର ସେଠୀ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଶ୍ରୀ ରାଉତ ଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ।ସେହିପରି ଆସନ୍ତା ନଭେମ୍ବର ୨୦ ରେ ମହାରାଷ୍ଟ୍ର ରେ ହେବାକୁ ଥିବା ସର୍ବଭାରତୀୟ ପୋଲିସ ବୃତୀ ଗତ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି ବୋଲି ଶ୍ରୀ ରାଉତ କହିଛନ୍ତ।